ପରଲୋକରେ ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୧୦ ରେ ହୃଦଘାତ ହେବା ପରେ ରାଜୁଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା।

ରାଜୁ ଶ୍ରୀବାସ୍ତବ

ରାଜୁ ଶ୍ରୀବାସ୍ତବ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୧୦ ରେ ହୃଦଘାତ ହେବା ପରେ ରାଜୁଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା।

ବ୍ୟାୟାମ କରୁଥିବା ସମୟରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ହୃଦଘାତର ଶିକାର ହୋଇଥିଲା। ସେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବ୍ୟାୟାମ କରୁଥିଲେ ଓ ସେ ଟ୍ରେଡ଼ମିଲରେ ଥିବାବେଳେ ହଠାତ୍ ତଳେ ପଡିଯାଇଥିଲେ। ହୃଦଘାତରେ ପୀଡିତ ହୋଇ ତାଙ୍କୁ ତୁରନ୍ତ AIIMS ଡାକ୍ତରଖାନାକୁ ନିଆଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ସମ୍ପର୍କୀୟ ଏହା ପୂର୍ବରୁ ପିଟିଆଇକୁ କହିଥିଲେ।

ରାଜୁ ଶ୍ରୀବାସ୍ତବଙ୍କୁ କମେଡି କିଙ୍ଗ ବି କୁହାଯାଏ। ସେ ଅନେକ ଫିଲ୍ମ ଓ ଟିଭି ଶୋ’ରେ କାମ କରିଛନ୍ତି। ସେ ସବୁବେଳେ ତାଙ୍କ ଶାନଦାର କମେଡି ଜରିଆରେ ଲୋକଙ୍କୁ ହସାନ୍ତି। ରାଜୁ ଶ୍ରୀବାସ୍ତବ ଏକ ଷ୍ଟେଜ୍ ଶୋରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ।
Published by:Soumya Das
First published: