ଦୃଶ୍ୟମ ୨: ବକ୍ସ ଅଫିସରେ ଅଜୟ ଦେବଗନଙ୍କ ଯାଦୁ; ଦ୍ୱିତୀୟ ଦିନରେ ଭାଙ୍ଗିଲା ରେକର୍ଡ

ସସପେନ୍ସ, ରୋମାଞ୍ଚ ଏବଂ କ୍ଲାଇମାକ୍ସରେ ପରିପୂର୍ଣ୍ଣ ଫିଲ୍ମ 'ଦୃଶ୍ୟମ ୨' ବର୍ତ୍ତମାନ ଏବେ ଚର୍ଚ୍ଚାରେ। ଏହି ଫିଲ୍ମଟି ୧୮ ନଭେମ୍ବରରେ ମୁକ୍ତିଲାଭ କରିଥିଲା।

 ଦୃଶ୍ୟମ ୨

ଦୃଶ୍ୟମ ୨

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ସସପେନ୍ସ, ରୋମାଞ୍ଚ ଏବଂ କ୍ଲାଇମାକ୍ସରେ ପରିପୂର୍ଣ୍ଣ ଫିଲ୍ମ 'ଦୃଶ୍ୟମ ୨' ବର୍ତ୍ତମାନ ଏବେ ଚର୍ଚ୍ଚାରେ। ଏହି ଫିଲ୍ମଟି ୧୮ ନଭେମ୍ବରରେ ମୁକ୍ତିଲାଭ କରିଥିଲା।ଏହି ଫିଲ୍ମ ହେଉଛି ୨୦୧୫ ଦୃଶ୍ୟମର ସିକ୍ୱେଲ। ଯେବେଠାରୁ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଲୋକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ର ରିଲିଜକୁ ଅପେକ୍ଷା କରିଥିଲେ। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଜୋରସୋରରେ ହୋଇଥିଲା। ରିଲିଜ୍‌ ପୂର୍ବରୁ ମଧ୍ୟ ଆଡଭାନ୍ସ ଟିକେଟ୍‌ ବୁକିଂରେ କୋଟି କୋଟି ଆୟ କରିଥିଲା।

ଫିଲ୍ମରେ ଅଜୟ ଦେବଗନ, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସରନ ନଜର ଆସିବେ। ଅଭିଷେକ ପାଠକ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଦୃଶ୍ୟମର ପାର୍ଟ ୧ ଦେଖିବା ପରେ ପାର୍ଟ ୨କୁ ଦେଖିବା ପାଇଁ ଦର୍ଶକ କେବେଠୁ ଅପେକ୍ଷା କରି ରହିଥିଲେ। ସୂଚନା ଅନୁଯାୟୀ ତେବେ ରିଲିଜ୍ ପୂର୍ବରୁ ଆଡଭାନ୍ସ ଟିକେଟ୍ ବୁକିଂରେ ଫିଲ୍ମଟି କୋଟିକୋଟି ଟଙ୍କା କଲେକ୍ସନ୍ କରିଛି । ଏହି ଫିଲ୍ମ ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ୨୦ କୋଟି କମାଇଛି। 'ବ୍ରହ୍ମାସ୍ତ୍ର' ପରେ ଏହି ଫିଲ୍ମ ବକ୍ସ ଅଫିସରେ ୨୦ କୋଟି ଟଙ୍କାର ମାର୍କ ଅତିକ୍ରମ କରି ବର୍ଷର ଦ୍ୱିତୀୟ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।

ଭାରତରେ ୩୩୦୨ ପରଦାରେ ଏବଂ ବିଦେଶରେ ୮୫୮ ପରଦାରେ ମୁକ୍ତିଲାଭ କରିଛି ଏହି ଫିଲ୍ମ। ଅର୍ଥାତ୍ ଏହି ଚଳଚ୍ଚିତ୍ରଟି ମୋଟ ୪୦୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରକରିଥିଲା। ଏହା ହେଉଛି ମାଲାୟାଲମ୍ ଚଳଚ୍ଚିତ୍ର 'ଦୃଶ୍ୟମ ୨'ର ହିନ୍ଦୀ ରିମେକ୍। ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ ୧୪.୫୦ ରୁ ୧୫ କୋଟି ମଧ୍ୟରେ ସଂଗ୍ରହ କରିଛି। ପୂର୍ବରୁ ଆକଳନ କରାଯାଉଥିଲା ଯେ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ପ୍ରାୟ ୧୨ କୋଟି ବ୍ୟବସାୟ କରିପାରିବ।
Published by:Soumyashree Mishra
First published: