ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କଲେ ଇଶା ଗୁପ୍ତା; ଭାଇରାଲ ହେଲା ସେକ୍ସି ୱାର୍କଆଉଟ୍ ଭିଡିଓ

Esha Gupta Latest Video: ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ପୁଣି ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛନ୍ତି। ଭାଇରାଲ ହେଉଛି ତାଙ୍କ ୱାର୍କଆଉଟ ଭିଡିଓ।

ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କଲେ ଇଶା ଗୁପ୍ତା

ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କଲେ ଇଶା ଗୁପ୍ତା

  • Share this:
News18 Odia Digital

Esha Gupta Workout Video: ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଇଶା ଗୁପ୍ତାଙ୍କୁ ବର୍ତ୍ତମାନ କୌଣସି ପରିଚୟର ଆବଶ୍ୟକ ନାହିଁ। ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଆଧାରରେ ଇଶା ପ୍ରାୟତଃ ଲାଇମଲାଇଟରେ ରୁହନ୍ତି। ଖାଲି ଏତିକି ନୁହେଁ, ଫିଟନେସ୍ ଫ୍ରେକ୍ ଇଶା ତାଙ୍କ ଜିମ୍ ୱାର୍କଆଉଟ୍ ଭିଡିଓ ମାଧ୍ୟମରେ ଫ୍ୟାନ୍ସଙ୍କୁ ଦିୱାନା କରିବାରେ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ଏଥର ମଧ୍ୟ ସମାନ କାମ କରି ଚର୍ଚ୍ଚାରେ ଅଭିନେତ୍ରୀ। ପୁଣିଥରେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ତାଙ୍କ ଜବରଦସ୍ତ ୱାର୍କଆଉଟ୍ ଭିଡିଓ।

ଇଶାଙ୍କ ୱାର୍କଆଉଟ୍ ଭିଡିଓ ଜିତିଛି ଫ୍ୟାନ୍ସଙ୍କ ହୃଦୟ

ବି-ଟାଉନର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଇଶା ଗୁପ୍ତା ଅନ୍ୟତମ। ଇଶାଙ୍କ ୱାର୍କଆଉଟ୍ ଭିଡିଓ ପ୍ରତିଦିନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ଏଭଳି ପରିସ୍ଥିତିରେ ଇଶା ଏପରି କୌଣସି ସୁଯୋଗ ଛାଡ଼ନ୍ତି ନାହିଁ, ଯେଉଁ କାରଣରୁ ଫିଟନେସ୍ ପ୍ରସଙ୍ଗରେ ତାଙ୍କ ନାମ ଆଗରେ ରହିଥାଏ। ସମ୍ପ୍ରତି ଇଶା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି।








View this post on Instagram






A post shared by Esha Gupta (@egupta)





ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଇଶା ଜିମରେ କଠିନ ପରିଶ୍ରମ କରୁଥିବାର। ଆହୁରି ମଧ୍ୟ, ଇଶାଙ୍କ ଏହି ଭିଡିଓରେ, ଜବରଦସ୍ତ ଷ୍ଟ୍ରେଚିଂ କରୁଥିବାର ନଜର ଆଶୁଛନ୍ତି। ଏହା ବ୍ୟତୀତ ତାଙ୍କ ଜିମ୍ ପାର୍ଟନର ବ୍ୟାକ୍ ଫ୍ଲିପର ଏକ ବିପଜ୍ଜନକ ଷ୍ଟଣ୍ଟ୍ କରୁଥିବା ଦେଖାଯାଉଛନ୍ତି, ଯାହାଙ୍କ ତଳେ ଇଶା ଏକ ସ୍ଥିର ସ୍ଥିତିରେ ବସିଛନ୍ତି। ଏହି ଷ୍ଟଣ୍ଟ ଦେଖାଯିବା ଯେତିକି ସହଜ, ବାସ୍ତବରେ ଏହା ସେତିକି ବିପଜ୍ଜନକ। କିନ୍ତୁ ଇଶାଙ୍କୁ ଏଠାରେ ପ୍ରଶଂସା କରିବାକୁ ପଡ଼ିବ, ସେ ନିର୍ଭୟରେ ଏହାକୁ ପ୍ରଦର୍ଶନ କରୁଛନ୍ତି।

ସୋସିଆଲ ମିଡ଼ିଆରେ ଛାଇଲା ଇଶାଙ୍କ ଭିଡିଓ

ଏହି ଭିଡିଓ ଦେଖି ଇଶାଙ୍କ ଫିଟନେସ୍ ବିଷୟରେ ସହଜରେ ଅନୁମାନ କରାଯାଇପାରେ। କେବଳ ଏତିକି ନୁହେଁ, ଇଶାଙ୍କ ଏହି ୱାର୍କଆଉଟ ଭିଡିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଇଶାଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ପ୍ରକାଶ ଥାଉକି ‘ଜନ୍ନତ ୨’, ‘ବାଦଶାହୋ’, ‘ରାଜ୍ ୩’, ‘କମାଣ୍ଡୋ’ ଓ ‘ରୁସ୍ତମ’ ଭଳି ଫିଲ୍ମରେ ଶାନଦାର ଅଭିନୟ କରିଥିଲେ ଇଶା।
Published by:Lipina Das
First published: