କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ମିଳିଲା ଆଶ୍ବସ୍ତି; ଯୌନ ନିର୍ଯାତନା ମାମଲାରେ ଜାମିନ ପ୍ରଦାନ କଲେ କୋର୍ଟ

ବର୍ତ୍ତମାନ ଗଣେଶ ଆଚାର୍ଯ୍ୟଙ୍କୁ ଯୌନ ନିର୍ଯାତନା ମାମଲାରେ ଆଶ୍ବସ୍ତି ମିଳିଛି। ତାଙ୍କ ବିରୋଧରେ ପୋଲିସ ଦ୍ବାରା ଦାଖଲ ହୋଇଥିବା ଚାର୍ଟସିଟ ମାମଲାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ମିଳିଲା ଆଶ୍ବସ୍ତି

କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ମିଳିଲା ଆଶ୍ବସ୍ତି

  • Share this:
News18 Odia Digital

ମୁମ୍ବାଇ: ଫେମସ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ୨୦୨୦ରେ ଦାଖଲ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାରେ ଏକ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଗଣେଶଙ୍କୁ ଏହି ମାମଲାରେ ଆଶ୍ବସ୍ତି ମିଳିଛି। ତାଙ୍କ ବିରୋଧରେ ପୋଲିସ ଦ୍ବାରା ଦାଖଲ ହୋଇଥିବା ଚାର୍ଟସିଟ ମାମଲାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଏହି ଘଟଣାଟି ହେଉଛି ୨୦୨୦ ଫେବୃଆରୀ ମାସର ଉପନଗର ଅମ୍ବୋଲି ପୋଲିସ ଷ୍ଟେସନର। ଯେତେବେଳେ ତାଙ୍କର ଜଣେ ସହକାରୀ କୋରିଓଗ୍ରାଫର୍ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ଅଭିଯୋଗକାରୀ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ଗଣେଶ ଆଚାର୍ଯ୍ୟ ତାଙ୍କୁ ୨୦୦୯-୧୦ରେ ଯେତେବେଳେ ତାଙ୍କ ଅଫିସରେ ଦେଖା କରଥିଲେ ସେତେବେଳେ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରିଥିଲେ ଓ ସେ ଅନ୍ୟ ମହିଳାଙ୍କ ପ୍ରତି ମଧ୍ୟ ଏପରି କରିଥିବା କହିଥିଲେ। ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇ ପୋଲିସ ଗଣେଶଙ୍କ ନାଁରେ ଯୌନ ଉତ୍ପୀଡ଼ନ ତଥା ଭିଜିବିଲିଟି ଅଭିଯୋଗ ଆଣିଥିଲା।

ଏହି ମାମଲାରେ ଗଣେଶ ଆଚାର୍ଯ୍ୟଙ୍କୁ କେବେ ଗିରଫ କରାଯାଇନଥିଲା। ଗୁରୁବାର ଦିନ ସେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ୨୦୨୦ ଜାନୁୟାରୀ ୨୬ରେ ଆନ୍ଧେରୀରେ ଭାରତୀୟ ଫିଲ୍ମ ଓ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ଏକ କାର୍ଯ୍ୟକ୍ରମରେ ସେ ଅନ୍ୟ ଦୁଇଜଣଙ୍କ ସହ ମିଶି ତାଙ୍କ ଉପରେ ଆକ୍ରମଣ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ୩୫୪-ଏ (ଯୌନ ନିର୍ଯାତନା), ୩୫୪-ସି, (Voyeurism), ୩୫୪-ଡି (ଷ୍ଟଲ୍କିଂ), ୫୦୯ (ମହିଳାଙ୍କ ନମ୍ରତାକୁ ଅପମାନିତ), ୨୩୨ (ଆଘାତ ଦେବା), ୫୦୪ (ଜାଣିଶୁଣି ଅପମାନ କରିବା), ୫୦୬ (ଅପରାଧିକ ଭୟ) ଓ ୩୪ (ଅପରାଧ କରିବାକୁ ଇଚ୍ଛା) ଧାରାରେ ମାମଲା ଦାଖଲ କରିଥିଲା।

ପ୍ରକାଶ ଥାଉି ୧୯୯୦ ଦଶକରେ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫର କମଲଜୀଙ୍କ ସହକାରୀ ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ସେ ୧୯୯୨ରେ ତାଙ୍କର ପ୍ରଥମ ଫିଲ୍ମ 'ଅନାମ'ରେ କାମ କରିଥିଲେ, କିନ୍ତୁ ୨୦୦୧ରେ' ଲାଜ୍ୟା' ଫିଲ୍ମର ଗୀତ 'ବାଡି ମୁଶ୍କିଲ' ଗୀତର କୋରିଓଗ୍ରାଫି କରିବା ପରେ ସେ ପପୁଲାର ହୋଇପାରିଥିଲେ।
Published by:Lipina Das
First published: