ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ହଲିଉଡ଼ ରୋମାଣ୍ଟିକ କମେଡ଼ି ଫିଲ୍ମ କରିବେ ଦୀପିକା ପାଦୁକୋନ; ଏସ୍ଟିଏସ୍କ ଫିଲ୍ମ ପକ୍ଷରୁ ଚାଲିଛି ଯୋଜନା

ହଲିଉଡ଼ ରୋମାଣ୍ଟିକ କମେଡ଼ି ଫିଲ୍ମ କରିବେ ଦୀପିକା ପାଦୁକୋନ; ଏସ୍ଟିଏସ୍କ ଫିଲ୍ମ ପକ୍ଷରୁ ଚାଲିଛି ଯୋଜନା

ଏସ୍ଟିଏସ୍କ ଫିଲ୍ମ, ଇରୋସ୍ ଏସ୍ଟିଏସ୍କ ଗ୍ଲୋବାଲ କର୍ପୋରେସନ ଘୋଷଣା କରିଛି ଯେ ବଲିଉଡ୍ ଷ୍ଟାର୍ ଦୀପିକା ପାଦୁକୋନଙ୍କ ପାଇଁ ଏକ ରୋମାଣ୍ଟିକ୍ କମେଡ଼ି ଫିଲ୍ମ ତିଆରି କରିବ। ଏହାକୁ ଏହାର କୋ ପ୍ରଡକ୍ସନ ବ୍ୟାନର ମାଧ୍ୟମରେ ତିଆରି କରାଯିବ।

ହଲିଉଡ଼ ରୋମାଣ୍ଟିକ କମେଡ଼ି ଫିଲ୍ମ କରିବେ ଦୀପିକା ପାଦୁକୋନ; ଏସ୍ଟିଏସ୍କ ଫିଲ୍ମ ପକ୍ଷରୁ ଚାଲିଛି ଯୋଜନା
ହଲିଉଡ଼ ଚଳଚ୍ଚିତ୍ର କରିବେ ଦୀପିକା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2021, 1:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ଏସ୍‌ଟିଏସ୍କ ଫିଲ୍ମ, ଇରୋସ୍ ଏସ୍‌ଟିଏସ୍କ ଗ୍ଲୋବାଲ କର୍ପୋରେସନ ଘୋଷଣା କରିଛି ଯେ ବଲିଉଡ୍ ଷ୍ଟାର୍ ଦୀପିକା ପାଦୁକୋନଙ୍କ ପାଇଁ ଏକ ରୋମାଣ୍ଟିକ୍ କମେଡ଼ି ଫିଲ୍ମ ତିଆରି କରିବ। ଏହାକୁ ଏହାର କୋ ପ୍ରଡକ୍ସନ ବ୍ୟାନର ମାଧ୍ୟମରେ ତିଆରି କରାଯିବ। ଏହି କଥା ଏସ୍‌ଟିଏସ୍କଫିଲ୍ମ ମୋଶନ୍ ପିକ୍ଚର ଗ୍ରୁପ୍‌ର ଚେୟାମ୍ୟାନ୍ ଏଡମ୍ ଫୋଗେନସନ କହିଛନ୍ତି ।

ତେବେ ଷ୍ଟୁଡ଼ିଓ ଏହି ପ୍ରୋଜେକ୍ଟର ବିକଶିତ ପାଇଁ ଟେମ୍ପଲ ହିଲ ପ୍ରଡକ୍ସନ ୱିକ ଗାଣ୍ଡଫ୍ରେ ଓ ମାର୍ଟି ବିୱେନ୍‌ଙ୍କ ସହ ଆଲୋଚନା କରୁଛି, ଯାହା ଦୀପିକା ପାଦୁକୋନଙ୍କ ଏକ ଫ୍ରାନ୍ସ ରୋମାଣ୍ଟିକ କମେଡ଼ି ତିଆରି କରିବ। ଇସହାକ କ୍ଲାଉସନର ଟେମ୍ପଲ ହିଲ ପାଇଁ ଏହି ପ୍ରୋଜେକ୍ଟର ଦେଖାଶୁଣା କରୁଛନ୍ତି।

ଘୋଷାଣା ଉପରେ ଟିପ୍ପଣୀ ଦେଇ ଫୋଗେଲସନ କହିଛନ୍ତି, “ଦୀପିକା ଭାରତରୁ ଆସିଥିବା ସବୁଠାରୁ ବଡ଼ ଗ୍ଲୋବାଲ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସେ ଜଣେ ପଜିଟିଭ ଓ ପ୍ରତିଭାବାନ କଳାକାର। ତାଙ୍କ ଚେହେରା ଏବେ ଜଣେ ଆନ୍ତର୍ଜାତୀୟ ସୁପରଷ୍ଟାର ଭାବେ ବିକାଶ ହେବାରେ ଲାଗିଛି। ଯେହେତୁ ତାଙ୍କୁ ଇରୋସ ଇଣ୍ଟରନ୍ୟାସନାଲ ଫିଲ୍ମରେ ସଫଳତା ମିଳିଛି, ଆମେ ତାଙ୍କୁ ଓ ଆମ ସାଙ୍ଗ ସହ ଟେମ୍ପଲ ହିଲରେ ଏକ ରୋମାଣ୍ଟିକ କମେଡ଼ି ନିର୍ମାଣ କରିବା ନେଇ ଉତ୍ସାହିତ। ଏହି ପ୍ରୋଜେକ୍ଟ ଆମକୁ ଭାରତ ଓ ନ୍ୟୁୟର୍କର ଭାବନା, ସ୍ୱର ଓ ଜୀବନ୍ତ ସେଟିଙ୍ଗରେ ଟ୍ଯାପ କରିବା ନେଇ ମୌକା ଦେଇଛି।”

ଦୀପିକା ପାଦୁକୋନ କହିଛନ୍ତି ଯେ “ପ୍ରଡକ୍ସନର ସ୍ଥାପନା ଗ୍ଲୋବାଲ୍ ଦାବି ସହିତ ଉଦ୍ଦେଶ୍ୟପୂର୍ଣ୍ଣ ବିଷୟକୁ ବିକଶିତ କରିବା ଓ ଉତ୍ପାଦନ କରିବା ଉଦ୍ଦେଶ୍ୟରେ କରାଯାଇଛି। ମୁଁ ଏସ୍‌ଟିଏସ୍କଫିଲ୍ମ ଓ ଟେମ୍ପଲ ହିଲ୍ ପ୍ରଡକ୍ସନର ଅଂଶୀଦାର ହୋଇ ବହୁତ ଉତ୍ସାହିତ” ।  ୨୦୧୮ରେ ଟାଇମ୍ସ ପତ୍ରିକା ଦ୍ୱାରା ଦୀପିକା ପାଦୁକୋନ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବୋଲି ନାମିତ ହୋଇଥିଲେ। ୨୦୧୮ ଓ ୨୦୨୧ରେ ତାଙ୍କୁ ବେରାଇଟୀର ‘ଇଣ୍ଟରନେସ୍‌ନାଲ୍ ୱିମେନ୍ ଇମ୍ପେକ୍ଟ୍ ରିପୋର୍ଟ’ରେ ଫିଚର କରାଯାଇଥିଲା।

ପୂର୍ବରୁ ଦୀପିକା ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ଫିଲ୍ମ ‘ଛପାକ’ରେ ଅଭିନୟ କରିଥିଲେ, ଯାହା ଏସିଡ଼ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ଥିଲା। ସେ ‘ପଦ୍ମାବତ’ରେ ବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଯାହା ବକ୍ସ ଅଫିସର ସବୁ ରେକର୍ଡ଼କୁ ଭାଙ୍ଗି ଦେଇଥିଲା। ସେହିଭଳି ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ‘ବାଜିରାଓ ମସ୍ତାନୀ’ ଓ ‘ପିକେ’ରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକଙ୍କ ହୃଦୟ କିଣିବାକୁ ବାଧ୍ୟ କରିଥିଲା।
Published by: Soumya Das
First published: September 1, 2021, 1:15 PM IST