ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୁଦ୍ଧରେ କାହିଁକି ଜାରି ହେଲା ୱାରେଣ୍ଟ୍? ଜାଣନ୍ତୁ ପୂରା ମାମଲା

Court issues warrant against actress Ameesha Patel | UTF ଟେଲିଫିଲ୍ସ ପ୍ରାଇଭେଟ୍ ଲିମିଟେଡର ଓକିଲ ରବି ପନ୍ତଙ୍କ ଅନୁସାରେ ଏହି ଜାମିନବାଲା ୱାରେଣ୍ଟ ପରେ ଯଦି ଅମୀଷା ପଟେଲ୍ ଜିଲ୍ଲା କୋର୍ଟରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରାଯିବ।

ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ (Ameesha Patel)

ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ (Ameesha Patel)

  • Share this:
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲଙ୍କ (Ameesha Patel) ସାମନାରେ ପୁଣି ଏକ ଅସୁବିଧା ଠିଆ ହୋଇଛି । UTF ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀର ଚେକ୍ ବାଉନ୍ସ ମାମଲାରେ ତାଙ୍କ ଅଡୁଆ କମ୍‌ ହେବାର ନାଁ ନେଉନାହିଁ । ଭୋପାଳର ଏକ ଜିଲ୍ଲା କୋର୍ଟ ଏହି ଅଭିନେତ୍ରୀଙ୍କ ବିରୋଧରେ ୱାରେଣ୍ଟ୍‌ ଜାରି କରିଛନ୍ତି । ଏହା ସହିତ ଅମୀଷା ପଟେଲଙ୍କୁ ଡିସେମ୍ବର ୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । (Warrant against Ameesha Patel over cheque bounce)

ବାସ୍ତବରେ ଏହି ମାମଲା ୩୨.୨୫ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ମାମଲା । ୟୁ.ଟି.ଏଫ୍‌. ଟେଲିଫିଲ୍ମସ୍ ଲିମିଟେଡ୍ ଦ୍ୱାରା ଏହି ମାମଲା ଦାୟର କରାଯାଇଛି । କମ୍ପାନୀ ଦାବି କରିଛି ଯେ ଅଭିନେତ୍ରୀ ଅମୀଷା ପଟେଲ୍‌ ଫିଲ୍ମ ତିଆରି କରିବା ପାଇଁ ତାଙ୍କଠାରୁ ଟଙ୍କା ନେଇଥିଲେ, ହେଲେ ଟଙ୍କା ଫେରାଇବା ବେଳେ ଅଭିନେତ୍ରୀ କମ୍ପାନୀକୁ ଦେଇଥିବା ଦୁଇଟି ଚେକ୍ ବାଉନ୍ସ ହୋଇଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୪୫ ବର୍ଷ ବୟସରେ ବି କୁମାରୀ ହୋଇ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲ୍

UTF ଟେଲିଫିଲ୍ସ ପ୍ରାଇଭେଟ୍‌ଲିମିଟେଡର ଓକିଲ ରବି ପନ୍ତଙ୍କ ଅନୁସାରେ ପ୍ରଥମ ଶ୍ରେଣୀ ଜିଲ୍ଲା ଜଜ୍ ରବି କୁମାର ବୋରେସୀ ଅମୀଷା ପଟେଲଙ୍କ ବିରୋଧରେ ଜାମିନବାଲା ୱାରେଣ୍ଟ୍‌ ଜାରି କରିଛନ୍ତି । ରବି ପନ୍ତ ହିଁ UTF ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଭୋପାଳ କୋର୍ଟରେ ମାମଲା ଦାୟର କରିଥିଲେ । ସେ କହିଛନ୍ତି ଯେ ଏହି ଜାମିନବାଲା ୱାରେଣ୍ଟ ପରେ ଯଦି ଅମୀଷା ପଟେଲ୍‌ ଡିସେମ୍ବର ୪ ତାରିଖରେ ଜିଲ୍ଲା କୋର୍ଟରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରାଯିବ।

ଏହା ବି ପଢ଼ନ୍ତୁ | UPରେ ମହିଳା ଫେସବୁକରେ CMଙ୍କୁପ୍ଲିଜ୍ ହେଲ୍ପ ମି, ସର୍ଲେଖିଲେ, ତାପରେ ଆତ୍ମହତ୍ୟା କଲେ




ଭୋପାଳ ବ୍ୟତୀତ ଇନ୍ଦୋରରେ ବି ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଏକ ଚେକ୍‌ ବାଉନ୍ସ ମାମଲାରେ ମାମଲା ରୁଜୁ ହୋଇଥିଲା ।
Published by:Anand S.T. Das
First published:
)}