ପପୁ ପମପମଙ୍କ ନାଁରେ ଫେକ୍ ଆଇଡି; ବ୍ୟକ୍ତି ଜଣଙ୍କୁ ପ୍ରଶଂସା କରି ଭଲ ପିଲା କହିଲେ ପପୁ

ଅଭିନେତା ପପୁ ପମପମଙ୍କ ନାମରେ ଜଣେ ଫ୍ୟାନ ଇନଷ୍ଟାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲିଥିଲେ । କିଏ ଏହି ଆକାଉଣ୍ଟ ଖୋଲିଛି ସେ ବିଷୟରେ ପପୁ ଜାଣିପାରିଥିଲେ ।

ପପୁ ପମପମଙ୍କ ନାଁରେ ଫେକ୍ ଆଇଡି; ବ୍ୟକ୍ତି ଜଣଙ୍କୁ ପ୍ରଶଂସା କରି ଭଲ ପିଲା କହିଲେ ପପୁ

ପପୁ ପମପମଙ୍କ ନାଁରେ ଫେକ୍ ଆଇଡି; ବ୍ୟକ୍ତି ଜଣଙ୍କୁ ପ୍ରଶଂସା କରି ଭଲ ପିଲା କହିଲେ ପପୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଓଲିଉଡ ହେଉ ଅବା ବଲିଉଡ୍ ସବୁବେଳେ ରହିଛି ଷ୍ଚାର୍ ମାନଙ୍କର କ୍ରେଜ୍ । ଫ୍ୟାନମାନେ ନିଜ ପ୍ରିୟ ଷ୍ଟାରଙ୍କୁ ଫଲୋ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଚାହାନ୍ତି ସବୁବେଳେ । ଏବେ ସୋସିଆଲ ମିଡିଆର ଜମାନା ହେଇଥିବାରୁ ଫ୍ୟାନମାନେ ନିଜ ପ୍ରିୟ ଷ୍ଟାରଙ୍କ ସହ ସିଧାସଳଖ ଯୋଡି ହୋଇପାରୁଛନ୍ତି । ସେଲିବ୍ରେଟିମାନେ ମଧ୍ୟ ସୋସିଆଲ ମିଡିଆରେ ଲାଇଭ୍ ଆସି ନିଜ ପ୍ରଶଂସକଙ୍କ ସହ ମନଖୋଲା କଥା ହେଉଛନ୍ତି । କିନ୍ତୁ କିଛି ପ୍ରଶଂସକ ଷ୍ଟାରଙ୍କ ଲୋକପ୍ରିୟତା ମାଧ୍ୟମରେ ନିଜ ସୋସିଆଲ ମିଡିଆର କଣ୍ଟାକ୍ଟ ଲିଷ୍ଟ୍ ବଢାଇବାକୁ ନେଉଛନ୍ତି ଭୁଲ୍ ପଦକ୍ଷପ । ନିଜ ପ୍ରିୟ ଷ୍ଟାରଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଅନେକ ଭୁଲ୍ କାମ କରୁଥିବାର ନଜର ମଧ୍ୟ ରହିଛି ।

