ଭୁବନେଶ୍ବର ଗଳି କନ୍ଦିରେ ବାଇକ ଧରି ବୁଲୁଛନ୍ତି କମେଡି କିଙ୍ଗ କପିଲ ଶର୍ମା; ଜାଣନ୍ତୁ ଗାଡ଼ି କାହାର...

ଭୁବନେଶ୍ବର ଗଳିକନ୍ଦିରେ ବାଇକ ଧରି ବୁଲୁଛନ୍ତି କମେଡି କିଙ୍ଗ କପିଲ ଶର୍ମା। କିନ୍ତୁ ଯେଉଁ ବାଇକ୍ ଧରି ବୁଲୁଥିଲେ ତାହା ହେଉଛି ଓଡ଼ି ନମ୍ୱର ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭୁବନେଶ୍ବର ଗଳି କନ୍ଦିରେ ବାଇକ ଧରି ବୁଲୁଛନ୍ତି କମେଡି କିଙ୍ଗ କପିଲ ଶର୍ମା

ଭୁବନେଶ୍ବର ଗଳି କନ୍ଦିରେ ବାଇକ ଧରି ବୁଲୁଛନ୍ତି କମେଡି କିଙ୍ଗ କପିଲ ଶର୍ମା

  • Share this:
News 18 Odia Digital

ଭୁବନେଶ୍ୱର : କିଛି ଦିନ ତଳେ ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଗଳିକନ୍ଦିରେ କପିଲ ଶର୍ମା ବୁଲୁଥିବାର ନଜର ଆସିଥିଲେ । କିନ୍ତୁ ସେତେବେଳେ ତାହା ଥିଲା ଏକ ଫିଲ୍ମ ସୁଟିଂର ସମୟ । ଏହି  ଫିଲ୍ମରେ ସେ ଜଣେ ହୋମ୍‌ ଡେଲିଭରୀ ବୟ ଭୂମିକାରେ ଅଭିନୟ କରୁଛନ୍ତି । ତେଣୁ ଫିଲ୍ମର ସ୍କ୍ରିପ୍ଟ ଅନୁଯାୟୀ ତାଙ୍କୁ ଭୁବନେଶ୍ୱରର ଗଳିକନ୍ଦିରେ ବୁଲି ହୋମ୍‌ ଡେଲିଭରୀ କରିବାକୁ ପଡୁଛି । କିନ୍ତୁ ସେ ଯେଉଁ ଗାଡ଼ି ଚଳାଉଥିଲେ ତାହା ଓଡ଼ି ନମ୍ୱର ବିଶିଷ୍ଟ ଓଡ଼ିଶାର ଗାଡ଼ି। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଧରିଛି ଯେ ଗାଡ଼ିଟି କାହାର।

ସୁଟିଂ ସମୟରେ କପିଲ ଶର୍ମା ଯେଉଁ ଗାଡ଼ିଟି ଚଳାଉଥିଲେ ତାହା ହେଉଛି ( ଗାଡ଼ି ନଂ - OD02B2053) ବଜାଜ୍ ପ୍ଲାଣ୍ଟିନା । ଯାହା ଭୁବନେଶ୍ୱର-୧ ଆରଟିଓରେ ପ୍ରଞ୍ଜିକୃତ ହୋଇଥିବା ଲକ୍ଷ୍ମୀ ନାରାୟଣ ପାତ୍ରଙ୍କର । ୨୦୧୨ ନଭେମ୍ବର ୩ ତାରିଖରେ ଗାଡ଼ିଟି ଭୁବନେଶ୍ୱର-୧ ଆରଟିଓରେ ପ୍ରଞ୍ଜିକୃତ ହୋଇଛି।

ଏହା ପରେ ଆହୁରି ଏକ ଭିଡିଓ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବାଇକ୍ ଧରି ବୁଲିବାର କପିଲଙ୍କୁ। କେତେବେଳେ କମିଶନରେଟ ପୋଲିସ ଛକ ତ କେତେବେଳେ ଏୟାରପୋର୍ଟ ଛକ। ଆଉ କେତେବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିଧି ଭିତରେ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଚାରିପଟେ ବି ବାଇକ୍ ଧରି ଚକ୍କର ମାରିଛନ୍ତି ସେ। ତେଣୁ ସେତେବେଳେ ମଧ୍ୟ ଭିଡିଓକୁ ନେଇ ପ୍ରବଳ ଚର୍ଚ୍ଚା ହୋଇଥିଲା ।
Published by:Sujit Swain
First published: