ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ଯୁ ପରେ କ୍ଷମା ମାଗିଲେ ଇଜାଜ ଖାନ; କହିଲେ ମୁଁ ନିଜକୁ କିପରି କ୍ଷମା କରିବି

ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ଯୁ ପରେ କ୍ଷମା ମାଗିଲେ ଇଜାଜ ଖାନ; କହିଲେ ମୁଁ ନିଜକୁ କିପରି କ୍ଷମା କରିବି

ବିଗ୍ ବସ୍ ୧୪ର ପ୍ରତିଯୋଗୀ ଥିବା ଇଜାଜ୍ ଖାନ୍ ଅଭିନେତାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍ ସେୟାର କରି ଅଭିନେତାଙ୍କୁ କ୍ଷମା ମାଗିଛନ୍ତି ।

ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ଯୁ ପରେ କ୍ଷମା ମାଗିଲେ ଇଜାଜ ଖାନ; କହିଲେ ମୁଁ ନିଜକୁ କିପରି କ୍ଷମା କରିବି
ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ଯୁ ପରେ କ୍ଷମା ମାଗିଲେ ଇଜାଜ ଖାନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 6, 2021, 4:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ୟୁ ଖାଲି ଯେ କେବଳ ତାଙ୍କ ପରିବାରକୁ ଦୁଃଖ ଦେଇଛି ତାହା ନୁହେଁ ବରଂ ତାଙ୍କ ପ୍ରଶଂସକ ଓ ବନ୍ଧୁମାନଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି। ନିଜର କଥାବର୍ତ୍ତା ଓ ଅଭିନୟରେ ଲୋକଙ୍କ ହୃଦୟ ଜିତିଥିବା ସିଦ୍ଧାର୍ଥଙ୍କ ମୃତ୍ୟୁରେ ଟିଭି ତାରକାମାନେ ବହୁର ଦୁଃଖରେ ଥିବା ଦେଖାଯାଏ। ନିକଟରେ ବିଗ୍ ବସ୍ ୧୪ର ପ୍ରତିଯୋଗୀ ଥିବା ଇଜାଜ୍ ଖାନ୍ ଅଭିନେତାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍‌ ସେୟାର କରି ଅଭିନେତାଙ୍କୁ କ୍ଷମା ମାଗିଛନ୍ତି ।

ଦୁଃଖ ପ୍ରକାଶ କରି ଇଜାଜ ଖାନ ଲେଖିଛନ୍ତି ଯେ “ମୁଁ ଟୋକନ ଗେଶ୍ଚରେ ବିଶ୍ୱାସ କରେ ନାହିଁ। ମୁଁ ତୁମ ସହିତ କିଛି କଥା ହେବାକୁ ଥିଲା, ଚାହେଁ ଯାହା ଅଧୁରା ରହିଗଲା। ବର୍ତ୍ତମାନ ମୁଁ ଏହା କିପରି କହିବି ବୁଝିପାରୁ ନାହିଁ। ପ୍ରଥମେ ମୁଁ ତୁମକୁ କ୍ଷମା ମାଗିବାକୁ ଚାହୁଁଛି। ମୁଁ ତୁମକୁ ଫୋନ କରିବାକୁ କିମ୍ବା ଭେଟିବାକୁ ଚେଷ୍ଟା କଲି ନାହିଁ। ଏହାର କାରଣ କ’ଣ ଜାଣି ନାହିଁ। ବୋଧହୁଏ ମୁଁ ମୋର କାମରେ ବ୍ୟସ୍ତ ଥିଲି। ମୁଁ ଭାବିଲି ଦୁହେଁ କେଉଁଠି ନା କେଉଁଠି ନିଶ୍ଚୟ ଭେଟାଭେଟି ହୋଇଯିବା। ବର୍ତ୍ତମାନ ମୁଁ ଜାଣେ ନାହିଁ ଏଥିପାଇଁ ମୁଁ ନିଜକୁ କିପରି କ୍ଷମା କରିବି।”

ସିଦ୍ଧାର୍ଥ ଶୁକ୍ଲାଙ୍କୁ ସ୍ମରଣକରି ସେ ଆହୁରି ଲେଖିଛନ୍ତି ଯେ “ସେଠାରେ ବିଗ୍ ବସ୍ ଘରେ ତୁମକୁ ପ୍ରେମ ହୋଇଯାଇଥିଲା ଭାଇ। ମୁଁ ମୋ ଜୀବନରେ କାହାକୁ ଏତେ ଘନିଷ୍ଠ ଭାବରେ ଦେଖି ନାହିଁ। କେବଳ ତୁମେ ମୋତେ ବିଗ ବସ ଘରେ ବହୁତ ଭଲ ଭାବରେ ବୁଝିଥିଲ। ତୁମର ନୀତି, ତୁମର ଖୋଲା କଥା, ସବୁ କଥାରେ ତୁମର ଜିଦ୍… ଏହିସବୁ କଥାରେ ତୁମେ ଶିଖଉଥିଲ ଯେ ତୁମେ ଜିତିବା ପର୍ଯ୍ୟନ୍ତ ହାର ନାହିଁ। ନିଜ କାମକୁ ସବୁବେଳେ ନିଜ ପଦ୍ଧତିରେ ହିଁ ବୁଝୁଥିଲ।”

ଇଜାଜ ଖାନ ଆହୁରି ଏକ ଭାରି ହୃଦୟରେ ଲେଖିଛନ୍ତି ଯେ “ତୁମେ ମୋତେ ବୁଝାଇବା ଉଚିତ ଯେ ଚରିତ୍ରର ଶକ୍ତି କେତେ ଗୁରୁତ୍ୱପୂର୍ଣ୍ଣ। ତୁମର ସତ୍ୟକୁ ଅନ୍ୟ କାହା ସାମ୍ନାରେ ରଖିବା ଓ ତା’ପରେ ଏହାକୁ ନିଶ୍ଚିତ କରାଇବା, ତୁମ ପରି ଆଉ କେହି ହୋଇପାରନ୍ତି ନାହିଁ। ମୁଁ ଚେଷ୍ଟା କଲି । ଧନ୍ୟବାଦ ଭାଇ…”ସେ ତାଙ୍କ ପୋଷ୍ଟରେ ଆହୁରି ବି ଲେଖିଛନ୍ତି, “ତୁମକୁ ଭଲ ପାଉଥିଲି। ଏହି ଜୀବନରେ, ଗୋଟିଏ ବୟସ ପରେ କୌଣସି ଭଲ ବନ୍ଧୁତା ମିଳେ ନାହିଁ କାରଣ କାହା ସହିତ ଏତେ ସମୟ ଅତିବାହିତ କରିବାର ସୁଯୋଗ ମିଳେ ନାହିଁ। କିନ୍ତୁ ମତେ ଏହି ସମ୍ମାନ ମିଳିଥିଲା ଯେ ତୁମକୁ ଖାଦ୍ୟ, ସାଲାଡ ଓ ପ୍ରୋଟିନ୍ ସେକ୍ କେତେ ଭଲ ଲାଗେ, ତୁମେ କିପରି ବ୍ୟାୟାମ କରୁଥିଲ ଓ କେଉଁ ଗୀତ ତମର ପ୍ରିୟ ଥିଲା ମୁଁ ଜାଣିଥିଲି। ତୁମେ ସତରେ ଅଦ୍ଭୁତ।”“ମୋ ପ୍ରେରଣାରେ ତୁମେ ମୋର ଭାଇ। ମୋର ଆଦର୍ଶ। ତୁମେ ଥରେ ମତେ ଯେଉଁ କଥା କହିଥିଲ, ଏଥିରୁ ଏବେ ବି ମୁଁ ଶକ୍ତି ପାଏ। ମୁଁ କଥା ଦେଉଛି ତୁମର ସ୍ମୃତି ଆଉ ଶିକ୍ଷାକୁ ହୃଦୟରେ ରଖିବି। ତୁମେ ମୋ ଜୀବନରେ ଆସିଥିବାରୁ ଧନ୍ୟବାଦ।”
Published by: Soumya Das
First published: September 6, 2021, 4:35 PM IST