କେତକୀ ଚିତାଲେ (ପ୍ରତୀକାତ୍ମକ ଛବି)
News18 Odia Digital
ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ କୋର୍ଟ ଏକ ମାସରୁ ଅଧିକ ସମୟ ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ଉପରେ ଆପତ୍ତିଜନକ ପୋଷ୍ଟ ସେୟାର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ କେତକୀ ଚିତାଲେଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ସହ କେତକୀଙ୍କ ଜେଲରୁ ବାହାରିବା ପାଇଁ ରାସ୍ତା ମଧ୍ୟ ସଫା ହୋଇଯାଇଛି।
ଜିଲ୍ଲା ଜଜ୍ ଏଚ୍ ପାଟୱାର୍ଡ଼ାନ୍ ତାଙ୍କୁ ୨୦,୦୦୦ ଟଙ୍କା ଜୋରିମାନାରେ ଜାମିନ ପ୍ରଦାନ କରିଥିଲେ। କେତକୀ ଚିତାଲେଙ୍କ ଓକିଲ କହିଛନ୍ତି ଯେ ଏହା ସହ ସେ ଥାନେ ସେଣ୍ଟ୍ରାଲ ଜେଲରୁ ବାହାରକୁ ଆସିପାରିବେ, ଯେଉଁଠାରେ ସେ ବର୍ତ୍ତମାନ ରହୁଛନ୍ତି।
୨୯ ବର୍ଷ ବୟସ୍କା ଅଭିନେତ୍ରୀ କେତକୀ ଚିତାଲେ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିବା ଅଭିଯୋଗରେ ଶରଦ ପାୱାରଙ୍କ ବିରୋଧରେ ୨୦ରୁ ଅଧିକ ପୋଲିସ ମାମଲା ରୁଜୁ ହୋଇଛି। ଧର୍ମ, ଜାତି ଆଧାରରେ ଏହା ଦୁଇ ଗୋଷ୍ଠୀ ମଧ୍ୟରେ ବଦନାମ ତଥା ଶତ୍ରୁତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଜୁନ୍ ୧୬ରେ, ଥାନେ କୋର୍ଟ ଗୋଟିଏ ମାମଲାରେ କେତକୀ ଚିତାଲେଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଅନ୍ୟ ଏକ ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା।
ବାସ୍ତବରେ, କେତକୀ ଚିତାଲେଙ୍କ ଫେସବୁକ ପୋଷ୍ଟ ପରେ କାଲୱା ନିବାସୀ ସ୍ୱପ୍ନୀଲ ନେଟେକ ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। କାଲୱା ପୋଲିସ୍ ଷ୍ଟେସନର ବରିଷ୍ଠ ପୋଲିସ୍ ଇନ୍ସପେକ୍ଟର ଏମ୍ ଆୱାଦ କହିଛନ୍ତି ଯେ ଆମେ କେତକୀ ଚିତାଲେ ବିରୋଧରେ ଆଇପିସି ୫୦୫ (2), ୫୦୦, ୫୦୧ ଅନୁଯାୟୀ ଏକ ମାନହାନି ମକଦ୍ଦମା ଦାୟର କରିଛୁ। ଏହା ବ୍ୟତୀତ ମାମଲାର ତଦନ୍ତ ପାଇଁ ଥାନେ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।