ସୋନାଲି ଫୋଗାଟଙ୍କ କରାଯିବ ଅନ୍ତିମ ସଂସ୍କାର; ଫାର୍ମ ହାଉସକୁ ନିଆଗଲା ମୃତଦେହ

ସୋନାଲିଙ୍କ ପରିବାର ପ୍ରଥମ ଦିନରୁ ହିଁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି । ଗୋଆ ପୋଲିସର ତଦନ୍ତ ଉପରେ ବିଶ୍ୱାସ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ସୋନାଲି ଫୋଗାଟଙ୍କ କରାଯିବ ଅନ୍ତିମ ସଂସ୍କାର; ଫାର୍ମ ହାଉସକୁ ନିଆଗଲା ମୃତଦେହ

ସୋନାଲି ଫୋଗାଟଙ୍କ କରାଯିବ ଅନ୍ତିମ ସଂସ୍କାର; ଫାର୍ମ ହାଉସକୁ ନିଆଗଲା ମୃତଦେହ

  • Share this:
News 18 Odia Digital

ହିସାର : ଆଜି ହିସାରରେ ବିଜେପି ନେତ୍ରୀ ତଥା ଟିକଟକ ତାରକା ସୋନାଲି ଫୋଗାଟଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ । ଋଷି ନଗର ସ୍ଥିତ ଶ୍ମଶାନ ଘାଟରେ ସକାଳ ୧୧ ଟାରେ ଅନ୍ତିମ ସଂସ୍କାର କରାଯିବ । ସୋନାଲି ଫୋଗାଟଙ୍କ ମୃତଦେହ ଗୁରୁବାର ରାତି ପ୍ରାୟ ୧୧.୪୫ରେ ଦିଲ୍ଲୀ ବିମାନବନ୍ଦରରେ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଅଣାଯାଇଥିବା ବେଳେ ରାତି ୨.୩୦ ରେ ହିସାରରେ ପହଞ୍ଚିଥିଲା ​​। ବର୍ତ୍ତମାନ ସୋନାଲିଙ୍କ ମୃତଦେହ ହିସାର ସିଭିଲ ହସ୍ପିଟାଲରୁ ଫାର୍ମ ହାଉସକୁ ନିଆଯାଇଛି । ମୃତଦେହ ନେବା ପାଇଁ ସୋନାଲିଙ୍କ ପରିବାର ସିଭିଲ ହସ୍ପିଟାଲରେ ପହଞ୍ଚିଥିଲେ ।

ସୋନାଲି ଫୋଗଟଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଥିଲା । ଯେତେବେଳେ ସୋନାଲିଙ୍କ ମୃତ୍ୟୁ ଖବର ପ୍ରଥମ ଥର ପାଇଁ ୨୩ ଅଗଷ୍ଟରେ ଆସିଲା, ତାଙ୍କ ମୃତ୍ୟୁର କାହାଣୀ ୨୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତିଦିନ ବଦଳୁଥିଲା । ପ୍ରଥମ ଦିନରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ହୃଦଘାତ ଯୋଗୁ ହୋଇଥିବା କୁହାଯାଇଥିଲା ଓ ରାତି ଶେଷ ସୁଦ୍ଧା ଗୋଆ ପୋଲିସ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା । ଅଗଷ୍ଟ ୨୪ ତାରିଖ ସକାଳେ ସୋନାଲିଙ୍କ ସମ୍ପର୍କୀୟ ବ୍ୟକ୍ତିଗତ ସଚିବ ସୁଧୀର ସାଙ୍ଗୱାନ୍ ଏବଂ ସୁଖୱିନ୍ଦରଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ ।

ସୋନାଲିଙ୍କ ମୃତ୍ୟୁର ଦୁଇ ଦିନ ପରେ ଗୁରୁବାର ଦିନ ଡାକ୍ତରୀ ଟିମ୍ ପରିବାରର ସମ୍ମତି କ୍ରମେ ପୋଷ୍ଟମର୍ଟମ କରିଥିଲେ । ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପୂର୍ବରୁ ଗୋଆ ପୋଲିସ ସୋନାଲିଙ୍କ ଭାଇ ରିଙ୍କୁ ଢାକାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ସାରିଛି ।

ଅନ୍ୟପକ୍ଷରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି, ଯଦି ସୋନାଲିଙ୍କ ପରିବାର ଲିଖିତ ଆକାରରେ ଦାବି କରନ୍ତି, ତା’ହେଲେ ତାଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ନିଶ୍ଚିତ ଭାବେ ସିବିଆଇ ତଦନ୍ତ କରିବେ । ତଦନ୍ତରେ ସରକାରଙ୍କର କୌଣସି ଆପତ୍ତି ନାହିଁ । ତେବେ ସୋନାଲିଙ୍କ ପରିବାର ପ୍ରଥମ ଦିନରୁ ହିଁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି । ଗୋଆ ପୋଲିସର ତଦନ୍ତ ଉପରେ ବିଶ୍ୱାସ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି।
Published by:Soubhagya Mishra
First published: