News18 Odia Digital
ଭୁବନେଶ୍ୱର: ଓଡ଼ିଶାରୁ ସୃଷ୍ଟି ହୋଇ ସାରା ଭାରତରେ ଓ ବିଦେଶରେ ନିଜ ଅତୁଳନୀୟ ସ୍ୱାଦ ଯୋଗୁଁ ପ୍ରସିଦ୍ଧି ଲାଭ କରିଥିବା ମିଷ୍ଟାନ୍ନ ରସଗୋଲାର ଉତ୍ସକୁ ନେଇ ବିବାଦ ଥମିଯାଇଥିଲେ ବି ବେଳେ ବେଳେ ତାହା ନୂଆ କରି ଚର୍ଚ୍ଚାକୁ ଆସିଯାଏ । ଏବେ ଏମିତି ହୋଇଥିଲା ଜାତୀୟ ଟେଲିଭିଜନରେ । ମୁମ୍ବାଇର ସୁପ୍ରସିଦ୍ଧ ସଙ୍ଗୀତ ରିଆଲିଟି ଶୋ’ ‘ସାରେଗାମାପା’ରେ ହଠାତ ଏହି ପ୍ରଶ୍ନ ଆସିଥିଲା, ହେଲେ ସେହି ପ୍ରଶ୍ନର ବଳିଷ୍ଠ ଉତ୍ତର ଦେଇ ସାରା ଦେଶକୁ ରସଗୋଲାର ସ୍ୱାଦ ଓ ସତ୍ୟରେ ଭରିଦେଇଥିଲେ ଜଣେ ଓଡ଼ିଆ ଝିଅ (Cuttack girl on Saregama talks about rasagola)।
‘ସାରେଗାମାପା’ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇଥିବା କଟକର ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ସ୍ଥିତିପଦ୍ମା ଦାସଙ୍କୁ ରସଗୋଲା କେଉଁଠିକାର ବୋଲି ପ୍ରଶ୍ନଟିଏ ପଚରାଯାଇଥିଲା । ଗୀତ ଗାଇବାକୁ ମଞ୍ଚ ଉପରକୁ ଆସିଥିବା ସ୍ଥିତିପଦ୍ମା ସେହି ପ୍ରଶ୍ନ ଶୁଣି ଚକିତ ହୋଇଥିଲେ । ମାତ୍ର ସେ ସୁନ୍ଦର ଭାବରେ ଏହାର ଉତ୍ତର ଦେଇଥିଲେ । ଅସଲରେ ତାଙ୍କକ ପୂର୍ବରୁ ଆସିଥିବା ପ୍ରତିଯୋଗୀମାନଙ୍କୁ ବି ସେହି ସଙ୍ଗୀତ ପ୍ରତଯୋଗିତାର ଜଣେ ବିଚାରପତି – ମ୍ୟୁଜିକ୍ ଡାଇରେକ୍ଟର୍ ହିମେଶ୍ ରେଶମିଆ (Himesh Reshammiya) – ସେହି ପ୍ରଶ୍ନ ପଚାରିଥିଲେ, ଆଉ ସମସ୍ତେ ଜୋରଶୋରରେ କହିଥିଲେ ଯେ ରସଗୋଲା ପଶ୍ଚିମ ବଙ୍ଗର ।
ଏହା ବି ପଢ଼ନ୍ତୁ | PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ‘‘ରସଗୋଲା ବେଙ୍ଗଲ୍ କା ହୈ ୟା ଓଡ଼ିଶା କା?’’ ପଚାରିଥିଲେ ହିମେଶ ରେଶମିଆ । ଜଣେ ପରେ ଜଣେ ସମସ୍ତେ ଉତ୍ତର ଦେଇଥିଲେ ‘‘ବେଙ୍ଗଲ୍ କା ହୈ ।’’ ଜଣେ ପ୍ରତିଯୋଗୀ ତ କହିଥିଲେ, ‘‘ଅଫ୍ କୋର୍ସ କୋଲକାତା କା ହୈ, ଜରୁର୍ କୌଲକାତା କା ହୈ ।’’ ହିମେଶ ରେଶମିଆଙ୍କ ସମେତ ବାକି ଦୁଇ ଜଣ ଜଜ୍ – ବିଶାଲ ଡଡଲାନି (Vishal Dadlani) ଓ ଶଙ୍କର ମହାଦେବନ୍ (Shankar Mahadevan) – ସେହି ଉତ୍ତର ଶୁଣିଆସୁଥିଲେ ।
ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବଯେତେବେଳେ ସ୍ଥିତିପଦ୍ମା ଦାସ (Sthiti Padma Das Saregama) ମଞ୍ଚକୁ ହାତରେ ମାଇକ୍ରୋଫୋନ୍ ଧରି ଆସିଲେ ଓ କହିଲେ, ‘‘ମୈଁ କଟକ୍ ଓଡ଼ିଶା ସେ ଆଈ ହୁଁ,’’ ସବୁ ଜଜ୍ ମୁଣ୍ଡ ଟେକି ଅନେଇଲେ । ହିମେଶ ରେଶମିଆ ତାଙ୍କୁ ବି ସେହି ପ୍ରଶ୍ନ ପଚାରିଲେ: ‘‘ରସଗୋଲା କେଉଁଠିକାର – ବେଙ୍ଗଲର ନା ଓଡ଼ିଶାର?’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘Antim’ Trailer Out: ସଲମାନ୍ ଖାନଙ୍କ ‘ଅନ୍ତିମ୍’ ଫିଲ୍ମର ଟ୍ରେଲର୍ ଆସିଗଲା; ଦେଖନ୍ତୁ ଧମାକାଦାର୍ VIDEO‘‘ସାର୍, ମୁଁ ଏହି କଥାକୁ ଆଗକୁ ବଢ଼େଇବାକୁ ଚାହିଁବି, କିନ୍ତୁ…’’ ଇଂରାଜୀରେ ଉତ୍ତର ଦେବା ଆରମ୍ଭ କଲେ ସ୍ଥିତିପଦ୍ମା, କିନ୍ତୁ ତା’ ପରେ ଓଡ଼ିଆରେ ସେହି ପ୍ରସିଦ୍ଧ ବାକ୍ୟ କହି ସମସ୍ତଙ୍କ ମୁହଁ ବନ୍ଦ୍ କରେଇଦେଲେ । ହାତକୁ ଛାତିରେ ଲଗେଇ ସେ କହିଲେ, ‘‘ଜୟ ଜଗନ୍ନାଥ, ରସଗୋଲା ଆମର ।’’ ତା’ ପରେ ସଙ୍ଗେ ସଙ୍ଗେ ସେ ବାମ ହାତ ହଲେଇ ପବନକୁ ଥରେ କାଟି କହିଲେ, ‘‘ନୋ ଡିସକସନ୍’’ । ଅର୍ଥାତ୍ ଏହି ବିବାଦ ଉପରେ ଆଉ ଆଲୋଚନା ଅନାବଶ୍ୟକ । ତିନି ଜଣ ଯାକ ଜଜ୍ ଚୁପ୍ ହୋଇଗଲେ । ଏହି ଉତ୍ତର ଶୁଣି ଦର୍ଶକମାନେ ବି କରତାଳିରେ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରକମ୍ପିତ କଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | T20 World Cup: ପାକିସ୍ତାନ ସହ ଖେଳ ବେଳେ ଦର୍ଶକମାନେ ଶୋଏବ୍ ମଲିକଙ୍କୁ ଜିଜାଜୀ ଡାକିଲେ; ସାନିଆ ଖୁସିକିନ୍ତୁ ହିମେଶ ରେଶମିଆ ଆଉ ଟିକେ ଖୁରେଇ ପଚାରିଲେ, ‘‘ବାକି ବେଙ୍ଗଲର ଲୋକେ ଯେ କହନ୍ତି ରସଗୋଲା ତାଙ୍କର ବୋଲି…’’ । ସେଇଠୁ ସ୍ଥିତିପଦ୍ମା ସ୍ଥିତିକୁ ଟିକେ ସ୍ପଷ୍ଟ କରିଦେଲେ । ସେ କହିଲେ, ‘‘ସାର୍, ଆର୍ଗ୍ୟୁମେଣ୍ଟ୍ କରେଙ୍ଗେ ତୋ କରନେ ଦିଜିୟେ । ହସଲୋଗ୍ ଓହୀଁ ପେ ଖତମ୍ କରଦେତେ ହେଁ… ଜୟ ଜଗନ୍ନାଥ, ରସଗୋଲା ଆମର ।’’ ସେ ବାମ ହାତରେ କିଛି କାଟୁଥିବା ପରି ଭଙ୍ଗୀ କରି ଏହା କହିଥିଲେ ।
‘‘ସାର୍, ରସୋଗୋଲା ତାଙ୍କର ହେଇଥିବ, କିନ୍ତୁ ରସଗୋଲା ଆମର,’’ ଶେଷରେ କହିଥିଲେ ସ୍ଥିତିପଦ୍ମା । ତାଙ୍କର ସେହି ଉତ୍ତରର ଭିଡିଓ ସାରା ଓଡ଼ିଶାରେ ଭାଇରାଲ୍ ହେଉଛି (rasagola viral video) । ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ନ ଥିଲାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଦ୍ୱିତୀୟ ବର୍ଷ ସ୍ନାତକ ଛାତ୍ରୀ ସ୍ଥିତିପଦ୍ମା ଦାସ ‘ସାରେଗାମା’ କାର୍ଯ୍ୟକ୍ରମରେ ଏକ ସୁନ୍ଦର ଶାସ୍ତ୍ରୀୟ ଗୀତ ଗାଇ ଶ୍ରୋତା ଓ ବିଚାରପତିମାନଙ୍କୁ ମୁଗ୍ଧ କରିଥିଲେ ଓ ପୁରସ୍କାର ବି ଜିତିଥିଲେ । ତାଙ୍କ ବାପା ସୁଶୀଲ ଦାସ ଓ ଦାଦା ସୁବାସ ଦାସ ମଧ୍ୟ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ଜଣାଶୁଣା ।
ଏହା ବି ପଢ଼ନ୍ତୁ | ଭ୍ୟାକ୍ସିନର ୨ଟି ଯାକ ଡୋଜ୍ ନେଇଥିବା ଅଧିକାଂଶ ଲୋକଙ୍କୁ କରୋନା ହେଉଛି, କହିଲେ ମମତା ବାନାର୍ଜୀସେହି କାର୍ଯ୍ୟକ୍ରମରେ ସ୍ଥିତିପଦ୍ମା ଏକ ସମ୍ବଲପୁରୀ ପ୍ରିଣ୍ଟ୍ ଥିବା ସୁନ୍ଦର ସାଲୱର୍ ସୁଟ୍ ପିନ୍ଧିଥିଲେ । ତାହା ବି ଓଡ଼ିଶାର ପରିଚୟ ବହନ କରୁଥିଲା । ଜଗନ୍ନାଥଙ୍କ ନାଁ, ରସଗୋଲାର ଉତ୍ସର ବଳିଷ୍ଠ ଓକିଲାତି ଓ ସମ୍ବଲପୁରୀ ଡ୍ରେସ୍ ମିଶି ସ୍ଥିତିପଦ୍ମାଙ୍କୁ ସାରା ଓଡ଼ିଶା ପାଇଁ ଗୌରବର ବିଷୟ ବନେଇଦେଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।