ଅଭିନେତା ପପୁ ପମପମଙ୍କ ନାମରେ ଜଣେ ଫ୍ୟାନ ଇନଷ୍ଟାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲିଥିଲେ । ପପୁଙ୍କ ଆଇଡି ଭାବି ତାଙ୍କର ଅନେକ ପ୍ରଶଂସକ ସେହି ପେଜକୁ ଫଲୋ ମଧ୍ୟ କରିଥିଲେ । ଯାହାଫଳରେ ବଢିଥିଲା ଫଲୋର୍ସଙ୍କ ସଂଖ୍ୟା । କିନ୍ତୁ ବ୍ୟକ୍ତି ଜଣକ ଭୁଲରେ ନିଜ ପ୍ରିୟଜନଙ୍କ ଦେହାନ୍ତ ଖବରକୁ ସେହି ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ । ଯେଉଁ କାରଣରୁ କିଏ ଏହି ଆକାଉଣ୍ଟ ଖୋଲିଛି ସେ ବିଷୟରେ ପପୁ ଜାଣିପାରିଥିଲେ । ସେ ବ୍ୟକ୍ତିଙ୍କ ସହ କଥା ମଧ୍ୟ ହୋଇଥିଲେ । କଥାବାର୍ତ୍ତାରୁ ଜାଣିବାକୁ ପାଇଥିଲେ ଫେକ ଆକାଉଣ୍ଟ ଖୋଲିବା ବ୍ୟକ୍ତି ଜଣଙ୍କ ପ୍ରକୃତରେ ଖରାପ ନୁହଁନ୍ତି କିମ୍ୱା ତାଙ୍କର ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ । ସେ କେବଳ ଫଲୋର୍ସ ବଢାଇବାକୁ ଏପରି ଏକ ଫେକ ଆଇଡି କରିବା କଥା ଚିନ୍ତା କରିଥିଲେ । ଏହା ଜାଣିବା ପରେ ପପୁ ଉକ୍ତ ଇନଷ୍ଟାଗ୍ରାମ ପେଜରେ ନିଜେ ଏକ ଭିଡିଓ ଜାରି କରି ସବୁକଥା କହିଛନ୍ତି । ସେ କହିଛନ୍ତି, ଏହା ଏକ ଫେକ ଆକାଉଣ୍ଟ ଥିଲା କିନ୍ତୁ ଫେକ ଆକାଉଣ୍ଟ କରିଥିବା ଭାଇ ଜଣକ ଖୁବ ଭଲ ।

ସୂଚନାଯୋଗ୍ୟ, କେବଳ ପପୁ ନୁହଁନ୍ତି, ଅନେକ କଳାକାରଙ୍କ ନାମରେ ସୋସିଆଲ ମିଡିଆରେ ଦେଖିବାକୁ ମିଳେ ଏକାଧିକ ଆକାଉଣ୍ଟ । ବିଶେଷ କରି ସେଲିବ୍ରେଟିଙ୍କ ଭେରିଫାଏଡ ଆକାଉଣ୍ଟ ବିଷୟରେ ଜାଣିନଥିବା ସାଧାରଣ ଲୋକମାନେ ଉକ୍ତ ପେଜ୍ କୁ ଲାଇକ୍ କରିବା ସହ ପ୍ରିୟ ଷ୍ଟାରଙ୍କ ସହ କଥା ହେବାପାଇଁ ମେସେଜ୍ ମଧ୍ୟ କରନ୍ତି । ଅନେକ ବ୍ୟକ୍ତି ଠକେଇର ଶିକାର ହେଉଥିବା ଘଟଣା ମଧ୍ୟ ପୂର୍ବରୁ ନଜରକୁ ଆସିଛି । ତେବେ ଯେକୌଣସି ଆଇଡିକୁ ଫଲୋ କରିବା ପୂର୍ବରୁ ସେ ବିଷୟରେ ସତ୍ୟତା ପରଖିବା ନିହାତି ଦରକାର ବୋଲି ସାଇବର ଏକ୍ସପର୍ଟମାନେ କୁହନ୍ତି । ତେଣୁ ଆପଣ ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ ଆପଣ ଯେଉଁ ଆଇଡିକୁ ଫଲୋ କରିବାକୁ ଯାଉଛନ୍ତି ତାହା ଅସନି ନା ନକଲି । ଯଦି ଆପଣ କେଉଁ ନକଲି ଆକାଉଣ୍ଟକୁ ଫଲୋ କରନ୍ତି ଓ ପରେ ଆପଣ ମେସେଜ ମାଧ୍ୟମରେ ତାଙ୍କ ସହ କଥା ହୁଅନ୍ତି ତେବେ ଆପଣ ଠକାମୀର ଶିକାର ହୋଇପାରନ୍ତି ।
Published by:Soubhagya Mishra
First published: