ମୁମ୍ବାଇରେ ଅଭିନେତ୍ରୀଙ୍କୁ ଜଣେ ଫ୍ୟାନ୍ ଅନ୍ତବସ୍ତ୍ର ଓ ସେକ୍ସ ଟୟ ଉପହାର ପଠାଉଥିଲା; ତଦନ୍ତ ଜାରି

A fan was sending to a Mumbai actress underwear and sex toys as gifts | ୨୮-ବର୍ଷୀୟା ଅଭିନେତ୍ରୀ ପ୍ରଥମେ ପ୍ରଥମେ ଯେତେବେଳେ ଅନ୍ତବସ୍ତ୍ର ଓ ସେକ୍ସ ଟୟ ଥିବା ପାର୍ସଲ୍ ଉପହାର ସ୍ୱରୂପ ପାଇଲେ ସେ ଏହାକୁ ହସି ଉଡ଼ାଇ ଦେଇଥିଲେ ଓ ଅଣଦେଖା କରିଥିଲେ । କିନ୍ତୁ ପରେ ଏମିତି ଜିନିଷ ତାଙ୍କ ପାଖରେ ବାରମ୍ବାର ପହଞ୍ଚିଲା ।

ଅଭିନେତ୍ରୀ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଥିଲେ । (ପ୍ରତୀକାତ୍ମକ ଛବି)

ଅଭିନେତ୍ରୀ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଥିଲେ । (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ମୁମ୍ବାଇ: ଅଭିନେତା ଓ ଅଭିନେତ୍ରୀମାନଙ୍କୁ ସେମାନଙ୍କ କଳା ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ମିଳିଥାନ୍ତି । ପ୍ରଶଂସକମାନେ ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଦେଖିବା ପାଇଁ ଓ ସେମାନଙ୍କ ସହ କଥା ହେବା ପାଇଁ ଖୁବ୍‌ ପ୍ରତୀକ୍ଷା କରନ୍ତି ଓ ସେମାନଙ୍କୁ କିଛି ଉପହାର ବି ଦିଅନ୍ତି । ହେଲେ ମୁମ୍ବାଇରେ ଜଣେ ପ୍ରଶଂସକ ଜଣେ ଅଭିନେତ୍ରୀଙ୍କୁ ଖୁବ୍‌ ହଇରାଣ କରୁଥିବା ଖବର ଆସିଛି ।

ମୁମ୍ବାଇର ଏହି ଅଭିନେତ୍ରୀ ଗତ ଦୁଇ ମାସ ଧରି ତାଙ୍କର କେହି ଜଣେ ପ୍ରଶଂସକ ଅନ୍ତଃବସ୍ତ୍ର (underwear) ଓ ଯୌନ ଖେଳନା (sex toys) ପଠାଉଛନ୍ତି । ଅଭିନେତ୍ରୀ ଏଥିରେ ଏତେ ବିରକ୍ତ ହୋଇପଡ଼ିଛନ୍ତି ଯେ ସେ ଶେଷରେ ପୋଲିସଠାରୁ ସାହାଯ୍ୟ ଲୋଡ଼ିଛନ୍ତି । ଏହି ଅଭିନେତ୍ରୀଙ୍କୁ ଏମିତି ନୀଚ ଉପାୟରେ ହଇରାଣ କରୁଥିବା ବ୍ୟକ୍ତିକୁ ଧରିବା ପାଇଁ ମୁମ୍ବାଇ ପୋଲିସ ଏକ ଅପରେସନ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ | ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ଗିରଫ

୨୮-ବର୍ଷୀୟା ଅଭିନେତ୍ରୀ ପ୍ରଥମେ ପ୍ରଥମେ ଯେତେବେଳେ ଅନ୍ତବସ୍ତ୍ର ଓ ସେକ୍ସ ଟୟ ଥିବା ପାର୍ସଲ୍‌ ଉପହାର ସ୍ୱରୂପ ପାଇଲେ ସେ ଏହାକୁ ହସି ଉଡ଼ାଇଦେଇଥିଲେ ଓ ଅଣଦେଖା କରିଥିଲେ । କିନ୍ତୁ ପରେ ଯେତେବେଳେ ବାରମ୍ବାର ତାଙ୍କ ପାଖରେ ଏମିତି ଜିନିଷ ଥିବା ପ୍ୟାକେଟ୍‌ ପହଞ୍ଚିଲା ସେ ବିରକ୍ତ ହୋଇ ଆମ୍ବୋଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିନେତ୍ରୀ ଜଣକ ଗତ ଦୁଇ ମାସ ମଧ୍ୟରେ ସାତରୁ ଆଠ ଥର ଏମିତି ଜିନିଷ ଥିବା ପାର୍ସଲ ପାଇଛନ୍ତି ।

ପାର୍ସଲରେ ଅନ୍ତବସ୍ତ୍ର ପଠାଉଥିଲା ଫ୍ୟାନ୍‌ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବେଶୀ ମୋଟି ହୋଇଯାଉଥିବାରୁ ଏହି ଅଭିନେତ୍ରୀଙ୍କୁ 'Body Shaming' ସାମ୍ନା କରିବାକୁ ପଡି଼ଥିଲା

‘ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌’ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମୁମ୍ବାଇର ଜୋଗେଶ୍ୱରୀ ଅଞ୍ଚଳରେ ରହୁଥିବା ଏହି ଅଭିନେତ୍ରୀଙ୍କୁ ପ୍ରାୟ ପ୍ରତ୍ୟେକ ଜଣାଶୁଣା ସପିଙ୍ଗ୍‌ ପୋର୍ଟାଲରୁ ପାର୍ସଲ ଆସି ପହଞ୍ଚିଥିଲା । ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲା

ଏମିତି ଆପତ୍ତିଜନକ ପଦାର୍ଥ ଉପହାର ସ୍ୱରୂପ ବାରମ୍ବାର ପଠାଉଥିବା ଅବିଯୋଗରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୫୦୯ (ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା କାର୍ଯ୍ୟ ଦ୍ୱାରା କୌଣସି ମହିଳାଙ୍କୁ ଅପମାନିତ କରିବା) ଅଧୀନରେ ଏକ ମାମଲା ପଞ୍ଜୀକୃତ କରାଯାଇଛି ବୋଲି ଆମ୍ବୋଲି ପୋଲିସ୍ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନିଜ ବୟଫ୍ରେଣ୍ଡଙ୍କୁ ଘନିଷ୍ଠ ଚୁମ୍ବନ ଦେଲେ ଅଭିନେତ୍ରୀ ମିନିଶା, ହେଲେ କହିଲେନି ତାଙ୍କ ନାଁ

ପୋଲିସ ଅଦିକାରୀ କହିଛନ୍ତି ଯେ ସପିଙ୍ଗ୍‌ ପୋର୍ଟାଲରୁ ଅର୍ଡର କରିବା ପାଇଁ ବ୍ୟବହୃତ ହୋଇଥିବା ମୋବାଇଲ୍ ନମ୍ବର ମିଳିଯାଇଛି । କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ସେହି ନମ୍ବରର ସ୍ଥାନ ଖୋଜି ପାରି ନାହିଁ କି ତାହା କାହା ନାମରେ ଅଛି ତାହା ଜାଣିପାରି ନାହିଁ । ତଦନ୍ତ ଏବେ ଜାରି ଅଛି ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
Published by:Anand S.T. Das
First published: