ଦୁଇଥର ଭ୍ଯାକସିନ ନେବା ପରେ ବି କରୋନାରେ ସଂକ୍ରମିତ ହେଲେ କୋରିଓଗ୍ରାଫର ଫରାହ ଖାନ
ବଲିଉଡର ଜଣାଶୁଣା କୋରିଓଗ୍ରାଫର ତଥା ଡାଇରେକ୍ଟର ଫରାହ ଖାନଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ଫରାହ ଜୀ ଟିଭିରେ ଆସିବାକୁ ଥିବା କମେଡ଼ି ଶୋରେ ଜଜ ଭୂମିକାରେ ନଜର ଆସୁଥିଲେ।
କରୋନାରେ ସଂକ୍ରମିତ ହେଲେ ଫରାହ ଖାନ (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 2, 2021, 1:29 PM IST
ମୁମ୍ବାଇ : ବଲିଉଡ୍ର ଜଣାଶୁଣା କୋରିଓଗ୍ରାଫର ତଥା ଡାଇରେକ୍ଟର ଫରାହ ଖାନଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ଫରାହ ଜୀ ଟିଭିରେ ଆସିବାକୁ ଥିବା କମେଡ଼ି ଶୋରେ ଜଜ ଭୂମିକାରେ ନଜର ଆସୁଥିଲେ। ଏହା ଛଡ଼ା ଫରାହ ଆହୁରି କିଛି ରିଏଲିଟି ଶୋରେ ମଧ୍ୟ ବ୍ୟସ୍ତ ଥିଲେ। କିଛି ଦିନ ପୂର୍ବରୁ ସେ ତାଙ୍କ ସାଙ୍ଗ ଶିଳ୍ପା ଶେଟ୍ଟୀଙ୍କ ସହ ଡ୍ୟାନ୍ସ ରିଏଲିଟି ଶୋ ‘ସୁପର୍ ଡ୍ୟାନ୍ସର ୪’ ସେଟ୍ରେ ସୁଟିଂ କରୁଥିବା ଅବସରରେ ମଧ୍ୟ ନଜର ଆସିଥିଲେ। ଏହା ଛଡ଼ା ଅମିତାଭ ବଚ୍ଚନଙ୍କ କ୍ୱିଜ୍ ଶୋ ‘କୌନ୍ ବନେଗା କରୋଡ୍ପତି’ର ସିଜନ ୧୩ର ଏକ ସ୍ୱତନ୍ତ୍ର ଏପିଶୋଡ଼ର ମଧ୍ୟ ସୁଟିଂ କରିଥିଲେ।
ମେ ହୁଁ ନା’ର ନିର୍ଦ୍ଦେଶକ ଫରାହ ଖାନ୍ ପଜିଟିଭ ହୋଇଥିବା ଖବର ସେଟ୍ରେ ଥିବା ସମସ୍ତଙ୍କୁ ଜଣାଇ ଦିଆଯାଇଛି। ଯାହା ଫଳରେ ସେଟ୍ରେ ଥିବା ସମସ୍ତ ଲୋକ ସତର୍କ ହୋଇଯାଇଛନ୍ତି। ଫରାହ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ସେ କୋଭିଡ଼ର ଦୁଇଟି ଯାକ ଡୋଜ୍ ନେଇସାରିଛନ୍ତି। ଏହାପରେ ମଧ୍ୟ ସେ କୋଭିଡ୍ ପଜିଟିଭ୍ ହୋଇଯିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହା ବ୍ୟତିତ ଯେଉଁ ସହକର୍ମୀମାନଙ୍କ ସହିତ ସେ କାମ କରୁଥିଲେ ସେମାନେ କେହି ବି ପଜିଟିଭ ନ ଥିଲେ। ତଥାପି ଫରାହ ପଜିଟିଭ ହେବା ଆଶ୍ଚର୍ଯ୍ୟ କରିଛି। ପଜିଟିଭ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଫରାହ ଟେଷ୍ଟ କରିବା ସହିତ ସାବଧାନ ରହିବା ନେଇ ପରାମର୍ଶ ଦେଇଛନ୍ତି।
କମେଡ଼ି ଶୋର ଆଗାମୀ ଏପିଶୋଡ଼ରେ ଫରାହ ଖାନଙ୍କ ବଦଳରେ ସିଙ୍ଗର ମିକା ସିଂ ନଜର ଆସିବେ। ସଂକ୍ରମଣ କାରଣରୁ ଫରାହ ବର୍ତ୍ତମାନ କିଛି ଦିନ ପାଇଁ ସୁଟିଂରୁ ଦୂରରେ ରହିବେ। ତେବେ ଫରାହ ଖାନ୍ ‘ସୁପର ଡ୍ୟାନ୍ସର ୪’ର ସେଟ୍ରୁ ଶିଳ୍ପା ଶେଟ୍ଟୀ, କୋରିଓଗ୍ରାଫର୍ ଗୀତା କପୁର ଓ ଶୋ’ର ହୋଷ୍ଟ୍ ଋତ୍ୱିକ୍ ଧନଜାନୀ, ପରିତୋଷ ତ୍ରିପାଠୀଙ୍କ ସହ ଏକ ଭିଡ଼ିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡ଼ିଓରେ ଫରାହ ସେମାନଙ୍କ ସହ ଠୁମକା ଦେଉଥିବା ଦେଖାଯାଉଛନ୍ତି।






