ଝିଅକୁ ସ୍ତନ୍ୟପାନ କରାଇବାର ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ଏଭଲିନ ଶର୍ମା; ଏମିତି ଜବାବ ରଖିଲେ ଅଭିନେତ୍ରୀ

କିଛି ବଲିଉଡ ଫିଲ୍ମରେ କାମ କରିବା ପରେ ବିବାହ କରିଥିବା ଏଭଲିନ ଶର୍ମା ଆଜିକାଲି ତାଙ୍କ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି। ସମ୍ପ୍ରତି ସେ ଇନଷ୍ଟାଗ୍ରାମରେ ତାଙ୍କ ବେବି ଗାର୍ଲଙ୍କୁ ସ୍ତନ୍ୟପାନ କରାଉଥିବା ଏକ ଫଟୋ ଶେୟାର କରି ବର୍ତ୍ତମାନ ଚର୍ଚ୍ଚା।

ଝିଅକୁ ସ୍ତନ୍ୟପାନ କରାଇବାର ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ଏଭଲିନ ଶର୍ମା

ଝିଅକୁ ସ୍ତନ୍ୟପାନ କରାଇବାର ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ଏଭଲିନ ଶର୍ମା

  • Share this:
News18 Odia Digital

ମୁମ୍ବାଇ: କିଛି ବଲିଉଡ ଫିଲ୍ମରେ କାମ କରିବା ପରେ ବିବାହ କରିଥିବା ଏଭଲିନ ଶର୍ମା (Evelyn Sharna) ଆଜିକାଲି ତାଙ୍କ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି। ସେ ବର୍ତ୍ତମାନ ନିଜ ଝିଅ ଅଭା ଭିଣ୍ଡିଙ୍କ ସହ ଅଧିକ ସମୟ ବିତାଉଛନ୍ତି। ସମ୍ପ୍ରତି ସେ ଇନଷ୍ଟାଗ୍ରାମରେ ତାଙ୍କ ଝିଅଙ୍କୁ ସ୍ତନ୍ୟପାନ କରାଉଥିବା ଏକ ଫଟୋ ଶେୟାର କରି ଖୁବ୍ ଟ୍ରୋଲ ହେଉଛନ୍ତି।

ଏହି ଫଟୋ ପୋଷ୍ଟ କରି ସେ ଲେଖିଥିଲେ, ‘‘ତୁମେ ଯେତେ ଶୀଘ୍ର ଭାବୁଛ ତୁମେ ଏକ ରୁଟିନ୍ ସେଟ୍ କରିଛ। ତେବେ ସେ କ୍ଲଷ୍ଟର ଫିଡିଂ ଆରମ୍ଭ କରି ଦିଅନ୍ତି।’’ ସେପଟେ କିଥି ୟୁଜର୍ସ ତାଙ୍କର ଏହି ଫଟୋରେ କମେଣ୍ଟ କରି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ।

ବର୍ତ୍ତମାନ ସେ କାହିଁକି ଏହି ଫଟୋ ଶେୟାର କରିଛନ୍ତି ସେ କହିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘‘ମୁଁ ସ୍ତନ୍ୟପାନର ଫଟୋ କାହିଁକି ଶେୟାର କରେ ଆପଣ ନିଶ୍ଚିତ  ଭାବୁଥିବେ। ଏହାର କାରଣ ହେଉଛି ଏହା ମୋର ଜୀବନ। ଏହା ଏକ ପୂର୍ଣ୍ଣ ସମୟ କାର୍ଯ୍ୟ ଯେଉଁଥିରେ ମୁଁ ଅନେକ ଘଣ୍ଟା ଓ ନିଦ୍ରାହୀନ ରାତି ବିତାଇଥାଏ କିନ୍ତୁ ତୁମର ଦେୟ ଖୁସି ଓ ସୁସ୍ଥ ଶିଶୁ ଯାହାକୁ ତୁମେ ଏକ ମାତା ଚାହୁଁଛ। ମୁଁ କେବଳ ସ୍ତନ୍ୟପାନ କରାଏ ନାହିଁ। ମୋ ଶିଶୁ କନ୍ୟାକୁ ବେଳେବେଳେ କିଛି ଅତିରିକ୍ତ କ୍ଷୀର ଦରକାର।’’

ବେଷ୍ଟ ଫିଡିଂ ଫଟୋକୁ ନେଇ ତାଙ୍କର ମଜାକ ଉଡ଼ାଯାଇଥିଲା

ଏଭଲିନ ଶର୍ମାଙ୍କ ଝିଅକୁ ସ୍ତନ୍ୟପାନ କରାଇବାର ଏକ ଫଟୋ ଶେୟାର କରିବା ପରେ ତାଙ୍କୁ ବେଶ୍ ଟ୍ରୋଲ କରାଯାଇଥିଲା। ଏକ ସାକ୍ଷାତକାରରେ ଏ ବିଷୟରେ କଥାବାର୍ତ୍ତା କରି ସେ କହିଥିଲେ, ‘‘ଏହି ପ୍ରକାରର ଫଟୋ ଶକ୍ତି ପ୍ରଦାନ କରେ। ଏହା ବହୁତ ସୁନ୍ଦର ଦେଖାଯାଏ। ଶିଶୁକୁ ସୁସ୍ଥ ରଖିବା ପାଇଁ ସ୍ତନପାନ ହେଉଛି ସବୁଠାରୁ ପ୍ରାକୃତିକ ଓ ସୁସ୍ଥ ଉପାୟ।’’

ପ୍ରକାଶ ଥାଉକି ଏଭଲିନ ତାଙ୍କ ପ୍ରେମିକା ତୁଷାନ ଭିଣ୍ଡିଙ୍କୁ ୨୦୨୧ ମେରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପ୍ରାୟ ୪ ବର୍ଷ ପରସ୍ପରକୁ ଡେଟ୍ କରିଥିଲେ। ଉଭୟ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି।

ଏହି ଫିଲ୍ମ କାମ କରିଥିଲେ 

ପ୍ରକାଶ ଥାଉକି ଏଭଲିନ ଶର୍ମା ୨୦୦୬ରେ ହଲିଉଡ ଫିଲ୍ମ ‘ଟର୍ନ ଲେଫ୍ଚ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଅବଶ୍ୟ, ତାଙ୍କର ବଲିଉଡ ଡେବ୍ୟୁ ୨୦୧୨ରେ ଆସିଥିବା ଫିଲ୍ମ ‘ଫ୍ରମ ସିଡନୀରୁ ୱିଥ୍ ଲଭ୍’ ଫିଲ୍ମ ସହିତ ହୋଇଥିଲା​| ଏହା ପରେ ସେ ୨୦୧୩ରେ ‘ନୌଟଙ୍କି ଶାଲା’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏଭଲିନ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କାମରେ କାମ କରିଛନ୍ତି।
Published by:Lipina Das
First published: