ଦମନରେ ପ୍ରସବ ସିନକୁ ବାସ୍ତବ ରୂପ ଦେବା ପାଇଁ ଲେଡି ଡାକ୍ତରଙ୍କ ସହ କଥା ହୋଇଥିଲେ ବାବୁସାନ

ଦମନରେ ଥିବା ଏକ ପ୍ରସବ ସିନକୁ ଜୀବନ୍ତ ରୂପ ଦେବା ପାଇଁ ବାବୁସାନ ପ୍ରୟାସ କରିଥିଲେ । ସେଥିପାଇଁ ଜଣେ ମହିଳାଙ୍କ ଡାକ୍ତରଙ୍କ ସହ ବିସ୍ତୃତ ଆଲୋଚନା କରି ସଟ୍ ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ ଅଭିନେତା ।

ଦମନ ସୁଟିଂ

ଦମନ ସୁଟିଂ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଚଳଚ୍ଚିତ୍ର ସୁଟିଂ ସମୟରେ ଅନେକ ଜିନିଷ, ପରିସ୍ଥିତି କିମ୍ବା ଚରିତ୍ରକୁ ନିଖୁଣ ଓ ସତ ସାବ୍ୟସ୍ତ କରିବା ପାଇଁ କଳାକାରଙ୍କ ସହ ପୁରା ଟିମ ମଧ୍ୟ ସଜାଗ ଥାଏ। ସେଥିପାଇଁ ସେମାନଙ୍କୁ କାହାଣୀ ଘଟିଥିବା ସ୍ଥାନ, କାହାଣୀର ଚରିତ୍ର ଓ ଲୋକମାନଙ୍କ ସହ ମିଶିବାକୁ ପଡେ। ସେହି କ୍ରମରେ ଲୋକପ୍ରିୟ ସାଉଁଟିଥିବା ଦମନ ଚଳଚ୍ଚିତ୍ର ସୁଟିଂ ସମୟରେ ବିଭିନ୍ନ ସଟକୁ ଜୀବନ୍ତ କରିବାକୁ ଚେଷ୍ଟା କରିଥିଲେ ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି। ଜଣେ ଲେଡି ଡାକ୍ତର ଦେବିକା ପ୍ରିୟଦର୍ଶନୀଙ୍କ ନିକଟରୁ ଡେଲିଭେରୀ ସମ୍ୱନ୍ଧିତ ଅନେକ କଥା ପଚାରି ବୁଝିଥିଲେ ସୁପରଷ୍ଟାର।

ଦେବିକା ବର୍ତ୍ତମାନ କୋରାପୁଟରର ଡାକ୍ତର ଭାବେ କାର୍ଯ୍ୟରତ। ଦମନ ଚଳଚ୍ଚିତ୍ରରେ ସେ ମଧ୍ୟ ଗର୍ଭବତୀ ନାରୀ ଭୂମିକାରେ ଅଭିନୟ କରିଥିଲେ।ଚଳଚ୍ଚିତ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ସିନ ସୁଟିଂ ହେବା ପୂର୍ବରୁ ଲେଡି ଡାକ୍ତର ଦେବିକାଙ୍କ ସହ କଥା ହୋଇଥିଲେ ବାବୁସାନ ମହାନ୍ତି। ପୂର୍ବରୁ ବାବୁସାନ ଏ ବାବଦରେ ଜାଣି ନାହାଁନ୍ତି। କେମିତି ଚେକ ହୁଏ ବୋଲି ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ। ପିଲା ବଢିବା ସହ ୟୁଟ୍ରେସର ଆକାର ମଧ୍ୟ ବୃଦ୍ଧି ପାଏ। ତେଣୁ ଫଣ୍ଡାଲାଇଟ ଚେକ କରିବାକୁ ପଡେ ବୋଲି ଡାକ୍ତର ଉତ୍ତର ଦେଇଥିଲେ। ତା ସହ ଯାଞ୍ଚ କରିବାର କୌଶଳ ମଧ୍ୟ ଅଭିନେତାଙ୍କୁ ବତାଇଥିଲେ। କିନ୍ତୁ ଚଳଚ୍ଚିତ୍ରରେ କେବଳ ଡେଲିଭେରୀ ସମୟର ସିନ ସୁଟ କରିବାକୁ ହେବ ବୋଲି ନିର୍ଦ୍ଦେଶକ ଜଣାଇଥିଲେ। ପିଲା ବାହାରକୁ ନ ଆସିଲେ ଏପିଜୋଟୋମି କରିବାକୁ ହୋଇଥାଏ ବୋଲି ପୂର୍ବରୁ ସ୍କ୍ରିପ୍ଟରେ ଉଲ୍ଲେଖ ଥିଲା। ମାତ୍ର ବାବୁସାନ ଏ ବାବଦରେ ଅବଗତ ନଥିଲେ। ପରେ ଲେଡି ଡାକ୍ତରଙ୍କ ଠାରୁ ସବୁ ଶୁଣି ସାରି ଏ ବାବଦରେ କ୍ଲିଅର ହୋଇଥିଲେ। ପ୍ରଥମେ ପ୍ରଥମେ 'ଏପିଜୋଟୋମି' ଶବ୍ଦ କହିପାରୁନଥିଲେ ବାବୁସାନ। ଏପରିକି ତାଙ୍କ ପାଟିରେ ଏହି ଶବ୍ଦ ପଶୁନଥିଲା।  ପରେ ମନେ ରଖି ସୁଟିଂ ଆଗେଇଥିଲେ ବାବୁସାନ ଓ ପୂରା ଟିମ।

ବାବୁସାନଙ୍କ ଭଳି ଜଣେ ସୁପରଷ୍ଟାରଙ୍କୁ ଗାଇଡ଼ କରି ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ଲେଡି ଡାକ୍ତର।
Published by:Soumya Das
First published: