News 18 Odia Digital
ନୂଆଦିଲ୍ଲୀ: ପୁଣି ଅନ୍ତର୍ଜାତୀୟ ସ୍ତରରେ ଚମକିବେ ଦୀପିକା । ଦୀପିକା ପାଦୁକୋନ (deepika padukone) ଏହି ମାସରେ ୯୫ ତମ ଏକାଡେମୀ ବା ଓସ୍କାର ପୁରସ୍କାରରେ (oscars 2023) ଯୋଗଦେବେ । ଯେଉଁଠାରେ ସେ ଜଣେ ପ୍ରେଜେଣ୍ଟର ବା ପୁରସ୍କାର ପ୍ରଦାନ କରିବେ । ଦୀପିକା ନିଜ ସୋସିଆଲ ମିଡିଆରେ ଏହା ଜଣାଇଛନ୍ତି । ଏହାସହ ଓସ୍କାର ପ୍ରେଜେଣ୍ଟରଙ୍କ ନାମ ଥିବା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୀପିକାଙ୍କ ନାମ ରହିଛି ।

ଦୀପିକାଙ୍କ ସହ ରିଜ୍ ଅହମ୍ମଦ, ଏମିଲି ବ୍ଲଣ୍ଟ, ଗ୍ଲେନ କ୍ଲୋଜ, ଟ୍ରାଇ କୋଟସୁର, ଡୱେନ ଜନସନ, ମାଇକେଲ ବି ଜୋର୍ଡାନ, ମେଲିସା ମ୍ୟାକକାର୍ଟି, ଜୋ ସାଲଡାନା, ଡୋନି ୟେନ, ଜୋନାଥନ ମେଜର୍ସ ଏବଂ କ୍ବେଷ୍ଟଲୋଭ ମଧ୍ୟ ଏହି ତାଲିକାରେ ଅଛନ୍ତି। ଏହି ପୋଷ୍ଟ କରିବା ପରେ ଦୀପିକାଙ୍କ ପାଖକୁ ଛୁଟିଛି ଅଜଶ୍ର ପ୍ରଶଂସା । ସ୍ବାମୀ ତଥା ବଲିଉଡ୍ ଷ୍ଟାର ରଣବୀର ସିଂ, ବଲିଉଡ୍ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ଦୀପିକାଙ୍କ ଏହି ସଫଳତାରେ ବେଶ୍ ଖୁସି ।

ଗତ ବର୍ଷ ଦୀପିକା ଫିଫା ବିଶ୍ବକପ ଟ୍ରଫି ଉନ୍ମୋଚନ କରିଥିଲେ । ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍ ପୂର୍ବରୁ ଦୀପିକା ପାଦୁକୋନ୍ ଫିଫା ଟ୍ରଫି ଉନ୍ମୋଚନ କରିଥିଲେ । ପ୍ରଥମ ଭାରତୀୟ ହୋଇ ଇତିହାସ ସୃଷ୍ଟି କରିଥିଲେ ଦୀପିକା । ଯାହା ତାଙ୍କର ଆଉ ଏକ ଉପଲବ୍ଧି । ସେହିପରି ଗତବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ସେ ଜୁରି ଦାୟିତ୍ବ ତୁଲାଇଥିଲେ । ଦୀପିକା ପାଦୁକୋନ୍ ଏବଂ ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ହେଉଛି ୨୦୧୯ରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ । ଯେଉଁଥିରେ ତାଙ୍କୁ ଜୁରି ସଦସ୍ୟ ଭାବେମନୋନୀତ କରାଯାଇଥିଲା । ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ କାନ୍ସରେ ଜୁରି ସଦସ୍ୟ ହେବା ଏକ ଗୌରବର ବିଷୟ ।
ବଲିଉଡ ତାରକା ଦୀପିକା ପାଦୁକୋନ ଉଭୟ ଜାତୀୟ ତଥା ବିଶ୍ବବ୍ୟାପୀ ଲୋକପ୍ରିୟ । ସେ ଅନେକ ଅନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିୟୋଜିତ ହୋଇଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ପିଏମ ମୋଦିଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ଆଣିଲେ ବଡ଼ ଅଭିଯୋଗଦୀପିକା ପାଦୁକୋନ ଏବଂ ରଣବୀର ସିଂ ୨୦୧୮ରେ ଇଟାଲୀରେ ବିବାହ କରିଥିଲେ। ପରେ ସେମାନେ ବେଙ୍ଗାଳୁରୁ ଏବଂ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ୍ ଆୟୋଜନ କରିଥିଲେ । ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ଗୋଲିୟୋଁ କି ରାସଲେଲା ରାମ-ଲୀଲା (୨୦୧୩) । ପରେ ବାଜିରାଓ ମସ୍ତାନୀ ଏବଂ "ପଦ୍ମାବତ" ରେ ମଧ୍ୟ ଦୁହେଁ ଅଭିନୟ କରିଛନ୍ତି। ସେହିପରି କବୀର ଖାନ୍ଙ୍କ କ୍ରୀଡା ଡ୍ରାମା '83 ରେ ରଣବୀର ଓ ଦୀପିକା ସ୍କ୍ରିନ୍ ସେୟାର କରିଥିଲେ ।
ରିପୋର୍ଟ- ମିନାକ୍ଷୀ ବିଷୋୟୀନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।