ୱାର୍କଆଉଟ୍ ସମୟରେ ହୃଦଘାତର ଶିକାର ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ; ହସ୍ପିଟାଲରେ ଭର୍ତ୍ତି

Raju Srivastav Heart Attack: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବାରୁ ବର୍ତ୍ତମାନ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ୱାର୍କଆଉଟ୍ ସମୟରେ ହୃଦଘାତର ଶିକାର ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ୱାର୍କଆଉଟ୍ ସମୟରେ ହୃଦଘାତର ଶିକାର ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

  • Share this:
News18 Odia Digital

Raju Srivastav Heart Attack: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହୃଦଘାତର ଶିକାର ହୋଇଥିଲେ। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଦିଲ୍ଲୀର ଏକ ଜିମରେ ୱାର୍କଆଉଟ୍ ସମୟରେ ରାଜୁ ଟ୍ରେଡ୍ ମିଲରେ ଦୌଡ଼ ଥିବା ବେଳେ ଖସିପଡ଼ିଥିଲେ। ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ରାଜୁଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ୱାର୍କଆଉଟ୍ ସମୟରେ ତାଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ଶୀଘ୍ର ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେବେ।

ଅଗଷ୍ଟ ୧ରେ ଦିଲ୍ଲୀ ଆସିଥିଲେ

ସେ ଜୁଲାଇ ୨୯ରେ ମୁମ୍ବାଇରୁ ଉଦୟପୁର ଯାଇଥିଲେ। ୩୦ ତାରିଖରେ ସେଠାରେ ଏକ ଶୋ କରିଥିଲେ। ତା’ପରେ ଅଗଷ୍ଟ ୧ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ରାଜୁଙ୍କର ଦୁଇ ଭାଇ ଦିଲ୍ଲୀରେ ରୁହନ୍ତି। ରାଜୁ ତାଙ୍କ ଭାଇ ଓ ତାଙ୍କର ସମସ୍ତ ବନ୍ଧୁଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ରହିଥିଲେ।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଚିନ୍ତିତ ହୋଇଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ସମସ୍ତେ।

ରାଜୁ ଶ୍ରୀବାସ୍ତବଙ୍କୁ କମେଡି କିଙ୍ଗ ବି କୁହାଯାଏ। ସେ ଅନେକ ଫିଲ୍ମ ଓ ଟିଭି ଶୋ’ରେ କାମ କରିଛନ୍ତି। ସେ ସବୁବେଳେ ତାଙ୍କ ଶାନଦାର କମେଡି ଜରିଆରେ ଲୋକଙ୍କୁ ହସାନ୍ତି। ରାଜୁ ଶ୍ରୀବାସ୍ତବ ଏକ ଷ୍ଟେଜ୍ ଶୋରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ।
Published by:Lipina Das
First published: