News18 Odia Digital
ମୁମ୍ବାଇ: ଦୀପିକା ପାଦୁକୋନ୍ ତାଙ୍କ ସ୍ୱାମୀ ରଣବୀର ସିଂଙ୍କ ସହ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ବୈଜୁ ବାୱରା’ରେ କାମ କରିବାକୁ ଚାହୁଁଛନ୍ତି। ଦୀପିକା-ରଣବୀର, ଭଂସାଲୀଙ୍କ ସହ 'ରାମ ଲୀଲା', 'ବାଜିରାଓ ମସ୍ତାନୀ' ଓ 'ପଦ୍ମାବତ' ଭଳି ସୁପରହିଟ ଫିଲ୍ମରେ ଏକାଠି କାମ କରିଛନ୍ତି। ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ଦୀପିକା ସଞ୍ଜୟଙ୍କ ଆଗାମୀ ଫିଲ୍ମରେ ସ୍ୱାମୀ ରଣବୀରଙ୍କ ବିପକ୍ଷରେ କାମ କରିବାକୁ ଚାହୁଁଛନ୍ତି। ହେଲେ ନିର୍ମାତାମାନେ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଫିଲ୍ମରେ ମହିଳା ଲିଡ୍ ପାଇଁ ରଣଭୀରଙ୍କ ବିପକ୍ଷରେ ରଖିବାକୁ ଚାହୁଁଛନ୍ତି । ଭଂସାଲୀଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'ରେ ଆଲିୟା ବିନା ଫିସ୍ରେ କାମ କରିସାରିଛନ୍ତି।
ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ଆଲିୟା, ସଞ୍ଜୟଙ୍କ 'ବୈଜୁ ବାୱରା'ର ସ୍କ୍ରିପ୍ଟ ପଢ଼ିଛନ୍ତି ଓ ଏଥିରେ ମାଗଣାରେ କାମ କରିବାକୁ ଚାହୁଁଛନ୍ତି। ସେହି ସମାନ ରିପୋର୍ଟରେ କୁହାଯାଇଛି ଯେ ଦୀପିକା ମଧ୍ୟ 'ଗଙ୍ଗୁବାଇ କାଠିଆୱାଡି'ରେ କାମ କରିବାକୁ ଚାହୁଁଥିଲେ। ଫିଲ୍ମର ନିକଟ ସୂତ୍ର କହିଛି, “ବୈଜୁ ବାୱରା’ ପାଇଁ ଏ ପର୍ଯ୍ୟନ୍ତ କୌଣସି ହିରୋଇନଙ୍କୁ ଚୟନ କରାଯାଇ ନାହିଁ। ହେଲେ ମୁଖ୍ୟ ଭୂମିକାରେ ଆଲିୟା ନଜର ଆସିପାରନ୍ତି । କାରଣ ସେ ସ୍କ୍ରିପ୍ଟ ପଢ଼ି ମାଗଣାରେ ଫିଲ୍ମ କରିବାକୁ ପ୍ରସ୍ତାବ ଦେଇଥିଲେ।
ସୂତ୍ର ଆହୁରି ମଧ୍ୟ କହିଛି ଯେ ଦୀପିକା 'ଗଙ୍ଗୁବାଇ କାଠିଆୱାଡି' କରିବାକୁ ମଧ୍ୟ ଆଗ୍ରହୀ ଥିଲେ। କିନ୍ତୁ ସେତେବେଳେ ଭଂସାଲୀ କେବଳ ଆଲିୟାଙ୍କୁ ଫିଲ୍ମରେ ନେବାକୁ ଚାହୁଁଥିଲେ। ବର୍ତ୍ତମାନ ଦୀପିକାଙ୍କ ହୃଦୟ 'ବୈଜୁ ବାୱରା' ଉପରେ ଅଛି । ସେ କହିଛନ୍ତି ଯେ କେବଳ ସେ ହିଁ ମୀନା କୁମାରୀଙ୍କ ଚରିତ୍ରରେ ଅଭିନୟ କରିପାରିବେ।
ପ୍ରକାଶ ଥାଉକି, ଚଳିତ ବର୍ଷ ଅଗଷ୍ଟ ମାସରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ, 'ବୈଜୁ ବାୱରା'ରେ ଦୀପିକା ପାଦୁକୋନଙ୍କ ହାତରୁ ଖସି ଯାଇଛି, କାରଣ ସେ ଅଭିନେତାଙ୍କ ସହିତ ସମାନ ଫିସ ଦାବି କରୁଥିଲେ ।
ଦୀପିକା ସମାନ ଫି ଦାବି କରିଥିଲେବଲିଉଡ ହଙ୍ଗାମାଙ୍କ ସୂତ୍ରରୁ ପ୍ରକାଶ ଯେ ଦୀପିକା ତାଙ୍କ ସ୍ୱାମୀ ରଣବୀରଙ୍କ ପରି ସମାନ ଫି ଚାହୁଁଛନ୍ତି। ଗୋଟିଏ ଟଙ୍କା ଅଧିକ ନୁହେଁ କିମ୍ବା କମ୍ ନୁହେଁ। ରଣବୀର-ଦୀପିକା, ସଞ୍ଜୟଙ୍କ ପାଇଁ ଅଧିକାଂଶ କାମ କରିଛନ୍ତି । ସେ ଚାରୋଟି ଫିଲ୍ମରେ ଅଭିନୟ କରିସାରିଛନ୍ତି, ଯାହା ଇଣ୍ଡଷ୍ଟ୍ରିରେ ଅନ୍ୟ କେହି ତାଙ୍କ ସହ କରିନାହାଁନ୍ତି।
ଭରତ ଭୂଷଣ-ମୀନା କୁମାରୀ ଫିଲ୍ମ ରିମେକ୍‘ବୈଜୁ ବାୱରା’ ସମାନ ନାମର ୧୯୫୨ ଆସିଥିବା ଫିଲ୍ମର ରିମେକ । ଏଥିରେ ଭାରତ ଭୂଷଣ ଓ ମୀନା କୁମାରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଜଣେ ଯୁବ ସଙ୍ଗୀତକାରଙ୍କ କାହାଣୀ ବର୍ଣ୍ଣନା କରେ ଯିଏ ମୋଗଲ ସମ୍ରାଟ ଆକବରଙ୍କ ଦରବାରରେ ସଙ୍ଗୀତର ମାଷ୍ଟର ତାନସେନଙ୍କୁ ଚ୍ୟାଲେଞ୍ଜ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।