News18 Odia Digital
ମୁମ୍ବାଇ: ଟାଇଗର ଶ୍ରଫ ଆଜି ତାଙ୍କର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ପରିବାର ଓ ବନ୍ଧୁମାନଙ୍କ ଠାରୁ ଅଭିନନ୍ଦନ ଗ୍ରହଣ କରୁଛନ୍ତି, କିନ୍ତୁ ସମସ୍ତେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ଦିଶା ପାଟାନୀଙ୍କ ଅଭିନନ୍ଦନକୁ ଅପେକ୍ଷା କରିଥିଲେ। ସେପଟେ ଦିଶା ସୋସିଆଲ ମିଡ଼ିଆରେ ଟାଇଗରକୁ ଖାସ୍ ଅନ୍ଦାଜରେ ବର୍ଥଡେ ୱିଶ୍ ମଧ୍ୟ କରିଛନ୍ତି
ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଟାଇଗରଙ୍କ ଏକ ହସୁଥିବା ଭିଡିଓ ପୋଷ୍ଟ କରିଛନ୍ତି ଦିଶା। ଆଉ ଏହା ସହ ସେ ଅଭିନେତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। କିନ୍ତୁ ଫ୍ୟାନ୍ସ ତାଙ୍କ ପୋଷ୍ଟକୁ ନେଇ ଆଶ୍ଚର୍ଯ୍ୟ ହୋଇ ସେମାନଙ୍କ ସମ୍ପର୍କ ଉପରେ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି।
ଦିଶା ଓ ଟାଇଗର ଶ୍ରଫଙ୍କ ବ୍ରେକଅପ୍ ହୋଇଯାଇଛି ବୋଲି ସମସ୍ତେ କହୁଛନ୍ତିକଥାଟି ହେଲା ଯେ ଦିଶା ତାଙ୍କ କଥିତ ବୟଫ୍ରେଣ୍ଡ ଟାଇଗରଙ୍କ ଜନ୍ମ ଦିନରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଟାଇଗର ହସୁଥିବା ଦେଖିବାକୁ ମିଳିଛି। ଏହା ସହିତ ଦିଶା କ୍ୟାପସନରେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ମାଇଁ ବେଷ୍ଟ ଫ୍ରେଣଅଡ, ତୁମର ପରିଶ୍ରମ ଓ ସୁନ୍ଦର ଆତ୍ମା ସହିତ ଆମ ପରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ। ତୁମେ ସୁନ୍ଦର'।’’
ଦିଶାଙ୍କ ଏହି ପ୍ରଶଂସାକୁ କେହି ଆପତ୍ତି କରିନାହାଁନ୍ତି, କିନ୍ତୁ ସେ ଟାଇଗରଙ୍କୁ ବନ୍ଧୁ ବୋଲି କହିବାରୁ କିଛି ଫ୍ୟାନ୍ସ ରାଗିଯାଇଛନ୍ତି। ଆଉ ତାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ପ୍ରଶଂସକମାନେ ଦିଶା ପାଟନିଙ୍କ ଏହି ପୋଷ୍ଟ ବିଷୟରେ କ୍ରମାଗତ ଭାବରେ ପ୍ରଶ୍ନ ପଚାରୁଛନ୍ତି, ଯେତେବେଳେ ଲୋକମାନେ ଟାଇଗର ଶ୍ରଫଙ୍କୁ ତାଙ୍କ ଜନ୍ମ ଦିନରେ ଅଭିନନ୍ଦନ ଜଣାଇଛନ୍ତି, ପ୍ରଶଂସକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି।
ଜଣେ ଫ୍ୟାନ ଲେଖିଛନ୍ତି, ‘‘ଟାଇଗର ମଧ୍ୟ ଫ୍ରେଣ୍ଡଜୋନ୍।’’ ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି, 'ବେଷ୍ଟ ଫ୍ରେଣ୍ଡ?' ତୃତୀୟ ଫ୍ୟାନ ଲେଖିଛନ୍ତି ‘‘ ଖାଲି ଫ୍ରେଣ୍ଡ?’’।
ପ୍ରକାଶ ଥାଉକି ଦିଶା ପାଟନୀ ଓ ଟାଇଗର ଶ୍ରଫ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଆସୁଛନ୍ତି। ସେମାନେ ପ୍ରାୟତଃ ପରସ୍ପର ସହିତ ନଜର ଆସିନ୍ତି। ଫ୍ୟାନ୍ସ ସେମାନଙ୍କ ବିବାହର ଖବର ଶୁଣିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।