ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର; ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତ କାରଣରୁ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ହାସ୍ୟ ଅଭିନେତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥି ସହିତ ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ତାଙ୍କ ଆରୋଗ୍ୟ କାମନା କରୁଥିବାର ନଜର ଆସୁଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର

ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର

  • Share this:
News18 Odia Digital

Raju Srivastava Hospitalized: ଲୋରପ୍ରିୟ ହାସ୍ୟ ଅଭିନେତା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ବୁଧବାରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି। ହାସ୍ୟ ଅଭିନେତାଙ୍କ ଅସୁସ୍ଥତା ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ଅଛନ୍ତି।

ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ସମସ୍ତ। ଏପରିକି ଅନେକ ପ୍ରଶଂସକ କ୍ରମାଗତ ଭାବରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ଅସୁସ୍ଥତା ଖବର ପାଇବା ମାତ୍ରେ ସମସ୍ତେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଆରମ୍ଭ କରିଦେଇଥିଲେ।

ରାଜୁ ଭେଣ୍ଟିଲେଟରରେ ଅଛନ୍ତି

ରାଜୁ ଶ୍ରୀବାସ୍ତବଙ୍କ ହୃଦୟର ଏକ ଅଂଶ ଶତପ୍ରତିଶତ ବ୍ଲକ ଥିଲା, ଯାହା ପରେ ଆଞ୍ଜିଓପ୍ଲାଷ୍ଟୀ କରାଯାଇଥିଲା। ଖବର ଅନୁଯାୟୀ, ରାଜୁ ବର୍ତ୍ତମାନ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି। ବୁଧବାରରେ, ରାଜୁ ଶ୍ରୀବାସ୍ତବ ଜିମରେ ୱାର୍କଆଉଟ କରୁଥିବା ସମୟରେ ହଠାତ୍ ତଳି ପଡ଼ିଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି

ନିହାରିକା ଶର୍ମା ନାମକ ଜଣେ ସୋସିଆଲ ମିଡ଼ିଆ ୟୁଜର ହାସ୍ୟ ଅଭିନେତାଙ୍କ ପୁନରୁଦ୍ଧାର ପାଇଁ ପ୍ରାର୍ଥନା କରି ଟ୍ୱିଟ୍ କରି ଲେଖିଛନ୍ତି, ‘‘ଶୀଘ୍ର ସୁସ୍ଥ ହୁଅ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଆପଣ ଅଗଷ୍ଟ ୧୫ ପୂର୍ବରୁ ଭଲ ହୋଇଯିବେ।’’



ଏଥିସହିତ ଆଉ ଜଣେ ଫ୍ୟାନ ଟ୍ୱିଟ୍ କରି ଲେଖିଛନ୍ତି, ‘‘ରାଜୁ ଶ୍ରୀବାସ୍ତବଙ୍କ ଶୀଘ୍ର ସୁସ୍ଥ ପାଇଁ ପ୍ରାର୍ଥନା କରୁଛନ୍ତି। ଭୋଲେନାଥ ଆଶୀର୍ବାଦ ଦେବେ।’’



ନମନ କୁମାର ନାମକ ଜଣେ ଫ୍ୟାନ ଲେଖିଛନ୍ତି, ‘‘ତୁମର ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରାର୍ଥନା କରୁଛି। ଆଶା କରେ ତୁମେ ଭଲ ରହିବ। ଆମେ ଆଉ ଏକ କ୍ଷତି ସହି ପାରିବୁ ନାହିଁ।’’

ଏହି ଶୋ’ରୁ ଲୋକପ୍ରିୟ ହୋଇଥିଲେ ରାଜୁ ଶ୍ରୀବାସ୍ତବ

ପ୍ରକାଶ ଥାଉକି ରାଜୁ ଶ୍ରୀବାସ୍ତବ ରିୟାଲିଟି ଶୋ 'ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ ଚ୍ୟାଲେଞ୍ଜ'ର ପ୍ରଥମ ସିଜିନରୁ ଲୋକପ୍ରିୟତା ହାସଲ କରିଥିଲେ। ଏହା ପରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଏହି କ୍ରମରେ ସାମିଲ ଅଛି 'ବାଜିଗର', 'ବମ୍ବେ ଟୁ ଗୋଆ', 'ଅମଦାନୀ ଅଠନ୍ନି ଖର୍ଚ୍ଚା ରୂପାୟା'ରେ ଅଭିନୟ କରିଥିଲେ। ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ 'ବିଗ୍ ବସ୍ ସିଜନ୍ ୩'ରେ ମଧ୍ୟ ଦେଖିବାକୁ ମିଳିଥିଲା।
Published by:Lipina Das
First published: