News18 Odia Digital
ଭୁବନେଶ୍ୱର: ଅଡ଼ୁଆରେ ଫସିଛନ୍ତ ଗାୟକ ହ୍ୟୁମାନ ସାଗର। ଆଜି ମହିଳା ଥାନାରେ ହଜାର ହୋଇଥିଲେ ଓଲିଉଡର ଲୋକପ୍ରିୟ ଗାୟକ। ସବୁ ଅଭିଯୋଗ ମିଛ ବୋଲି ଥାନାରୁ ବାହାରି ପ୍ରତିକ୍ରିୟା ଦେଇଛନ୍ତି ହ୍ୟୁମାନ ସାଗର।
ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ତାଙ୍କ ସ୍ତ୍ରୀ ଘରୋଇ ହିଂସା ଅଭିଯୋଗ କରିଥିଲେ। ଆଜି ଥାନାରେ ଉଭୟ ପକ୍ଷର କାଉନ୍ସେଲିଂ ଶେଷ ହୋଇଛି। କାଉନ୍ସେଲର ଏସିପି ଅମିତାଭ ମହାପାତ୍ରଙ୍କ ଏନେଇ ସୂଚନା ଦେଇଛନ୍ତି।ଆପୋସ ସମାଧାନ ପାଇଁ ୨ ଦିନର ମହଲତ ଦିଆଯାଇଛି। ୨ ଦିନ ପରେ ଉଭୟ ପକ୍ଷ ପୁଣି ଥାନାରେ ହାଜର ହେବେ।
ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର; ପତ୍ନୀ ଆଣିଛନ୍ତି ନିର୍ଯାତନା ଅଭିଯୋଗ
ଅନ୍ୟପଟେ କାଉନସିଲ ପରେ ପତ୍ନୀ ଶ୍ରୀୟାଙ୍କର ସବୁ ଅଭିଯୋଗକୁ ମିଛ ବୋଲି କହିଛନ୍ତି ହ୍ୟୁମାନ ସାଗର। ପତ୍ନୀଙ୍କ ଅଭିଯୋଗ ଅନୁସାରେ, ଟଙ୍କା ମାଗିବା, ମାଡ଼ ମାରିବା କଥା ମିଛ। ଆମ ପରିବାର ପାଇଁ ସବୁ ଧର୍ମ ସମାନ।ଧର୍ମ ପରିବର୍ତ୍ତନ ପାଇଁ ଚାପ ଦେବା ଅଭିଯୋଗ ଆଦୌ ସତ ନୁହେଁ। ୨ ଦିନରେ ସବୁ ସମାଧାନ ହେବା ଆଶା ରହିଛି ବୋଲି ହ୍ୟୁମାନ ପ୍ରତିକ୍ରିୟା ରଖିଛନ୍ତି।
ପରକୀୟା ପ୍ରୀତିରେ ଲିପ୍ତ ହ୍ୟୁମାନ ସାଗର! ନିର୍ଯାତନା କାହାଣୀ ବଖାଣିଲେ ସ୍ତ୍ରୀ
ଅନ୍ୟପଟେ ହ୍ୟୁମାନଙ୍କ ମା ବୋହୁ ଶ୍ରୀୟାଙ୍କ ଉପରେ ସାଙ୍ଘାତିକ ଆରୋପ ଲଗାଇଛନ୍ତି। ବୋହୂ ନିଶାସେବନ କରୁଥିଲା ବୋଲି ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ସୁନା। ମୋ ପୁଅ ନାଁରେ ମିଛ ଅଭିଯୋଗ କରିଛନ୍ତି। ଗୀତ ଗାଇବାରୁ ମିଳୁଥିବା ସଂପତ୍ତି ବୋହୂ ନାଁରେ ଅଛି। ସଂପତ୍ତି ଦେଇଥିବା ଲୋକ ଟଙ୍କା ମାଗିବ କାହିଁକି ମାଗିବ ବୋଲି ପ୍ରଶ୍ନ କରିଛନ୍ତି ହ୍ୟୁମାନଙ୍କ ମାଆ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।