ପ୍ରକୃତି ମିଶ୍ରଙ୍କୁ ଦୁର୍ବ୍ୟବହାର ମାମଲା; ପ୍ରତିକ୍ରିୟା ରଖିଲେ ଡିସିପି ପ୍ରତୀକ ସିଂହ

ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ପ୍ରତୀକ ସିଂ । ପ୍ରକୃତିଙ୍କ ମାଆ ତାଙ୍କ ଝିଅକୁ ଦୁର୍ବ୍ୟବହାର କରାଯାଇଥିବାର ଏତଲା ଦେଇଥିବା ବେଳେ ପ୍ରକୃତିଙ୍କ ନାମରେ ଏତଲା ଦେଇଛନ୍ତି ବାବୁସାନଙ୍କ ପତ୍ନୀ ଓ ମା ।

ବାବୁସାନ ଓ ପ୍ରକୃତି ମିଶ୍ର (ପ୍ରତୀକାତ୍ମକ ଛବି)

ବାବୁସାନ ଓ ପ୍ରକୃତି ମିଶ୍ର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ରାସ୍ତା ଉପରେ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ପ୍ରତୀକ ସିଂ । କୌଣସି କାମରେ ପ୍ରକୃତି ଚେନ୍ନାଇ ଯାଉଥିବା ସମୟରେ ତୃପ୍ତି ଗାଡି ଅଟକାଇବା ସହ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସେ ଥାନାରେ ଏତଲା ଦେଇଛନ୍ତି ପ୍ରକୃତିଙ୍କ ମାଆ । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ୫ଟି ଦଫା ଲାଗିଥିବା କହିଛନ୍ତି ଡିସିପି । ଆଇପିସି ଧାରାରେ ୩୪୧, ୨୯୪, ୩୨୩, ୫୦୬ ଓ ୩୪ ଧାରା ଲାଗିଥିବା ଜଣାଯାଇଛି ।

ଅପରାହ୍ନରେ ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ ଶାଶୂ ତଥା ବାବୁସାନଙ୍କ ମା ଅପରାଜିତା ମହାନ୍ତି । ପରେ ସେ ତୃପ୍ତି ଓ ତାଙ୍କ ମାଉସୀ ସଂଗୀତାଙ୍କୁ ଧରି ଖାରବେଳ ନଗର ଥାନାରେ ପହଞ୍ଚିଥିଲେ । ଶାଶୂଙ୍କ ଉପସ୍ଥିତିରେ ତୃପ୍ତି ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କୁ ଏବେ ଘଟଣାର ସମାଧାନ କରିବାକୁ ଦିଅ । ପରେ ସବୁ କଥା ଗଣମାଧ୍ୟମକୁ ନିଜେ କହିବି ବୋଲି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା।

ମାମଲାକୁ ନେଇ ଖାରବେଳ ନଗର ଥାନା ଅଧିକାରୀ ଅରୁଣ ସ୍ୱାଇଁ ପ୍ରତିକ୍ରିୟା ଦେଇଥିଲେ । ସେ କହିଛନ୍ତି ୨ଟି ମାମଲା ରୁଜୁ ହୋଇଛି। ଦୁଇଟି ଯାକ କେସର ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମ ଅଭିଯୋଗ ପ୍ରକୃତି ମିଶ୍ରଙ୍କ ମା କରିଥିଲେ । ପରେ ବାବୁସାନଙ୍କ ପତ୍ନୀ ତୃପ୍ତି ଆଉ ଏକ ଅଭିଯୋଗ କରିଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବୟାନ ରେକର୍ଡ କରିଛି ପୋଲିସ । ୧୬୧ ଧାରାରେ ୪ଜଣଙ୍କ ବୟାନ ରେକର୍ଡ ହୋଇଛି । ଘଟଣାକୁ ନେଇ ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ପ୍ରତିକ୍ରିୟା ରଖିଥିବା ବେଳେ ଝିଅର ମାନହାନି ହୋଇଥିବା ନେଇ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ମା’ କ୍ରିଷ୍ଣା ମିଶ୍ର ଖାରବେଳ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି।
Published by:Soumya Das
First published: