News18 Odia Digital
କଟକ: ଚର୍ଚ୍ଚାରେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କୌଣସି ଗୀତ ପାଇଁ ନୁହେଁ ବରଂ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି ହ୍ୟୁମାନ। ହ୍ୟୁମାନଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ସହ ଘରୋଇ ହିଂସାର ଅଭିଯୋଗ କରି କଟକ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପତ୍ନୀ ଶ୍ରୀୟା ।
ନିଜ ଏତାଲାରେ ଉଲ୍ଲେଖ କରି ଶ୍ରୀୟା ଲେଖିଛନ୍ତି,"ଆମେ ପରସ୍ପରକୁ ପ୍ରେମ ବିବାହ କରିଥିଲୁ। ବିବାହ ପରେ ସବୁକିଛି ଠିକ ଠାକ ଚାଲିଥିଲା। କିନ୍ତୁ କିଛି ଦିନ ପରେ ହ୍ୟୁମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। ବିଶେଷ କରି ଝିଅ ଜନ୍ମ ହେବା ପରେ ହ୍ୟୁମାନ ମୋତେ ପୂର୍ବ ଅପେକ୍ଷା ଅଧିକ ଦୁର୍ବ୍ୟବହାର କରିବା ଆରମ୍ଭ କଲେ । ସବୁ ବେଳେ ନିଶାରେ ଚୁର ହୋଇଯାଉଥିଲେ । ମୁଁ ବିରୋଧ କରିବାରୁ ମୋତେ ମାଡ଼ ମାରୁଥିଲେ ଓ ଗାଳି ମଧ୍ୟ କରୁଥିଲେ । ଗତ କିଛି ବର୍ଷ ହେଲା ହ୍ୟୁମାନ ଅନ୍ୟ ମହିଳାଙ୍କ ସହ ଅନୈତକ ସମ୍ପର୍କରେ ରହୁଛନ୍ତି । ମୁଁ ବିରୋଧ କରିବାକୁ ମୋତେ ନିର୍ଯାତନା ଦେଉଛନ୍ତି । ନିର୍ଯ୍ୟାତନା ଅସହ୍ୟ ହେବାରୁ ଗତ ୬ ମାସ ହେଲା ମୁଁ ମୋ ଝିଅକୁ ନେଇ ବାପଘରକୁ ଚାଲିଆସିଛି" ।
ଅଡୁଆରେ ଗାୟକ ହ୍ୟୁମାନ ସାଗର; ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ
ଶ୍ରୀୟା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ହଠାତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଉଭୟଙ୍କୁ କାଉସିଲିଂ ପାଇଁ ଥାନାକୁ ଡକାଇଛି । ଆସନ୍ତାକାଲି ସକାଳ ୧୦ଟା ବେଳେ ଉଭୟ ପତି ପତ୍ନୀ ଥାନାରେ ହାଜର ହେବା ପାଇଁ ମହିଳା ଥାନା ପୋଲିସ ପକ୍ଷରୁ ଶ୍ରୀୟା ଓ ହ୍ୟୁମାନଙ୍କୁ ଅବଗତ କରାଯାଇଛି ।
"ଗତକାଲି ଏନେଇ ଅଭିଯୋଗ ମଳିଥିଲା । ଏହା ପରେ ମହିଳା ଥାନା ପୋଲିସ ମାମଲାର ଅନୁଧ୍ୟାନ କରୁଛି। ଗୁରୁବାର ଦିନ ଉଭୟ ପତିପତ୍ନୀଙ୍କୁ କାଉସିଲିଂ ପାଇଁ ଥାନାକୁ ଡକାଇଯାଇଛି," କହିଛନ୍ତି କଟକ ଡିସିପ ପିନାକ ମିଶ୍ର ।
ଆଇ ଲଭ ୟୁ ରୁ ଲଭ ଇନ ଇଣ୍ଡିଆ..୧୯ ବର୍ଷ ତଳର ପୁରୁଣା କଥା ମନେ ପକାଇଲେ ସୁପରଷ୍ଟାର
୨୦୧୨ ମସିହାରେ ଏକ ସିଙ୍ଗିଙ୍ଗ ରିଏଲିଟି ସୋ' ଜରିଆରେ ଉଭୟ ଶ୍ରୀୟା ଓ ହ୍ୟୁମାନ ପରସ୍ପର ସହିତ ପରିଚିତ ହୋଇଥିଲେ। ଉଭୟ ଶ୍ରୀୟା ଓ ହ୍ୟୁମାନ ପ୍ରତିଯୋଗୀ ଭାବେ ଏହି ସୋ'ରେ ଭାଗ ନେଇଥିଲେ । ସେହି ପ୍ରତିଯୋଗିତା ସମୟରେ ହିଁ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ପରେ ୨୦୧୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଶ୍ରୀୟା ଓ ହ୍ୟୁମାନ । ଉଭୟ ପେସାଦାର କଣ୍ଠଶିଳ୍ପୀ ହୋଇଥିଲ ମଧ୍ୟ ହ୍ୟୁମାନଙ୍କ ଲୋକ ପ୍ରିୟତା ତାଙ୍କୁ ବହୁତ ଉପରକୁ ନେଇ ଯାଇଥିଲା । କିନ୍ତୁ ନିଜ ଗୀତ ମଧ୍ୟମରେ ଶ୍ରୋତାଙ୍କ ମନକୁ ରଙ୍ଗୀନ କରୁଥିବା ଏହି ପତି ପତ୍ନୀଙ୍କ ବ୍ୟକ୍ତିଗତ ଜୀବନ ଯେ ବେରଙ୍ଗ ହୋଇଯିବ ତାହା କେହି କେବେ ଭାବି ନଥିଲେ । ସେପଟେ ଆସନ୍ତା କାଲି ଉଭୟ ଥାନାରେ ପହଁଚିବାରେ ପତି ପତ୍ନୀଙ୍କୁ ପ୍ରଥମେ ଅଲଗା ଅଲଗା କରି ଓ ପରେ ଏକତ୍ର କାଉସିଲିଂ କରାଯିବ ବୋଲି କହିଛନ୍ତି କାଉନସିଲର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।