୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ୭ ଘଣ୍ଟା ପଚରାଉଚରା କଲା EOW

ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଜ୍ୟାକଲିନଙ୍କୁ ପ୍ରାୟ ୭ ଘଣ୍ଟା ପଚରାଉଚରା କରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କ ସମସ୍ୟା ଶେଷ ହେବାର ନାଁ ନେଉନାହିଁ।

୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ୭ ଘଣ୍ଟା ପଚରାଉଚରା କଲା EOW

୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ୭ ଘଣ୍ଟା ପଚରାଉଚରା କଲା EOW

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଫସି ରହିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବେ ମଧ୍ୟ ଟାର୍ଗେଟରେ ଅଛନ୍ତି। ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ନିକଟରେ ଅଭିନେତ୍ରୀଙ୍କୁ ପୁଣି ପଚରାଉଚରା ପାଇଁ ଡାକିଥିଲା।

ଯାହା ପରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ପ୍ରାୟ ୭ ଘଣ୍ଟା ଧରି EOW ଦ୍ୱାରା ପଚରାଉଚରା କରାଯାଇଛି। ଗତ ସପ୍ତାହରେ ଜ୍ୟାକଲିନଙ୍କୁ ମଧ୍ୟ ଅନୁସନ୍ଧାନ ପାଇଁ ଡକାଯାଇଥିଲା। ସେହି ସମୟ ମଧ୍ୟରେ, ଠକ ସୁକେଶଙ୍କ ଘନିଷ୍ଠ ବନ୍ଧୁ ପିଙ୍କି ଇରାନୀଙ୍କ ସାମ୍ନାରେ ଜ୍ୟାକଲିନଙ୍କୁ ବସାଇ ପ୍ରାୟ ଆଠ ଘଣ୍ଟା ଧରି ପ୍ରଶ୍ନ ପଚାରିଥିଲା ପୋଲିସ।

ଇଡିର ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ନାମ ଆଗରେ ଥିଲା। ଜଣେ ଅଭିଯୁକ୍ତ ଭାବରେ ଅଭିନେତ୍ରୀଙ୍କୁ ଟାର୍ଗେଟ କରିଥିଲେ ଇଡି। ଯାହା ପରେ ତାଙ୍କୁ ଠକେଇ ମାମଲାରେ ଏପର୍ଯ୍ୟନ୍ତ ଅନେକ ଥର ଡକାଯାଇଛି।

ସୂଚନାଯୋଗ୍ୟ ଯେ ପଚରାଉଚରା ବେଳେ ଜ୍ୟାକଲିନ ଇଡିର ଅନେକ ପ୍ରଶ୍ନର ଉତ୍ତର ଦେଇ ସ୍ୱୀକାର କରିଛନ୍ତି ଯେ ସେ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଗୁଚିର, ଶାନାଇଲର ୩ଟି ଡିଜାଇନର୍ ବ୍ୟାଗ, ଦୁଇ ଯୋଡି ଗୁଚି ଜିମ୍ ସୁଟ୍, ଗୋଟିଏ ଯୋଡି ଲୁଇ ଭ୍ୟୁଟନ୍ ଫୁଟୱେର, ଦୁଇଟି ବହୁ ମୂଲ୍ୟବାନ ଉପହରା ନେଇଛନ୍ତି। ଏହାସହ ହୀରା କାନଫୁଲ, ବହୁ ରଙ୍ଗର ରତ୍ନ ପଥର ସହିତ ଏକ ବ୍ରେସଲେଟ୍ ଓ ଦୁଇଟି ହର୍ମେସ୍ ବ୍ରେସଲେଟ୍ ତାଙ୍କୁ ଗିଫ୍ଟ ଦେଇଥିଲେ ସୁକେଶ। ତେବେ ଅଭିନେତ୍ରୀ କହିଛନ୍ତି ଯେ ସେ ସୁକେଶଙ୍କଠାରୁ ପାଇଥିବା ମିନି କୁପର୍ କାରକୁ ଫେରାଇ ଦେଇଛନ୍ତି।
Published by:Lipina Das
First published: