News18 Odia Digital
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଆ କଳାକାର ମୃତ। ଲୋକପ୍ରିୟ ଓଡ଼ିଆ DJ ଆଜେକ୍ସ ଆତ୍ମହତ୍ୟା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କରିଥିଲେ ଆଲେକ୍ସ। ସେ କାହିଁକି ଏପରି କଲେ ସେ ନେଇ ତଦନ୍ତ କରୁଛି ଖାରବେଳ ଥାନା ପୋଲିସ।
ଆଜେକ୍ସ ଭୁବନେଶ୍ୱର ୟୁନିଟ-୮ ଖାରବେଳ ନଗରରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆଲେକ୍ସ ଆତ୍ମହତ୍ୟା ଆତ୍ମହତ୍ୟା କରିଥିବା ଜଣାପଡିଛି। ଶେଷଥର ପାଇ ସନ୍ଧ୍ୟା ୬.୩୦ ରେ ପରିବାର ଲୋକଙ୍କ ସହିତ ଆଜେକ୍ସ କଥା ହୋଇଥିଲେ। ଏବେ ତାଙ୍କର ମୃତଦେହକୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଛି। ଅଧିକ ତଥ୍ୟ ପାଇଁ ମୋବାଇଲ ଫୋନକୁ ନେଇ ତଦନ୍ତ କରୁଛି ପୋଲିସ।
ନିଜର ନିଆରା ଶୈଳୀ ପାଇଁ କେବଳ ରାଜ୍ଯ ନୁହେଁ ରାଜ୍ଯ ବାହାରେ ଲୋକପ୍ରିୟ ସାଉଁଟି ଥିଲେ ଆଜେକ୍ସ । ଓଡିଆ ଗୀତକୁ ନିଜ ଷ୍ଟାଇଲରେ ଗାଇ ବେଶ ନାଁ କମାଇଥିଲେ । ଓଡିଆ, ସମ୍ୱଲପୂରୀ ଗୀତକୁ ଡିଜେ ତଡକା ଦେଇ ଦର୍ଶକଙ୍କୁ ପରସିଦେଉଥିଲେ ଆଜେକ୍ସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।