News18 Odia Digital
ମୁମ୍ବାଇ: କୌନ ବନେଗା କରୋଡ଼ପତି ୧୩ର (Kaun Banega Crorepati 13) ପ୍ରତ୍ୟେକ ଏପିସୋଡରେ ଅମିତାଭ ବଚ୍ଚନ (Amitabh Bachchan) ପ୍ରତିଯୋଗୀମାନଙ୍କ ସହ ମଜା କରୁଥିବା ନଜର ଆସିଛନ୍ତି । ବେଳେବେଳେ ବିଗ୍ ବି (Big B) ପ୍ରତିଯୋଗୀମାନଙ୍କ ସହିତ ଖେଳ ଖେଳନ୍ତି ଓ ବେଳେବେଳେ ସେ ପ୍ରତିଯୋଗୀମାନଙ୍କ ଅନୁରୋଧ ବାଧ୍ୟ ହୋଇ ମାନନ୍ତି । ଏହି ସପ୍ତାହରେ ବିଦିଶା ସହରର ରୁଚି ଜୈନଙ୍କୁ ହଟ୍ ସିଟରେ ଦେଖିବାକୁ ମିଳିବ । ସେ କେବଳ କେବିସିରେ (Kaun Banega Crorepati) ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବେ ନାହିଁ, ବରଂ ବିଗ୍ ବିଙ୍କ ସହିତ ଏକ ମଜାଦାର ଖେଳ ଖେଳୁଥିବା ନଜର ଆସିବେ ।
କୌନ ବନେଗା କରୋଡ଼ପତିର ଆଗାମୀ ଦିୱାଲୀ ସପ୍ତାହ ଏପିସୋଡର ଏକ ପ୍ରୋମୋ ରିଲିଜ୍ ହୋଇଛି ଯେଉଁଥିରେ ଅମିତାଭ ବଚ୍ଚନ ରୁଚି ଜୈନଙ୍କ ସହ ଏହି ଖେଳ ଖେଳୁଥିବା ନଜର ଆସିଛନ୍ତି । ଭିଡିଓ ଶେୟାର୍ କରି ସୋନି ଟିଭି କ୍ୟାପସନରେ ଲେଖିଛି, ‘‘ଦିୱାଲୀ ସପ୍ତାହରେ ସାରଙ୍କୁ ଖାଇବାକୁ ଦେବାର ଏକ ସ୍ମରଣୀୟ ଖେଳ ଆସୁଛି । ଜଣେ ପ୍ରତିଯୋଗୀ ରୁଚି KBC13 ମଞ୍ଚକୁ ଆସୁଛନ୍ତି, କୌନ ବନେଗା କରୋଡ଼ପତିର ଏହି ମଜାଦାର ମୁହୂର୍ତ୍ତ ଦେଖନ୍ତୁ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲାସେହି ଭିଡିଓରେ ନୀଳ ସୁଟରେ ଦେଖାଯାଉଥିବା ଅମିତାଭ ବଚ୍ଚନ ରୁଚି ଜୈନଙ୍କ ସହ ଲଙ୍କା ଭାଙ୍ଗୁଥିବା ନଜର ଆସିଛନ୍ତି । ପ୍ରତିଯୋଗୀ ରୁଚି ଜୈନ ବିଗ୍ ବିଙ୍କୁ କହୁଛନ୍ତି, ‘‘ସାର୍, ଏଥିରେ ମୁଁ ଆପଣଙ୍କ ସହିତ ଏକ ଖେଳ ଖେଳୁଛି । ଏଥିରେ ଆପଣ ମୋ’ ସହିତ ଖେଳିବେ ।’’ ତା’ ପରେ ବିଗ୍ ବିଙ୍କ ସାମ୍ନାରେ ଏକ ଲଙ୍କାରେ ଭରା ପ୍ଲେଟ୍ ରଖାଯାଉଛି ଓ ରୁଚି ତାଙ୍କୁ ସେହି ଖେଳର ନିୟମ ବୁଝାଉଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସମାନ୍ଥା ପିଲା ଚାହୁଁ ନ ଥିଲେ, ଗର୍ଭପାତ କରିଥିଲେ? ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ରର କାରଣ କ’ଣ ଥିଲା?ଖେଳ ଖେଳିବା ବେଳେ ବିଗ୍ ବି ଦ୍ୱନ୍ଦ୍ୱରେ ପଡି଼ କହୁଛନ୍ତି, ‘‘ଆଚ୍ଛା, ମୋତେ ପ୍ରଥମେ ମନେ ରଖିବାକୁ ଦିଅନ୍ତୁ ।’’ ତା’ ପରେ ଖେଳ ଆରମ୍ଭ ହେଉଛି ଓ ବିଗ୍ ବି ଲଙ୍କା ଭାଙ୍ଗିବା ଆରମ୍ଭ କରୁଛନ୍ତି । ପ୍ରତିଯୋଗୀ ଥଟ୍ଟା କରି କହୁଛନ୍ତି- ‘ଲାଲ୍ ଲଙ୍କା, ସବୁଜ ଲଙ୍କା, ଲଙ୍କା ବଡ଼ ତେଜ୍; ଭିଣୋଇ, ସାବଧାନ ଥିବ, ଦିଦି ଭାରି ତେଜ ।’’
ଏଇଠି ଦେଖନ୍ତୁ ସେହି ଭିଡିଓ:
ବିଗ୍ ବି ଏହି ଖେଳକୁ କୌଣସି ପ୍ରକାରେ ସମାପ୍ତ କରୁଛନ୍ତି ଓ ଖେଳ ଶେଷ ହେବା ମାତ୍ରେ ସେ କହୁଛନ୍ତି, ‘‘ଏ କଥା ରାତି ସାରା ସ୍ୱପ୍ନରେ ଆସିବ । ଲାଲ୍ ଲଙ୍କା, ସବୁଜ ଲଙ୍କା… ଏହି ଖେଳଟି ବହୁତ ମଜାଦାର ଥିଲା ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପ୍ରିୟଙ୍କା ଚୋପ୍ରା ହଳଦିଆ ମୋନୋକିନି ଓ ଲାଲ୍ ବିକିନି ପିନ୍ଧି ଚମକାଇଲେ ସ୍ୱାମୀ ନିକ୍ ଜୋନାସ୍ଙ୍କୁଏହା ପୂର୍ବରୁ କେବିସିର ଚମତ୍କାର ଶୁକ୍ରବାର ଏପିସୋଡରେ ରାଜକୁମାର ରାଓ ଓ କ୍ରିତି ସାନନ୍ ନିଜ ଫିଲ୍ମ ‘ହମ୍ ଦୋ ହମାରେ ଦୋ’ର ପ୍ରମୋସନ ପାଇଁ ପହଞ୍ଚିଥିଲେ । ସେଥିରେ ଦୁହେଁ ଅମିତାଭ ବଚ୍ଚନଙ୍କ ସହ ମିଶି ବହୁତ ମଜା ବି କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।