News 18 Odia Digital
ନୂଆଦିଲ୍ଲୀ; ବାନ୍ଧବୀରୁ ପ୍ରେମିକା ଏବଂ ପ୍ରେମିକାର ପତ୍ନୀ ସାଜିଥିବା ମେହା ଓ କ୍ରିକେଟର ଅକ୍ଷର ପଟେଲ (Axar patel) ସେମାନଙ୍କ ନୂଆ ଜୀବନ ଆରମ୍ଭ କରିଛନ୍ତି । ଗତକାଲି ବିବାହ ଉତ୍ସବ (Marriage Function ) ସମ୍ପନ୍ନ ହୋଇଥିବା ବେଳେ ଏମାନଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରେମିକା ମେହାଙ୍କ ସୋସିଆଲ ମିଡିଆ ରିଲ୍ସକୁ ଖୁବ ପସନ୍ଦ କରନ୍ତି ଅକ୍ଷର । ନିଜ ରିଲ୍ସ ପାଇଁ ସୋସିଆଲ ମିଡିଆରେ ଷ୍ଟାର ବନିଛନ୍ତି ମେହା ।
ସୂଚନା ମୁତାବକ, ଗତକାଲି ଗଣତନ୍ତ୍ର ଦିବସ ଓ ମାଆ ସରସ୍ୱତୀଙ୍କ ପୂଜାର ପବିତ୍ର ଦିନରେ ଗୁଜୁରାଟ ବଡୋଦରାରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ବିବାହ ଉତ୍ସବରେ ଅନେକ କ୍ରିକେଟର ଯୋଗ ଦେଇଥିଲେ । ହାତରେ ମେହେନ୍ଦୀ ଲଗାଇବା ସହ ଖୁବ ସୁନ୍ଦର ଭାବରେ ସଜେଇ ହୋଇଥିଲେ ମେହା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବିବାହ ଉତ୍ସବରେ ବର ବେଶରେ ଖୁବ ହ୍ୟାଣ୍ଡସମ ଲାଗୁଥିଲେ ଅକ୍ଷର । ନିଜ ପରିବାର ବନ୍ଧୁ ପ୍ରିୟଜନମାନେ ବରଯାତ୍ରୀରେ ସାମିଲ ହୋଇଥିଲେ । ଅକ୍ଷର ନିଜେ ନିଜ ପ୍ରିୟଜନଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଥିଲା ।
ଅକ୍ଷର ଏବଂ ମେହା ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ଡେଟ୍ କରୁଥିଲେ । ଜାନୁଆରୀ ୨୦ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ଉଭୟେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।
ସୂଚନାଯୋଗ୍ୟ, ବର୍ତ୍ତମାନ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିର ମାହୋଲ ଚାଲିଛି । କାରଣ ଜାନୁଆରୀ ୨୩ ତାରିଖରେ କ୍ରିକେଟର କେଏଲ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ବିବାହ ହୋଇଥିଲା । ବର୍ତ୍ତମାନ ଅକ୍ଷରଙ୍କ ବିବାହ କ୍ରିକେଟପ୍ରେମୀଙ୍କୁ ଖୁସି ଦେଇଛି ।
ଦେଖନ୍ତୁ ଭିଡିଓ- pic.twitter.com/mV9M83lxX2
ଅଧିକ ପଢ଼ନ୍ତୁ -
http://ପରୀକ୍ଷା ପେ ଚର୍ଚ୍ଚା; ଛାତ୍ରଙ୍କ ପ୍ରଶ୍ନରେ ଏମିତି କହିଲେ ପିଏମ ମୋଦିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।