News18 Odia Digital
Cobra Trailer Out: କ୍ରିକେଟ୍ ପଡ଼ିଆରେ ଚହଳ ସୃଷ୍ଟି କରିବାପରେ ଫେମସ କ୍ରିକେଟର ଇରଫାନ ପଠାନ୍ ବର୍ତ୍ତମାନ ଅଭିନୟ ଜଗତରେ ନିଜର ଇନିଂସ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଅଜୟ ଜୟନମୁଥୁଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘କୋବ୍ରା’ ସହିତ ଇରଫାନ ସିନେମାରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରୁଛନ୍ତି।
ଶୁକ୍ରବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଇରଫାନ ଏହି ଫିଲ୍ମରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ଅଗଷ୍ଟ ୩୧ରେ ରିଲିଜ ହେବାକୁ ଯାଉଛି।
ଫାଇରିଂ କରୁଥିବାର ନଜର ଆସିଲେ ଇରଫାନଟ୍ରେଲରରେ ଫାଇରିଂ କରୁଥିବା ବେଳେ ଇରଫାନ୍ ବହୁତ ସ୍ମାର୍ଟ ନଜର ଆସୁଛନ୍ତି। ଇରଫାନ ନିଜେ ମଧ୍ୟ ତାଙ୍କ ଆଗାମୀ ଫିଲ୍ମର ଟ୍ରେଲରକୁ ଟ୍ୱିଟରରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି। ୨୦୨୦ରେ, ତାଙ୍କ ଜନ୍ମଦିନ ଅବସରରେ, ସେ ଫିଲ୍ମରେ କାମ କରିବା ବିଷୟରେ ସୂଚନା ଦେଇ ନିଜ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।
ସୁରେଶ ରାଇନା ଖୁସି ବ୍ୟକ୍ତ କରିଛନ୍ତିଇନଷ୍ଟାଗ୍ରାମରେ ‘କୋବ୍ରା’ର ଟ୍ରେଲରକୁ ସେୟାର କରି ସୁରେଶ ରାଇନା ନିଜର ଉତ୍ସାହ ବ୍ୟକ୍ତ କରିବା ସହ କ୍ୟାପସନରେ ଲେଖିଛନ୍ତି, ‘‘ଭାଇ ଇରଫାନ୍ ପଠାନ ତୁମେ କୋବ୍ରାରେ ଅଭିନୟ କରୁଥିବାର ଦେଖି ମୁଁ ବହୁତ ଖୁସି ଅଛି। ଏହି ଫିଲ୍ମଟି ଆକ୍ସନରେ ପରିପୂର୍ଣ୍ଣ। ଏହାର ସଫଳତା ପାଇଁ ମୁଁ ଆପଣଙ୍କୁ ଓ ଫିଲ୍ମର ପୂରା ଟିମକୁ ଅଭିନନ୍ଦନ ଜଣାଉଛି। ଫିଲ୍ମ ଦେଖିବାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି।’’
ମୁଖ୍ୟ ଭୂମିକାରେ ତାମିଲ ସୁପରଷ୍ଟାର ବିକ୍ରମ ଅଛନ୍ତିସେହିପରି ଇରଫାନଙ୍କ ସହ ଫିଲ୍ମରେ ତାମିଲ ସିନେମା ସୁପରଷ୍ଟାର ଚିଆନ ବିକ୍ରମ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମରେ ଚିଆନ ବିକ୍ରମ ଜଣେ ଗଣିତଜ୍ଞଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ଗଣିତରେ ମହାରଥ ହାସଲ କରିଛନ୍ତି। ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମ୍ୟୁଜିକ ନିର୍ଦ୍ଦେଶକ ତଥା ଗାୟ ଆର ରେହମାନ।
ଶ୍ରୀନୀଧି ଶେଟ୍ଟୀ ମଧ୍ୟ ଆସିବେ ନଜର‘କୋବ୍ରା’ର ଚିଆନ୍ ବିକ୍ରମଙ୍କ ବ୍ୟତୀତ ଶ୍ରୀନୀଧି ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ମିୟା ଜର୍ଜ, ରୋଶନ ମାଥ୍ୟୁ, ସରଜନୋ ଖାଲିଦ, ପଦ୍ମପ୍ରିୟା, ମହମ୍ମଦ ଅଲି ବାଗ, କାନିହ, ମିରନାଲିନୀ ରବି, ମୀନାକ୍ଷୀ ଓ କେ. ଏସ, ରବିକୁମାରଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।