ବକ୍ସ ଅଫିସରେ କମାଲ କରୁଛି ଫିଲ୍ମ ଦୃଶ୍ୟମ-୨, ପ୍ରଥମ ଦିନରେ କାମାଇଲା ୧୫ କୋଟି

ଦୃଶ୍ୟମ

ଦୃଶ୍ୟମ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅଜୟ ଦେବଗନଙ୍କ ଫିଲ୍ମ ଦୃଶ୍ୟମ ରିଲିଜ୍ ହୋଇଛି। ଏହି ଫିଲ୍ମ ହେଉଛି ୨୦୧୫ ଦୃଶ୍ୟମର ସିକ୍ୱେଲ। ଯେବେଠାରୁ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଲୋକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ର ରିଲିଜକୁ ଅପେକ୍ଷା କରିଥିଲେ। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଜୋରସୋରରେ ହୋଇଥିଲା। ରିଲିଜ୍‌ ପୂର୍ବରୁ ମଧ୍ୟ ଆଡଭାନ୍ସ ଟିକେଟ୍‌ ବୁକିଂରେ କୋଟି କୋଟି ଆୟ କରିଥିଲା।
ଫିଲ୍ମରେ ଅଜୟ ଦେବଗନ, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସରନ ନଜର ଆସିବେ। ଅଭିଷେକ ପାଠକ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଦୃଶ୍ୟମର ପାର୍ଟ ୧ ଦେଖିବା ପରେ ପାର୍ଟ ୨କୁ ଦେଖିବା ପାଇଁ ଦର୍ଶକ କେବେଠୁ ଅପେକ୍ଷା କରି ରହିଥିଲେ।

ସୂଚନା ଅନୁଯାୟୀ ତେବେ ରିଲିଜ୍ ପୂର୍ବରୁ ଆଡଭାନ୍ସ ଟିକେଟ୍ ବୁକିଂରେ ଫିଲ୍ମଟି କୋଟିକୋଟି ଟଙ୍କା କଲେକ୍ସନ୍ କରିଛି । ବର୍ତ୍ତମାନ ସୁଦ୍ଧା ଆଡଭାନ୍ସ ବୁକିଂରେ ୪.୨୫ରୁ ୪.୫୦ କୋଟି ଟଙ୍କା ଆୟ କରିସାରିଥିବା ଜଣାପଡିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ ୧୪.୫୦ ରୁ ୧୫ କୋଟି ମଧ୍ୟରେ ସଂଗ୍ରହ କରିଛି। ପୂର୍ବରୁ ଆକଳନ କରାଯାଉଥିଲା ଯେ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ପ୍ରାୟ ୧୨ କୋଟି ବ୍ୟବସାୟ କରିପାରିବ।
Published by:Soumyashree Mishra
First published: