ଜୀ ସାର୍ଥକ ସଂସାର ଆୱାର୍ଡ୍ସ; ଦେଖିବେ କଳାକାରଙ୍କ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ସଫଳତାର ଷଷ୍ଠ ବର୍ଷ ହେବ ଖୁବ୍ ସ୍ମରଣୀୟ ଓ ଧମାକେଦାର୍ । ଖୁବ ଶୀଘ୍ର ସମସ୍ତଙ୍କର ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚ୍ୟାନେଲ ଜୀ ସାର୍ଥକରେ ଆପଣ ଦେଖିବାକୁ ପାଇବେ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବ ।

ଯାହାର ମନଛୁଆଁ ଧାରାବାହିକ, ଫିଲ୍ମ ଓ ବିଭିନ୍ନ ରିଆଲିଟି ସୋ ଆପଣଙ୍କ ହୃଦୟରେ ଘର କରିଛି । ସେଇ ଗୁଣୀ ଓ ସୃଜନଶୀଳ କଳାକାରଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୬ଟା୩୦ ମିନିଟ୍ ସମୟରେ ପ୍ରସାରିତ ହେବ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ସଂସ୍କରଣ । ଉତ୍ସବମୁଖର ହେବ ମଞ୍ଚ ଆଉ ମନ୍ତ୍ରମୁଗ୍ଧ
ହେବେ ଓଡ଼ିଆ ଦର୍ଶକ ।
ଓଡ଼ିଶାର ଅଗଣିତ ପ୍ରିୟ ଦର୍ଶକବନ୍ଧୁ ଗୋଟିଏ ମଞ୍ଚରେ ଦେଖିବାକୁ ପାଇବେ ସେମାନଙ୍କର ଅତି ପ୍ରିୟ ଟିଭି ଓ ସିନେ କଳାକାରଙ୍କ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ । ରୋମାଞ୍ଚକର ସନ୍ଧ୍ୟାରେ ଷ୍ଟେଜ୍ ସୋରେ ପରଫର୍ମ କରିବେ ସବ୍ୟସାଚୀ, ସୂର୍ଯ୍ୟମୟୀ, ଏଲିନା, ସାୟଲ୍, ଶୀତଲ୍, ଦେବସ୍ମିତା, ଜ୍ୟୋତି, ନିକିତା ମିଶ୍ର, ଶୈଳେନ୍ଦ୍ର, ଦୀପକ, ଅନନ୍ୟା ଦାସ, ଜସ୍ମିନ୍ ରଥ, ଦିବ୍ୟା ଓ ଆହୁରି ଅନେକ କଳାକାର । କେବଳ ସେତିକି ନୁହେଁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବର ଏହି ଧମାକେଦାର୍ ପ୍ରୋଗ୍ରାମରେ ଯୋଗ ଦେବେ ଓଡ଼ିଆ ସିନେମା ଓ ଟିଭି ଜଗତର ଅନେକ ନାମୀଦାମୀ ବରିଷ୍ଠ କଳାକର ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ । ଜୀ ସାର୍ଥକ ସଂସାର ଆୱାର୍ଡ୍ସ ଷଷ୍ଠ ବାର୍ଷିକୋତ୍ସବ ଏଇ ରବିବାର ସନ୍ଧ୍ୟା ୬ଟା୩୦ ମିନିଟରେ ପ୍ରସାରଣ ହେବ ।Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।