ହାତ ଛାଡି଼ଦେଇଥିଲା; ଆଜି ଘରେ ପହଞ୍ଚି ବାବୁସାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲା ଦମନ ଟିମ

ଓଡ଼ିଆ ସିନେମାର ଦମନ ଟିମ ଜନ୍ମ ଦିନ ଶୁଭେଚ୍ଛା ଦେବା ପାଇଁ ତାଙ୍କ ଘରକୁ ଆସିଛନ୍ତି । କିଛି ଦିନ ପୂର୍ବରୁ ବାବୁସାନଙ୍କ ପାଇଁ ନୁହେଁ ଫିଲ୍ମ ନିଜ ଦମରେ ଚାଲିବ ବୋଲି ମଧ୍ୟ କହିଥିଲେ ଦମନ ପ୍ରଯୋଜକ।

babushan

babushan

  • Share this:
News 18 Odia Digital

ଓଲିଉଡର ଚକୋଲେଟ ବୟ ବାବୁସାନ ଆଜି ପାଳିବେ ଜନ୍ମ ଦିନ। ଓଡ଼ିଆ ସିନେମା ଦମନ ଟିମ ଜନ୍ମ ଦିନ ଶୁଭେଚ୍ଛା ଦେବା ପାଇଁ ତାଙ୍କ ଘରକୁ ଆସିଛନ୍ତି । ଏହା ସହ ସିନେମାର ନିର୍ଦ୍ଦେଶକ ଓ ପ୍ରଯୋଜକ ମଧ୍ୟ ଆସି ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି। ପୂର୍ବରୁ ବାବୁସାନ ଫେସବୁକ ଜରିଆରେ ପୋଷ୍ଟ କରିଥିବା ଭିଡ଼ିଓରେ ପ୍ରଡ୍ୟୁସର ତାଙ୍କୁ କାର୍ଯ୍ୟକ୍ରମକୁ ଯିବାକୁ ମନା କରିଛନ୍ତି ବୋଲି କହିଥିଲେ। କିନ୍ତୁ ଓଡ଼ିଶା ଫେରିବା ପରେ ଟିମ ଦମନ ଏହି କଥାକୁ ଖଣ୍ଡନ କରିଥିଲା। ବାବୁସାନ ମାନସିକ ଭାବେ ସୁସ୍ଥ ନଥିଲେ। ତାଙ୍କୁ ବିଶ୍ରାମର ଆବଶ୍ୟକତା ଥିବାରୁ ମୁଁ କାର୍ଯ୍ୟକ୍ରମକୁ ଯିବାକୁ ମନା କରିଥିଲି କହିଛନ୍ତି ପ୍ରଡ୍ୟୁସର।

ଆଶ୍ଚର୍ଯ୍ୟର କଥା ହଉଚି ସେହି ଟିମ୍ ତାଙ୍କ ଘରକୁ ଆସି ତାଙ୍କୁ ଶୁଭେଛା ଜଣାଇଛନ୍ତି। ବିବାଦ ପରେ ବାବୁସାନଙ୍କଠୁ ଦୂରେଇ ଯାଇଥିଲା ‘ଦମନ’ ଟିମ୍ । ବାବୁସାନ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ବୋଲି ମାଡ୍ରାସ୍ ଉତ୍କଳ ସଂଘ ଚାହୁଁଥିଲା । କିନ୍ତୁ କାର୍ଯ୍ୟକ୍ରମକୁ ଯିବା ପାଇଁ ଦମନ ଫିଲ୍ମ ପ୍ରଯୋଜକ ମନା କରିଥିଲେ । କେବଳ ସେତିକି ନୁହେଁ ବାବୁସାନଙ୍କ ପାଇଁ ଫିଲ୍ମ ଚାଲିବନି ବୋଲି ପ୍ରଡ୍ୟୁସର କହିଥିଲେ। ଫିଲ୍ମ ନିଜ ଦମରେ ଚାଲିବ ବୋଲି ମଧ୍ୟ ସେ କହିଥିଲେ ।
Published by:Soumyashree Mishra
First published: