News18 Odia Digital
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ପାଇଁ ସଲମାନ ଖାନଙ୍କର ବହୁତ ସମ୍ମାନ ରହିଛି। ରଣବୀର ସିଂଙ୍କ ଶୋ 'ଦ ବିଗ୍ ପିକ୍ଚର୍'ର ମଞ୍ଚରେ ପହଞ୍ଚି ସେ ଧର୍ମେନ୍ଦ୍ରଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ସେ କେବଳ ବଲିଉଡରେ ଧର୍ମେନ୍ଦ୍ରଙ୍କୁ ଅନୁସରଣ କରୁଛନ୍ତି। ସଲମାନ ଖାନ ଧର୍ମେନ୍ଦ୍ରଙ୍କୁ ତାଙ୍କର ଆଇଡଲ୍ ବୋଲି ବର୍ଣ୍ଣନା କରିଥିଲେ। ଯାହାର ପ୍ରୋମୋ ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ।
ଏହି ଭିଡିଓ ଦେଖିବା ପରେ ଧର୍ମେନ୍ଦ୍ର ବର୍ତ୍ତମାନ ନିଜର ପ୍ରତିକ୍ରିୟା ଦେଇ ବଲିଉଡର ଭାଇଜାନଙ୍କ ଉପରେ ନିଜର ପ୍ରେମ ଦେଖାଇଛନ୍ତି। ଅଭିନେତାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ଧର୍ମେନ୍ଦ୍ର ମଧ୍ୟ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି
ସଲମାନ ଖାନ ଏହି ସପ୍ତାହ ଶେଷରେ ରଣବୀର ସିଂଙ୍କ ଶୋ 'ଦ ବିଗ୍ ପିକ୍ଚର୍'ର ମଞ୍ଚରେ ପହଞ୍ଚିବାକୁ ଯାଉଛନ୍ତି। ସଲମାନ ସ୍ପେଶିଆଲର ଏହି ଆଗାମୀ ଏପିସୋଡର ଅନେକ ପ୍ରୋମୋ ଭିଡିଓ ଭାଇରାଲ ହେଉଛି । ନିକଟରେ ଶୋ'ର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସଲମାନ ଖାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ତାଙ୍କର ପ୍ରତିମା ବୋଲି ବର୍ଣ୍ଣନା କରିଥିଲେ। ଭିଡିଓ ଦେଖିବା ପରେ ଧର୍ମେନ୍ଦ୍ର ନିଜକୁ ଅଟକାଇ ପାରିଲେ ନାହିଁ ଓ ସୋସିଆଲ ମିଡ଼ିଆରେ ସଲମାନଙ୍କ ପାଇଁ ଏକ ସୁନ୍ଦର ନୋଟ ଶେୟାର କରିଛନ୍ତି।
ସଲମାନ ଖାନ କ’ଣ କହିଥିଲେ?
ଭିଡିଓରେ ଆପଣ ଦେଖିପାରିବେ ଯେ ସଲମାନ କହୁଛନ୍ତି, ‘‘ବାସ୍ତବରେ ମୁଁ ସବୁବେଳେ ଧର୍ମେନ୍ଦ୍ରଙ୍କୁ ଅନୁସରଣ କରିଆସୁଛି । ତାଙ୍କ ମୁହଁରେ ଥିବା ନିର୍ଦ୍ଦୋଷତା । ସେ ବହୁତ ହ୍ୟାଣ୍ଡସମ୍ ମଣିଷ । ବିଶେଷ କରି ତାଙ୍କ ଶରୀର ସବୁଠାରୁ ସୁନ୍ଦର ।’’ ରଣବୀର ସିଂ ସଲମାନଙ୍କ କଥାରେ ସହମତି ପ୍ରକାଶ କରି କହିଛନ୍ତି ଧର୍ମେନ୍ଦ୍ର ହେଉଛନ୍ତି 'ମାଚୋ ମ୍ୟାନ୍' ।
ସଲମାନଙ୍କ ପ୍ରତି ପ୍ରେମ ଦେଖାଇଲେ ସଲମାନ
ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି, ‘‘ପ୍ରିୟ ସଲମାନ, ମୋ ପାଇଁ ଏପରି ଏକ ସୁନ୍ଦର ମନ୍ତବ୍ୟ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣ ବଲିଉଡର ସବୁଠାରୁ ହ୍ୟାଣ୍ଡସମ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ମୁଁ ତୁମର ସରଳତାକୁ ଭଲ ପାଏ । ବଞ୍ଚିବା ଜାରି ରଖ, ଏହା ଏକ ପ୍ରାର୍ଥନା ଯେ ତୁମେ ସର୍ବଦା ସୁସ୍ଥ ରୁହ ଓ ଜୀବନ ସୁଖରେ ପରିପୂର୍ଣ୍ଣ ହେଉ ।’’
ଫ୍ୟାନ୍ସ ଧର୍ମେନ୍ଦ୍ରଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ବହୁତ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ସୋସିଆଲ ମିଡ଼ିଆରେ ଧର୍ମେନ୍ଦ୍ରଙ୍କୁ ପ୍ରକୃତ ହିରୋ କହୁଥିବାର ନଜର ଆସୁଛନ୍ତି ଫ୍ୟାନ୍ସ ।
ସଲମାନ-ଧର୍ମେନ୍ଦ୍ର ଅତି ନିକଟତର
ସଲମାନ ଖାନ ଓ ଧର୍ମେନ୍ଦ୍ର ପରସ୍ପରର ଅତି ନିକଟତର । ଉଭୟଙ୍କୁ ‘ପ୍ୟାର୍ କିୟା ତୋ ଡରନା କ୍ୟା’ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଏଥିରେ ଲୋକପ୍ରିୟ ଅଭିନେତ୍ରୀ କାଜଲ, ସଲମାନଙ୍କ ବିପକ୍ଷରେ ନଜର ଆସିଥିଲେ । ସେହିପରି ସଲମାନଙ୍କ ଭାଇ ଅରବାଜ ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଫିଲ୍ମରେ ଅଭିନୟ କରିଥିଲେ ।
ସେପଟେ ରଣବୀର ସିଂ ମଧ୍ୟ ଧର୍ମେନ୍ଦ୍ରଙ୍କ ସହ କାମ କରିବାକୁ ଯାଉଛନ୍ତି। ସେ କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଔ ରାନୀ କି ପ୍ରେମ କାହାନୀ’ରେ ଧର୍ମେନ୍ଦ୍ରଙ୍କ ସହ ନଜର ଆସିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।