Daman Hindi version: ଆଜି ହିନ୍ଦୀରେ ରିଲିଜ ହେବ ‘ଦମନ’; ୫୦୦ ହଲରେ ଫିଲ୍ମ ଦେଖିବେ ଦର୍ଶକ

Daman Hindi version release: ଓଡ଼ିଶାର ୪୩ଟି ସିନେମାହଲରେ ରିଲିଜ ହୋଇଥିଲା ‘ଦମନ’। ଫିଲ୍ମ ଦେଶବ୍ୟାପୀ ଲୋକପ୍ରିୟତା ହାସଲ କରିବା ପରେ ହିନ୍ଦୁ ଡବିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଫିଲ୍ମ ମେକର୍ସ। ଯାହା ଆଜି ରିଲିଜ ହେବାକୁ ଯାଉଛି।

ଆଜି ହିନ୍ଦୀରେ ରିଲିଜ ହେବ ‘ଦମନ’

ଆଜି ହିନ୍ଦୀରେ ରିଲିଜ ହେବ ‘ଦମନ’

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Daman Hindi version release: ଆଜି ୫୦୦ ହଲରେ ରିଲିଜ ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନଙ୍କ ସୁପରହିଟ୍ ଫିଲ୍ମ ଦମନ ଫିଲ୍ମର ହିନ୍ଦୀ ଭର୍ସନ।

ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ଆଜି ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ଶୋ’ କରାଯିବ। ୨୦୨୨ ନଭେମ୍ବରରେ ଡାକ୍ତରଙ୍କ ନିଆରା କାହାଣୀକୁ ନେଇ ଓଡ଼ିଆରେ ରିଲିଜ ହୋଇଥିଲା ଏହି ଫିଲ୍ମ। ଯାହାକୁ ବେଶ୍ ଲୋକପ୍ରିୟତା ମିଳିପାରିଥିଲା।

ଓଡ଼ିଶାର ୪୩ଟି ସିନେମାହଲରେ ରିଲିଜ ହୋଇଥିଲା ‘ଦମନ’। ଫିଲ୍ମ ଦେଶବ୍ୟାପୀ ଲୋକପ୍ରିୟତା ହାସଲ କରିବା ପରେ ହିନ୍ଦୁ ଡବିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଫିଲ୍ମ ମେକର୍ସ।

ଗତ ବର୍ଷ ନଭେମ୍ବର ୪ରେ ବାସ୍ତବ କାହାଣୀକୁ ନେଇ ଆଧାରିତ ଜଣେ ଯୁବ ଡାକ୍ତରଙ୍କ ଉପରେ ପର୍ଯ୍ୟବେଶିତ ଏହି ଫିଲ୍ମ ରିଲିଜ ହୋଇଥିଲା। ସେହିପରି ଫିଲ୍ମରେ ବାବୁସାନଙ୍କ ଜବରଦସ୍ତ ଅଭିନୟର ମଧ୍ୟ ବେଶ୍ ପ୍ରଶଂସା କରିଥିଲେ ଦର୍ଶକ।

ଜେପି ମୋସନ୍ ପିକଚର୍ସ ବ୍ୟାନରରେ ଓ ମେଣ୍ଟିସ୍ ଫିଲ୍ମସ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୁଖ୍ୟ ପ୍ରଯୋଜକ ହେଲେ ଦୀପେନ୍ଦ୍ର ସାମଲ। ସେହିପରି କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା। ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜର ଶାନଦାର ପ୍ରଦର୍ଶନ ଦେଖାଇଛନ୍ତି।

ଅଭିନେତା ବାବୁସାନ୍‌ଙ୍କ ନିଖୁଣ ଅଭିନୟକୁ ଲୋକମାନେ ବେଶ୍‌ ପ୍ରଶଂସା କରିଛନ୍ତି। ତେଣୁ ଓଡ଼ିଆ ପରି ହିନ୍ଦୀ ଭାଷାରେ ମଧ୍ୟ ଚଳଚ୍ଚିତ୍ରକୁ ସେହିଭଳି ଭଲପାଇବା ଏବଂ ଲୋକପ୍ରିୟତା ମିଳିବ ବୋଲି ଆଶା କରାଯାଉଛି।
Published by:Lipina Das
First published: