News18 Odia Digital
Daman Hindi Trailer: ଆଜି ରିଲିଜ ହେବାକୁ ଯାଉଛି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନଙ୍କ (Babusan Mohanty) ସୁପରହିଟ୍ ଫିଲ୍ମ ‘ଦମନ’ର (Daman) ହନ୍ଦୀ ରୂପାନ୍ତରର ଦମଦାର ଟ୍ରେଲର (Hindi Trailer)। ଭିନ୍ନ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଫିଲ୍ମକୁ ଏବେ ହିନ୍ଦୀ ଦର୍ଶକ ମଧ୍ୟ ଦେଖିପାରିବେ।
ସେହିପରି ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇ ସୁପରହିଟ୍ ହୋଇଥିବା ‘ଦମନ’ ଏବେ ହିନ୍ଦୀ ଭାଷାରେ ଆସିବ। ଆଜି ବଲିଉଡ୍ ପ୍ରଯୋଜନା ସଂସ୍ଥା ପାନୋରମା ଷ୍ଟୁଡିଓଜ ଚ୍ୟାନେଲରେ ଏହାର ଟ୍ରେଲର ରିଲିଜ୍ ହେବ।
ପାନୋରମା ଷ୍ଟୁଡିଓଜ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାବୁସାନଙ୍କ ଅଭିନୀତ ‘ଦମନ୍’ ରାଜ୍ୟର ମାଓଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ ଊଦ୍ୟମ କରି ସଫଳ ହୋଇଥିବା ଜଣେ ଡାକ୍ତରଙ୍କ ସଂଘର୍ଷମୟ କାହାଣୀ।
ସେପଟେ ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ଉପସ୍ଥାପିତ ହୋଇଥିବା ଏହି ଫିଲ୍ମଟି ସମସ୍ତଙ୍କ ମନ କିଣିଥିଲା। ଫିଲ୍ମରେ ବାବୁସାନଙ୍କ ଦମଦାର ଅଭିନୟର ବେଶ୍ ପ୍ରଶଂସା କରାଯାଇଥିଲା। ଲୋକପ୍ରିୟତା ବଢ଼ିବା ପରେ ‘ଦମନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ ଘୋଷଣା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଉଦାସୀନ ହୋଇ ଉଠିଥିବା ଦର୍ଶକଙ୍କୁ ପୁଣି ଥରେ ଫିଲ୍ମ ହଲକୁ ଟାଣି ଆଣିଥିଲା ‘ଦମନ’ର ଦମଦାର କାହାଣୀ।
ପ୍ରକାଶ ଥାଉକି ଦମନର ଓଡ଼ିଆ ରୂପାନ୍ତର ଗତ ବର୍ଷ ନଭେମ୍ବର ୫ରେ ରିଲିଜ ହୋଇଥିଲା। ମହାରାଜା ଟକିଜରେ ସିନେମାର ପିମିୟର ହୋଇଥିବା ସମୟରେ ଓଲିଉଡ ମୃତ କଳାକାରଙ୍କୁ ସମ୍ମାନ ଦେବାପାଇଁ ଏକ ବିରାଟ ପୋଷ୍ଟର ହଲ୍ ବାହାରେ ପ୍ରଦର୍ଶନ କରାଯାଇଥିଲା। ହେଲେ ସେହି ପୋଷ୍ଟରଟିକୁ ନିର୍ମାଣ କରିଥିବା ଟିମ୍ ଭୁଲରେ ଓଲିଉଡର ସୁନାମଧନ୍ୟ କଳାକାର ବାଙ୍କୁଙ୍କର ଫଟୋକୁ ମୃତ ଭାବରେ ଦୃଶ୍ୟମାନ କରିଥିଲା ପୋଷ୍ଟରରେ। ଯାହାକୁ ନେଇ ଦେଖାଦେଇଥିଲା ବିବାଦ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।