News18 Odia Digital
ଭୁବନେଶ୍ୱର: ଡିଜେ ଆଜେକ୍ସ(DJ Azex)ଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ୍ୟୁକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ ମୃତ ଆଜେକ୍ସଙ୍କ ମାମୁଁ। ଅକ୍ଷୟ (DJ Azex)ବ୍ଲାକ ମେଲିଂର ଶିକାର ହେଉଥିଲେ ବୋଲି କହିଛନ୍ତି ମାମୁଁ।
ମାମୁଁଙ୍କ ଅଭିଯୋଗ ଅନୁସାରେ, ତ୍ରିକୋଣୀୟ ପ୍ରେମ ପାଇଁ ଯାଇଛି ଡିଜେ ଆଜେକ୍ସଙ୍କ ଜୀବନ! ଏକ ଘରୋଇ ମେଡ଼ିକାଲ କଲେଜର ଛାତ୍ରୀଙ୍କୁ ପ୍ରେମ କରିଥିଲେ ଆଜେକ୍ସ। କିନ୍ତୁ ସମ୍ପୃକ୍ତ ଯୁବତୀ ତାଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ। ମାନସିକ ଚାପରେ ରହି ସେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ଅକ୍ଷୟଙ୍କ ମାମୁଁ।
ସୂଚନାଯୋଗ୍ଯ, ଡିଜେ ଆଜେକ୍ସ ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡ଼ସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲେ ପରିବାର ଲୋକେ। ଗତକାଲି ଝଡ଼ ବର୍ଷା ବେଳେ ଲାଇନ୍ ଯିବା ପରେ ଅକ୍ଷୟ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ତାଙ୍କ ଦାଦା। ଲାଇନ୍ ଆସିବା ପରେ ଅକ୍ଷୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।
DJ AZEX DEATH: ଚାଲିଗଲେ ଲୋକପ୍ରିୟ ଓଡ଼ିଆ DJ ଆଜେକ୍ସପରେ ଆଜେକ୍ସଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଜଣେ ଜଣାଶୁଣା ଡିଜେ ଭାବେ ପ୍ରାୟ ଦଶ ବର୍ଷ ଧରି ଯୁବପିଢ଼ିଙ୍କ ମନୋରଞ୍ଜନ କରୁଥିଲେ ଆଜେକ୍ସ । ଇନଷ୍ଟାଗ୍ରାମରେ ତାଙ୍କର ୯୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି । ପୋଲିସ ମୋବାଇଲ ଫୋନ୍ ଜବତ କରି ଘଟଣାର ତଦନ୍ତ କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।