News 18 Odia Digital
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଚଳିତ ମାସ ଶେଷରେ କତାରରେ ଫିଫା ବିଶ୍ୱକପ ଟ୍ରଫି ଉନ୍ମୋଚନ କରିବେ। ଡିସେମ୍ବର ୧୮ ରେ ହେବାକୁ ଥିବା ବିଶ୍ୱକପ ଫାଇନାଲ ପୂର୍ବରୁ ଏହି ଟ୍ରଫି ଉନ୍ମୋଚିତ ହେବ। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର କତାରକୁ ଯିବେ ବୋଲି ଆଶା କରାଯାଉଛି।
ଡିସେମ୍ବର ୧୮ରେ, ଦୀପିକା ପାଦୁକୋନ କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ବିଶ୍ୱକପ ଟ୍ରଫି ଉଦ୍ଘାଟନ କରିବେ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ଫିଫା ବିଶ୍ୱକପ ମ୍ୟାଚ୍ ସମୟରେ ଅଭିନେତ୍ରୀ ନୋରା ଫତେହି କତାରର ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ ପାଇଁ ଚର୍ଚ୍ଚାରେ ଥିଲେ। ସେ ବିଶ୍ୱକପର ଗୀତ ‘ଲାଇଟ୍ସ ଦି ସ୍କାଏ’ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ।
ଏହାପୂର୍ବରୁ ଫିଫା ବିଶ୍ୱକପ ମ୍ୟାଚ୍ ସମୟରେ ଅଭିନେତ୍ରୀ ନୋରା ଫତେହି କତାରର ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ ପାଇଁ ଚର୍ଚ୍ଚାରେ ଥିଲେ। ସେ ବିଶ୍ୱକପର ଗୀତ ‘ଲାଇଟ୍ସ ଦି ସ୍କାଏ’ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ।
ଖୁବ୍ ଶୀଘ୍ର ତାଙ୍କୁ ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ସହ ବଡ ପରଦାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଏହି ଦୁଇଜଣଙ୍କ ସହ ଅଭିନେତା ଜନ୍ ଅବ୍ରହାମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ପଠାନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହା ଆସନ୍ତା ମାସ ଅର୍ଥାତ୍ ଜାନୁୟାରୀରେ ରିଲିଜ୍ ହେବ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।