ଲୋକଙ୍କୁ ହସାଉଥିବା ଅଭିନେତା ଆଜି ଲୋକହସା; ଘର ବଦଳରେ ଜରାଶ୍ରମରେ ବିତୁଛି ଜୀବନ

ଦିନ ଥିଲା ସମସ୍ତଙ୍କୁ ହସାଉଥିଲେ ଆଜି କାନ୍ଦୁଛନ୍ତି। ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ମଣିଷ ପାଇଁ ଲୋକହସା ଭଳି ପରିସ୍ଥିତି ଉପୁଜିଛି। ପାରିବାରିକ ସମସ୍ଯା ଯୋଗୁଁ ଜରାଶ୍ରମରେ ଜୀବନ ବିତାଉଛନ୍ତି ଘରେ ଘରେ ପରିଚିତ ହାସ୍ଯ ଅଭିନେତା ମଣିଭଦ୍ର ବିଶ୍ୱାଳ ।

ଘର ବଦଳରେ ଜରାଶ୍ରମରେ ବିତୁଛି ଜୀବନ

ଘର ବଦଳରେ ଜରାଶ୍ରମରେ ବିତୁଛି ଜୀବନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଜଗତସିଂହପୁର: ଦିନ ଥିଲା ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ମଣିଷର ଆଜି ଆଖିରୁ ଲୁହ ଶୁଖୁନି। ମୁହଁରେ ପାଉଡର ମାଖି ହାସ୍ୟ ଅଭିନେତାର ଚରିତ୍ର ଲିଭାଉଥିବା ମଣିଷ ଏବେ ନିଜ ସନ୍ତାନମାନଙ୍କ ପ୍ରକୃତ ମୁଖାକୁ ଚିହ୍ନି ପାରିଛି। ଆଜି ସବୁ କିଛି ବଦଳି ଯାଇଛି।

ପାରିବାରିକ ଅଶାନ୍ତି ଯୋଗୁଁ ଘର ଛାଡ଼ି ଜରାଶ୍ରମରେ ରହୁଛନ୍ତି ସୁପରିଚିତ ହାସ୍ୟ ଅଭିନେତା ଭଦ୍ରମଣୀ ବିଶ୍ୱାଳ ଜରାଶ୍ରମରେ ଜୀବନ ବିତାଉଛନ୍ତି ।

ଭଦ୍ରମଣି ବର୍ତ୍ତମାନ ପାରାଦୀପ ଗଡ଼ରେ ଥିବା ରତ୍ନମଣି ଜରାଶ୍ରମରେ ରହୁଛନ୍ତି। କିନ୍ତୁ ଘରେ କୌଣସି ମନୋମାଳିନ୍ୟ ହୋଇନାହିଁ ବୋଲି ମଣିଭଦ୍ର କହିଛନ୍ତି। ବାପା କେଉଁ ପୁଅ ପାଖରେ ରହିବା ନେଇ ସମସ୍ୟା ତୁଟି ପାରିଲାନି। ସେଥିପାଇଁ ସେ ଆମକୁ ଯୋଗାଯୋଗ କରି ଏଠାକୁ ଆସିଛନ୍ତି ବୋଲି ଜରାଶ୍ରମ ସଭାପତି ପ୍ରତିକ୍ରିୟା ରଖିଛନ୍ତି।

ବାଲେଶ୍ଵର ଖନ୍ତାପଡା ଓଳିଆପାଟଣା ଗ୍ରାମର ଅଭିନେତାଙ୍କ ଘର। ୧୯୬୧ ମସିହାରେ ମାଟ୍ରିକ ପାସ ପରେ ଶିକ୍ଷକତା ଆରମ୍ଭ କରିଥିଲେ। କିନ୍ତୁ ଅଭିନୟ ପ୍ରତି ରୁଚି ଥିବାରୁ ଶିକ୍ଷକ ଜୀବନର ୯ବର୍ଷ ପରେ ଯାତ୍ରା ଦୁନିଆରେ ପାଦ ଦେଇଥିଲେ। ୨୦୧୮ରୁ ଅବସର ନେଇ ଘରେ ରହୁଥିଲେ ମଣିଭଦ୍ର। ଯାତ୍ରାରୁ ସେ ପ୍ରାୟ ବାର୍ଷିକ ୧୧ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ନିଜ ଅର୍ଜିତ ସମ୍ପତ୍ତିକୁ ଦୁଇ ପୁଅଙ୍କୁ ହସ୍ତାନ୍ତର କରିଦେଇଥିଲେ। କିନ୍ତୁ ପରେ ପୁଅମାନଙ୍କ ମଧ୍ୟରେ ଏନେଇ ସମସ୍ୟା ଦେଖାଦେଇଥିଲା। ପାରିବାରିକ ସମସ୍ୟା ଯୋଗୁଁ ଜରାଶ୍ରମ ସହ କଥାବାର୍ତ୍ତା କରି ୫ଦିନ ହେବ ସେଠାରେ ରହୁଛନ୍ତି ମଣିଭଦ୍ର।
Published by:Soumya Das
First published: