- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ କେତେକଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଉଛି। ନିକଟରେ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ଠାରୁ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ପର୍ଯ୍ୟନ୍ତ ଏହି ତାଲିକାରେ ଅନେକ ସେଲିବ୍ରେଟ୍ ଅଛନ୍ତି। ବର୍ତ୍ତମାନ ଏହି ଲିଷ୍ଟରେ ଅନ୍ୟ ଏକ ଯୋଡିର ନାମ ସାମିଲ ହୋଇଛି। ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ୍ ୨((Drishyam 2)’ର ନିର୍ଦ୍ଦେଶକ ଅଭିଷେକ ପାଠକ ଏବଂ ଅଭିନେତ୍ରୀ ଶିବାଲିକା ଓବରୋଇ। ଉଭୟଙ୍କ ବିବାହ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ଦୁହେଁ ବିବାହ କରିବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ, ଅଭିଷେକ ଏବଂ ଶିବାଲିକା ଆସନ୍ତା ମାସରେ ଅର୍ଥାତ୍ ଫେବୃଆରୀ ରେ ବିବାହ କରିବାକୁ ଯାଉଛନ୍ତି। ଉଭୟ ଗୋଆରେ ବିବାହ କରିବେ। ତେବେ ଉଭୟଙ୍କ ବିବାହ ସମ୍ପର୍କରେ କୌଣସି ତାରିଖ ପ୍ରକାଶ କରାଯାଇ ନାହିଁ। ଦୁହିଁଙ୍କ ବିବାହ କାର୍ଯ୍ୟ ଦୁଇ ଦିନ ଧରି ଚାଲିବ । ଏଥିରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ୍ ହେବେ। ଏଥି ସହିତ ବଲିଉଡର କିଛି ବଡ ତାରକା ମଧ୍ୟ ଏହି ଦୁଇଜଣଙ୍କ ବିବାହରେ ଯୋଗ ଦେଇପାରନ୍ତି। ଅଭିଷେକ ଏବଂ ଶିବାଲିକା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ।
ନିର୍ଦ୍ଦେଶକ ଅଭିଷେକ ୨୦୨୨ରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୪୦ କୋଟିରୁ ଅଧିକ ଆୟ କରିଥିଲା। ଅଭିନେତ୍ରୀ ଶିବଲେକା ଫିଲ୍ମ ‘ୟେ ସାଲି ଆଶିକୀ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ‘ଖୁଦା ହାଫିଜ୍’ ଏବଂ ‘ଖୁଦା ହାଫିଜ୍ ୨’ରେ ମଧ୍ୟ କାମ କରିଥିଲେ। ଅଭିଷେକ ଫିଲ୍ମ ‘ଖୁଦା ହାଫିଜ’ର ନିର୍ମାତା ଥିଲେ। ଏହି ଫିଲ୍ମ ସେଟରୁ ଦୁହେଁ ପରସ୍ପରକୁ ଭେଟିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।