ବିଦେଶରେ ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ; ନିଜ ଘରେ ତିଆରି କଲେ ୬୦ ଲକ୍ଷ ଟଙ୍କାର ମୂର୍ତ୍ତି

ନ୍ୟୁଜର୍ସିର ଜଣେ ଭାରତୀୟ ଆମେରିକୀୟ ପ୍ରଶଂସକ ତାଙ୍କ ଘର ବାହାରେ ଅମିତାଭ ବଚ୍ଚନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଯେଉଁଥିରେ ସେ ଖର୍ଚ୍ଚ କରିଛନ୍ତି ପ୍ରାୟ ୬୦ ଲକ୍ଷ ଟଙ୍କା।

ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ

  • Share this:
News 18 Odia Digital

ନ୍ୟୁଜର୍ସି: ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସ ଫଲୋଇଂ ଆଜି ମଧ୍ୟ ଆକାଶ ଛୁଆଁ। ଦେଶରୁ ନେଇ ବିଦେଶରେ ତାଙ୍କ ଫ୍ୟାନ୍ସଙ୍କୁ ଦେଖିବାକୁ ମିଳେ। ନ୍ୟୁଜର୍ସିର ଜଣେ ଭାରତୀୟ ଆମେରିକୀୟ ପ୍ରଶଂସକ ତାଙ୍କ ଘର ବାହାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଯେଉଁଥିରେ ସେ ଖର୍ଚ୍ଚ କରିଛନ୍ତି ପ୍ରାୟ ୬୦ ଲକ୍ଷ ଟଙ୍କା ।

ବିଦେଶରେ ଅମିତାଭଙ୍କ ଏମିତି ପ୍ରେମ ଦେଖି ଭାରତରେ ଥିବା ବିଗ ବିଙ୍କ ପ୍ରଶଂସକ ମଧ୍ୟ ବହୁତ ଖୁସି ନଜର ଆସୁଛନ୍ତି। ଆମେରିକାରେ ଥିବା ମୂଳ ଭାରତୀୟ ପରିବାର ଅମିତାଭଙ୍କ ମୂର୍ତ୍ତି ସହ ନେଇଥିବା ଫଟୋ ଟ୍ଵିଟରରେ ସେୟାର କରିଛନ୍ତି।

ଗୋପୀ ସେଠ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘‘ଆମେ ଆମେରିକାରେ ଥିବା ଆମ ଘରେ ଅମିତାଭଙ୍କ ପ୍ରତିମା ଲଗାଇଛୁ। ଏହି ମୂର୍ତ୍ତି ଉଦଘାଟନ ଉତ୍ସବରେ ଅମିତାଭଙ୍କ ବହୁ ପ୍ରଶଂସକ ଯୋଗ ଦେଇଥିଲେ।’’ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୂର୍ତ୍ତିକୁ ଅମିତାଭଙ୍କ ‘କୌନ ବନେଗା କୋରଡପତି’ ଷ୍ଟାଇଲ ରେ ନିର୍ମାଣ କରାଯାଇଛି। ଏହି ମୂର୍ତ୍ତିର ଡିଜାଇନ ରାଜସ୍ଥାନରେ କରାଯାଇଛି।
Published by:Soumyashree Mishra
First published: