News18 Odia Digital
ମୁମ୍ବାଇ: ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ତଥା ଫିଟନେସ୍ ଆଇକନ୍ ଦିଶା ପଟାନୀ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରୁହନ୍ତି। ସେ ପ୍ରତିଦିନ ନିଜର ସାହସିକତା ପାଇଁ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏଥର ଦିଶା ତାଙ୍କ ଫିଟନେସ୍ ଭିଡିଓ ପାଇଁ ହେଡଲାଇନରେ ଅଛନ୍ତି। ହେଲେ ଏଥର ବିକିନି ଫଟୋ ପାଇଁ ନୁହେଁ ବରଂ ଆକ୍ସନ ୱାର୍କଆଉଟ କରି ଚର୍ଚ୍ଚାରେ ଅଛନ୍ତି ସେ।
୫ ଥର ୮୦ କିଲୋଗ୍ରାମ ଓଜନ ଉଠାଇଛନ୍ତିଆମେ ସମସ୍ତେ ଜାଣୁ ଯେ ଦିଶା ଜଣେ ଫିଟନେସ୍ ଫ୍ରେକ୍ ଅଭିନେତ୍ରୀ। ତାଙ୍କ ସୋସିଆଲ ମିଡ଼ିଆ ନିଜର ୱାର୍କଆଉଟ୍ ଭିଡିଓ ଓ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବର୍ତ୍ତମାନ ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ୮୦ କିଲୋଗ୍ରାମ ଓଜନ ପାଞ୍ଚ ଥର ଉଠାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଭିଡିଓ ଶେୟାର କରି ଦିଶା କ୍ୟାପସନରେ ଲେଖିଛନ୍ତି, ‘‘ରାକ୍ ପୁଲ ୫ ରେପ୍ସ ୮୦ କିଲୋଗ୍ରାମ।’’
ପ୍ରଶଂସାରେ ଟାଇଗର ଶ୍ରଫଏବେ ଦିଶାଙ୍କ ଏହି ଇନଷ୍ଟାଗ୍ରାମ ଭିଡିଓ ଖୁବ୍ ଭାଇରାଲ ହେଉଛି। ଫ୍ୟାନ୍ସକଙ୍କ ସହ କମେଣ୍ଟ କରି ଚର୍ଚ୍ଚାରେ ତାଙ୍କ କଥିତ ବୟଫ୍ରେଣ୍ଡ ତଥା ଆକ୍ସନ ହିରୋ ଟାଇଗର ଶ୍ରଫ। ସେ କମେଣ୍ଟ କରି ଲେଖିଛନ୍ତି, ‘‘wonder woman।’’ ସେହିପରି ଟାଇଗରଙ୍କ ଭଉଣୀ କ୍ରିଷ୍ଣା ଲେଖିଛନ୍ତି, ‘‘ତମେ ନିଆଁ।’’
କିକ୍ ଜରିଆରେ ସମସ୍ତଙ୍କୁ ଝଟକା ଦେଇଥିଲେ ଦିଶାନିକଟରେ ଦିଶା ଏକ ଫ୍ଲାଇଙ୍ଗ୍ କିକ୍ ସହିତ ଏକ ଭିଡିଓ ଶେୟାର କରି ସମସ୍ତଙ୍କୁ ଏକ ବଡ଼ ଝଟକା ଦେଇଥିଲେ। ଏହି ଭିଡିଓରେ ଦିଶାଙ୍କ ଜମ୍ପ ଓ ଶକ୍ତିଶାଳୀ କିକ୍ କହିଥିଲେ ଯେ ସେ କେବଳ ସୁପର ସ୍ଲିମ୍ ନୁହଁନ୍ତି ବରଂ ସୁପର ମଜବୁତ ମଧ୍ୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।