News18 Odia Digital
ନୂଆ ଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଏହି ମାମଲାରେ, ଗତ ୧୪ ତାରିଖରେ ଅଭିନେତ୍ରୀଙ୍କୁ ସମନ ପଠାଇ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ପଚରାଉଚରା କରିଥିଲା।
ଯାହା ପରେ ବର୍ତ୍ତମାନ ଜ୍ୟାକଲିନଙ୍କୁ ପୁଣି ଥରେ EOW କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ। ସୋମବାର ଦିନ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ପୁଣିଥରେ ଅଭିନେତ୍ରୀଙ୍କୁ ପଚରାଉଚରା କରିବ। ଯାହା ପାଇଁ ତାଙ୍କୁ ପୁଣି ଥରେ ସମନ ପଠାଯାଇଛି।
ଏହି ମାମଲାରେ ଜ୍ୟାକଲିନଙ୍କୁ ବର୍ତ୍ତମାନ ସୁଦ୍ଧା ତିନିଥର ପଚରାଉଚରା କରାଯାଇଛି। ଏହାପୂର୍ବରୁ, EOW ମଧ୍ୟ ଅଭିନେତ୍ରୀ ତଥା ବେଲି ଡ୍ୟାନ୍ସର ନୋରା ଫତେହିଙ୍କୁ ପଚରାଉଚରା କରିଥିଲା।
ଗତ ୧୪ ତାରିଖରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରାୟ ୮ ଘଣ୍ଟା ଧରି ଦିଲ୍ଲୀ ପୋଲିସ ପଚରାଉଚରା କରିଥିଲା। ଖବର ଅନୁଯାୟୀ, ପଚରାଉଚରା ବେଳେ ଅଭିନେତ୍ରୀ ବହୁତ ବିବ୍ରତ ଦେଖାଯାଇଥିଲେ। ପିଙ୍କି ଇରାନୀଙ୍କ ସାମ୍ନାରେ ବସି ଅନେକ ପ୍ରଶ୍ନ ପଚରାଯାଇଥିଲା, ଯିଏ ସୁକେଶ ଚନ୍ଦ୍ରଶେଖରଙ୍କ ନିକଟବର୍ତ୍ତୀ ବୋଲି କୁହାଯାଏ। ସେମବାର ସକାଳ ୧୧ଟା ସମୟରେ ଜ୍ୟାକଲିନଙ୍କୁ ପୁଣି ପଚରାଉଚରା କରିବ EOW।
ନୋରା ଫତେହିଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛିଏଥି ସହିତ, ଏହି କ୍ରମରେ, ଜ୍ୟାକଲିନଙ୍କ ବ୍ୟତୀତ, ନୋରା ଫତେହିଙ୍କ ନାମ ମଧ୍ୟ ବହୁତ ଚର୍ଚ୍ଚାରେ ଅଛି। ଏହି ମାମଲାରେ ନୋରା ଫତେହିଙ୍କୁ ଇଡିରୁ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ପ୍ରାୟ ୬ ରୁ ନେଇ ୮ ଘଣ୍ଟା ପ୍ରଶ୍ନ ପଚାରିଖିଲା। ଯାହା ପରେ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା ଓ ସୁକେଶଙ୍କ ଅପରାଧିକ କାର୍ଯ୍ୟକଳାପ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଥିଲା।
ତିହାଡ ଜେଲରେ ବନ୍ଦ ଅଛନ୍ତି ସୁକେଶ ଚନ୍ଦ୍ରଶେଖରEOW ପୂର୍ବରୁ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ମଧ୍ୟ ଅନେକ ଥର EDର ସମ୍ମୁଖୀନ ହୋଇସାରିଛନ୍ତି। ଯାଞ୍ଚ ବେଳେ ଜ୍ୟାକଲିନ ସ୍ୱୀକାର କରିଥିଲେ ଯେ ସେ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ବହୁ ମୂଲ୍ୟବାନ ଉପହାର ନେଇଛନ୍ତି। ତେବେ ସୁକେଶଙ୍କ ଅପରାଧିକ କାର୍ଯ୍ୟକଳାପ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଅଭିନେତ୍ରୀ କହିଥିଲେ।
ପ୍ରକାଶ ଥାଉକି ୨୦୦ କୋଟି ଟଙ୍କା ହେରଫେର ଅଭିଯୋଗରେ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦିଲ୍ଲୀର ତିହାଡ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ୧୦ରୁ ଅଧିକ ଅପରାଧିକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।