ଓଡ଼ିଆ ସିନେମାରୁ ବିଦାୟ; ସୋସିଆଲ୍ ମିଡିଆରେ ସୂଚନା ଦେଲେ ଗୁଡୁ.. ଜାଣନ୍ତୁ କାରଣ

ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି ଅଭିନେତା । ଆଗକୁ ଆଉ ସିନେମାରେ ଅଭିନୟ କରିବି ନାହିଁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ଓଲିଉଡରୁ ବିଦାୟ ନେଲେ ଆପଣଙ୍କ ପ୍ରିୟ କଳାକାର ।

ଓଡ଼ିଆ ସିନେମାରୁ ବିଦାୟ; ସୋସିଆଲ୍ ମିଡିଆରେ ସୂଚନା ଦେଲେ ଗୁଡୁ.. ଜାଣନ୍ତୁ କାରଣ

ଓଡ଼ିଆ ସିନେମାରୁ ବିଦାୟ; ସୋସିଆଲ୍ ମିଡିଆରେ ସୂଚନା ଦେଲେ ଗୁଡୁ.. ଜାଣନ୍ତୁ କାରଣ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ହାସ୍ୟ ଅଭିନେତା ଗୁଡୁଙ୍କୁ ଓଡ଼ିଶାର ପ୍ରାୟ ସବୁ ସିନେପ୍ରେମୀ ଜାଣନ୍ତି । କାରଣ ଟେଲିଭିଜନ 'ଶୋ'ଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ସବୁଥିରେ ଲୋକଙ୍କୁ ମନଖୋଲା ହସାଇବାରେ ସେ ଖୁବ ମାହିର । ପ୍ରାୟ ଅଧିକାଂଶ ଓଡ଼ିଆ ନାୟକ ନାୟିକାଙ୍କ ସହ ସେ ଅଭିନୟ କରିସାରିଛନ୍ତି । ଦର୍ଶକ ମଧ୍ୟ ଗୁଡୁଙ୍କ ଅଭିନୟକୁ ଖୁବ ପସନ୍ଦ କରନ୍ତି । କିନ୍ତୁ ଆପଣ ଆଗକୁ ଆଉ ନୂଆ ସିନେମାରେ ଗୁଡୁଙ୍କୁ ଦେଖିବାକୁ ପାଇବେ ନାହିଁ । କାରଣ ଗୁଡୁ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ସେ ଓଲିଉଡ ଛାଡୁଛନ୍ତି । ଆଉ ଆଗକୁ ଓଡ଼ିଆ ସିନେମା କରିବେ ନାହିଁ ।

ସୋସିଆଲ ମିଡିଆରେ ପୋଷ୍ଟ ଦେଖିବା ପରେ ଆମେ ଗୁଡୁଙ୍କୁ କଲ୍ କରି ଜାଣିବାକୁ ଚାହିଁଥିଲୁ ଗୁଡୁ କାହିଁକି ଏପରି ଲେଖିଛନ୍ତି । ଗୁଡୁ କହିଲେ, ଓଡ଼ିଆ ସିନେମାରେ ପରିଶ୍ରମ ଅନୁଯାୟୀ ସଠିକ ପ୍ରାପ୍ୟ ମିଳୁନି । ଯେଉଁଠି ମିଳୁଛି ଖୁବ ଡେରିରେ ମିଳୁଛି । ଅନେକ ଦିନ ପର୍ଯ୍ୟନ୍ତ ସୁଟିଂ ରଖୁଛନ୍ତି କିନ୍ତୁ କଳାକାରଙ୍କ କଥା ଠିକ ଭାବରେ ବୁଝୁନାହାନ୍ତି ଅଧିକାଂଶ ନିର୍ଦ୍ଦେଶକ ଓ ପ୍ରଯୋଜକ । ତେଣୁ ଆଉ ବ୍ୟକ୍ତିଗତ ଭାବରେ ଓଡ଼ିଆ ସିନେମାରେ କାମ କରିବାକୁ ମୋର ଇଚ୍ଛା ନାହିଁ ।

ତେବେ ଗୁଡୁ ଓଲିଉଡ ଛାଡି କଣ କରିବେ ବୋଲି ଆମେ ପ୍ରଶ୍ନ କରିଥିଲୁ । ଏହାର ଉତ୍ତରରେ ସେ କହିଲେ, ମୁଁ ମୋର ନିଜର ବ୍ୟବସାୟ ଦେଖିବି । ମାଆଙ୍କ ବ୍ୟବସାୟ ମଧ୍ୟ ସମ୍ବାଳିବି । ସମୟ ମିଳିଲେ ନିଜର ୟୁଟୁବ ଚ୍ୟାନେଲରେ କିଛି ଭଲ କଣ୍ଟେଣ୍ଟ ଦର୍ଶକଙ୍କୁ ଭେଟିଦେବି । କିନ୍ତୁ ଅନ୍ୟ କାହା ସିନେମାରେ ଅଭିନୟ କରିବି ନାହିଁ । ନିଜ ୟୁଟୁବ ଚ୍ୟାନେଲ ପାଇଁ କିଛି ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିବାର ଯୋଜନା ରଖିଛି । ଯେଉଁଥିରେ ମୁଁ ନିଜେ ହିରୋ ହେବି । ଏହାସହ ମୋର ୱେଡିଂ ଫଟୋଗ୍ରାଫି ଷ୍ଟୁଡିଓ ମଧ୍ୟ ରହିଛି ତାହାକୁ ଅଧିକ ଉନ୍ନତ ଧରଣର କରାଇ ବ୍ୟବସାୟକୁ ଆଗକୁ ବଢାଇବି ।



ଗୁଡୁଙ୍କ ଓଲିଉଡ ଛାଡିବା ପୋଷ୍ଟ ତାଙ୍କର ଅନେକ ଫ୍ୟାନଙ୍କୁ ନିରାଶ କରିଛି । ଏହାର କାରଣ ସମ୍ପର୍କରେ ମଧ୍ୟ ଅନେଜ କଣ ଗୁଡୁକୁ ପ୍ରଶ୍ନ କରୁଛନ୍ତି । ତେବେ ଗୁଡୁଙ୍କ ମନକୁ କାହିଁକି ଏପରି ଚିନ୍ତା ଆସିଲା ? ସତରେ କଣ ଓଡ଼ିଆ ସିନେମା କଳାକାରଙ୍କୁ ସଠିକ ପ୍ରାପ୍ୟ ମିଳୁନି ? ଯଦି ମିଳୁନି ତାହାର କାରଣ କଣ ? ସମାଧାନର ସୁତ୍ର କଣ ? ଯଦି ଏପରି ଜଣେ ପରେ ଜଣେ ଅଭିନେତା ଓଲିଉଡରୁ ମୁହଁ ଫେରାଇନେବେ ତେବେ ଓଡ଼ିଆ ମରୋରଞ୍ଜନ ଶିଳ୍ପର ଅବସ୍ଥା କଣ ହେବ ? ଏହାର ତର୍ଜମା ସହ ସମାଧାନ କରିବାର ସମୟ ଆସିଛି ।

ତେବେ ଆପଣଙ୍କୁ ଏହା ମଧ୍ୟ ଜଣାଇବାକୁ ଚାହୁଁଛୁ ଯେ, ଗୁଡୁଙ୍କ ଅଭିନିତ କିଛି ସିନେମାର ସୁଟିଂ ସରିଛି । ଝିଲିକ ମୋସନ୍ ପିକଚର୍ସର ସିନେମା 'ତୋର ମୋର କଟି'ରେ ଶୈଳେନ୍ଦ୍ର ଓ ଶିତଲଙ୍କ ସହ ଆପଣ ଗୁଡୁଙ୍କ ଅଭିନୟ ଦେଖିବାକୁ ପାଇବେ । ସେହିପରି 'ପିଏ ତୁ ମୋର ସିଏ' ସିନେମାରେ ଅମ୍ଳାନ, ଏଲିନା, ବବି ମିଶ୍ରଙ୍କ ସହ ମଧ୍ୟ ଗୁଡୁଙ୍କ ଅଭିନୟ ଆପଣ ଦେଖିବେ ।
Published by:Soubhagya Mishra
First published: