ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା ସ୍ଥଗିତ କଲା ଦିଲ୍ଲୀ ପୋଲିସ; ଜାରି ହେବ ନୂଆ ସମନ

ଦିଲ୍ଲୀ ପୋଲିସର ଇକୋନୋମିକ ଅଫେନ୍ସ ୱିଙ୍ଗ ଆସନ୍ତାକାଲି ପାଇଁ ଧାର୍ଯ୍ୟ ହୋଇଥିବା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପଚରାଉଚରାକୁ ସ୍ଥଗିତ ରଖିଛି ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା ସ୍ଥଗିତ କଲା ଦିଲ୍ଲୀ ପୋଲିସ; ଜାରି ହେବ ନୂଆ ସମନ

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା ସ୍ଥଗିତ କଲା ଦିଲ୍ଲୀ ପୋଲିସ; ଜାରି ହେବ ନୂଆ ସମନ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ଇକୋନୋମିକ ଅଫେନ୍ସ ୱିଙ୍ଗ (EOW) ଆସନ୍ତାକାଲି ପାଇଁ ଧାର୍ଯ୍ୟ ହୋଇଥିବା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପଚରାଉଚରାକୁ ସ୍ଥଗିତ ରଖିଛି । ପଚରାଉଚରା ସ୍ଥଗିତ ରଖିବାକୁ ଅଭିନେତ୍ରୀଙ୍କ ଅନୁରୋଧ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୋଲିସର ସୂଚନାନୁସାରେ, ଅଭିନେତ୍ରୀଙ୍କୁ ଆଉ ଏକ ନୂଆ ତାରିଖରେ ଡକାଯାଇ ପଚରାଉଚରା କରାଯିବ ।



ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଏଥି ପାଇଁ ତଦନ୍ତରେ ସହଯୋଗ କରିବା ପାଇଁ ଦିଲ୍ଲୀ ପୋଲିସ ତାଙ୍କୁ ଡକାଇଥିଲା । ସୂଚନାନୁସାରେ, ଜ୍ୟାକଲିନ ଦିଲ୍ଲୀ ପୋଲିସକୁ ଇମେଲ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସେପ୍ଟେମ୍ବର ୧୨ରେ ଏହି ଘଟଣାରେ ଯୋଗ ଦେଇ ପାରିବେ ନାହିଁ ବୋଲି।

ଉଲ୍ଲେଖନୀୟ ବିଷୟ ହେଉଛି, ସୁକେଶଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନଙ୍କୁ ଜେରା କରିଛି । ଇଡି ଚାର୍ଜସିଟରେ ଦର୍ଶାଯାଇଛି ଯେ ଅପରାଧିକ ମାମଲାରେ ସୁକେଶଙ୍କ ସମ୍ପୃକ୍ତି ବିଷୟରେ ଜ୍ୟାକଲିନ୍ ଜାଣିଥିଲେ। ତଥାପି, ସେ ତାଙ୍କର ଅପରାଧିକ ଅତୀତକୁ ଅଣଦେଖା କରିଥିଲେ ଏବଂ ଏହା ସତ୍ତ୍ଵେ ସେ ତାଙ୍କ ସହିତ ଆର୍ଥିକ କାରବାରରେ ଜଡିତ ଥିଲେ ।
Published by:Sujit Swain
First published: