'ଡେଲିଭରୀ ବୟ' ଟ୍ରେଲର ରିଲିଜ୍; ମାର୍ଚ୍ଚରେ ପରଦାକୁ ଆସିବ ସିନେମା !

ଏକ ନିଚ୍ଛକ ଓ ସତ୍ୟ କାହାଣୀକୁ ନେଇ ନିର୍ମାଣ ହୋଇଛି ନୂଆ ଓଡ଼ିଆ ସିନେମା 'ଡେଲିଭରୀ ବୟ' । ଆଜି ଭୁବନେଶ୍ୱରରେ ଟ୍ରେଲର ପ୍ରଦର୍ଶିତ ହୋଇଥିବାବେଳେ ବର୍ତ୍ତମାନ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

'ଡେଲିଭରୀ ବୟ' ଟ୍ରେଲର ରିଲିଜ୍; ମାର୍ଚ୍ଚରେ ପରଦାକୁ ଆସିବ ସିନେମା !

'ଡେଲିଭରୀ ବୟ' ଟ୍ରେଲର ରିଲିଜ୍; ମାର୍ଚ୍ଚରେ ପରଦାକୁ ଆସିବ ସିନେମା !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କେଶରୀ ଟକିଜରେ ନୂଆ ଓଡ଼ିଆ ଚଳଚ୍ଚିତ୍ରର 'ଡେଲିଭରୀ ବୟ'  (Delivery boy) ଫାଷ୍ଟ ଲୁକ୍ ପ୍ରଦର୍ଶିତ ହୋଇଛି । ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା, କାଉନସିଲର ରଞ୍ଜୁଲତା ରାୟ, ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ଅଶ୍ୱିନ୍ ତ୍ରିପାଠୀ, ଅଭିନେତା ଶୈଳେନ୍ଦ୍ର, ଶକ୍ତି ବରାଳ, ସୂର୍ଯ୍ୟମୟୀ, ପ୍ରିୟମ୍ବଦା, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ପ୍ରଯୋଜକ ଟୁଟୁ ନାୟକ, ରମେଶ ବାରିକ ପ୍ରମୁଖ ଯୋଗ ଦେଇଥିଲେ।

ଏବେ ସବୁକିଛି ଅନ୍‌ଲାଇନ୍‌ରେ (Online) ଉପଲବ୍ଧ ହେଉଛି। କୌଣସି ବି ଜିନିଷ ଅନ୍‌ଲାଇନ୍‌ରେ ମଗାଇବା ପରେ କମ୍ପାନୀରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ସୂତ୍ରଧର । ହେଲେ ଠିକ୍‌ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଜଣେ ଡେଲିଭରି ବୟ ସାମ୍ନା କରୁଥିବା ସେହି ସବୁ ଅସୁବିଧାକୁ ନେଇ ଏଇ ଚଳଚ୍ଚିତ୍ର ‘ଡେଲିଭରି ବୟ’ ନିର୍ମାଣ ହୋଇଛି। ଏଇ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଛନ୍ତିି ପରିଚିତ ପ୍ରଯୋଜକ ଜେ .ଆର.ଏମ୍‌, । ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସହ ଅଶ୍ୱିନ ତ୍ରିପାଠୀ । ଏହି ଚଳଚ୍ଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି । ଏଥିରେ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଉଦିତ ନାରାୟଣ, ହ୍ୟୁମାନ୍‌ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି।

ଏକ ବାସ୍ତବ ଘଟଣାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଜ୍ୟୋତିରଞ୍ଜନ‌ ମହାନ୍ତି କହିଛନ୍ତି । ୩୮ ଦିନ ସମୟ ମଧ୍ୟରେ ପ୍ରସ୍ତୁତ ହେଇଥିବା ଏଇ ଚଳଚ୍ଚିତ୍ର ସଙ୍ଗୀତରେ ପ୍ରଥମ ଥର ପାଇଁ ଏହାର ଶୀର୍ଷକ ଗୀତକୁ ରାପ୍ ସଙ୍ଗୀତରେ ସଜାଯାଇଛି। ଏହା ସହ ‘ପାନ ଗୁଆ ଖଇର ଗୁଆକାତି..., ଆମେ ସବୁ ଗଭର୍ଣ୍ଣରଙ୍କ ବଡ଼ ନାତି... ସହ ଆଉ ଚାରିଟି ଗୀତ ରହିଛି ।

ସିନେମା ହଲ ବାହାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଟ୍ରେଲର ଦେଖିବା ପରେ ଟ୍ରେଲର କିପରି ଲାଗିଲା ତାହା ଜାଣିବା ପାଇଁ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ବୁମ୍ ଧରିଥିଲେ । ମୋବାଇଲ କ୍ୟାମେରାରେ ରେକର୍ଡ କରୁଥିଲେ ନାୟକ ଶୈଳେନ୍ଦ୍ର । ଶୈଳେନ୍ଦ୍ର କହିଛନ୍ତି ଗଣମାଧ୍ୟମ ବନ୍ଧୁମାନେ ସମସ୍ତଙ୍କର ସାକ୍ଷାତକାର ନିଅନ୍ତି । କିନ୍ତୁ ଆଜି ଆମେ ସେମାନଙ୍କର ସାକ୍ଷାତକାର ନେଇଛୁ । ଗଣମାଧ୍ୟମ ବ୍ୟକ୍ତିବିଶେଷମାନେ ଟ୍ରେଲରକୁ ପ୍ରଶଂସା କରିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର ସ୍ଥିତ ଉତ୍କଳ‌ ଗ୍ୟାଲେରିଆଠାରେ ଏହି ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ହୋଇଥିଲା । ଏହି‌ ଅବସରରେ ମୁଖ୍ୟ ଅତିଥି ଭାବେ ମୋ କଲେଜର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ, ପ୍ରଯୋଜକ ଜେ . ଆର.ଏମ୍‌, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ଗୀତିକାର ସୂର୍ଯ୍ୟ ମହାପାତ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏବଂ ଏଇ ଚଳଚ୍ଚିତ୍ର ସହ ସଂପୃକ୍ତ କଳାକାରମାନେ ଯୋଗ ଦେଇଥିଲେ। ଏହାର ସଙ୍ଗୀତ ବିତରଣ ଦାୟିତ୍ୱ ନେଇଥିବା ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍‌ରେ ଏହାର ଗୀତ ଗୁଡ଼ିକ ଉପଲବ୍ଧ ରହିଛି ।

ଏହି ଖବର ପଢ଼ନ୍ତୁ - http://ବ୍ୟବସାୟ ଓ ରାଜନୀତିକୁ ଓହ୍ଲାଇବା ପୂର୍ବରୁ ସାମ୍ୱାଦିକତା କରୁଥିଲେ ନବଦାସ!
Published by:Soubhagya Mishra
First published: