- News18 Odia
- Last Updated :
- Cuttack, India
News18 Odia Digital
କଟକ: ଓଲିଉଡ୍ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ବିବାଦ ଘେରରେ। ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ। କଟକ ଡିସିପିଙ୍କୁ ଭେଟି ଅଭିଯୋଗ କଲେ ପତ୍ନୀ।
ଆଉ ଏହି ଅଭିଯୋଗରେ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ବାମୀ ହ୍ୟୁମାନ ସାଗର ତାଙ୍କ ପ୍ରତି ଅବହେଳା କରିବା ସହିତ ନିର୍ଯାତନା ମଧ୍ୟ ଦେଇଛନ୍ତି, ଯେଉଁଥି ପାଇଁ ସେ ଶାଶୁ ଘର ଛାଡ଼ି ଅନେକ ଦିନରୁ ନିଜ ବାପା ଘରେ ରହିଆସୁଛନ୍ତି।
ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ। କାଉନିସେଲିଂ ପାଇଁ ନିର୍ଦ୍ଦେଶ ଦେଲେ କଟକ ଡିସିପି। ଏନେଇ ପତ୍ନୀଙ୍କ ପକ୍ଷରୁ ଏଯାବତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।