ରିଲିଜ୍ ହେଲା ରୋହିତ ଶେଟ୍ଟିଙ୍କ ଫିଲ୍ମ ସର୍କସ

ବଲିଉଡ ଅଭିନେତା ରଣବୀର ସିଂଙ୍କ ଫିଲ୍ମ 'ସର୍କସ' ଆଜି ରିଲିଜ ହୋଇଛି। ରଣବୀର ସିଂଙ୍କ ବ୍ୟତୀତ ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଏବଂ ପୂଜା ହେଗଡେ ମଧ୍ୟ ଅଭିନୟ କରିଛନ୍ତି।

ରୋହିତ ଶେଟ୍ଟିଙ୍କ ଫିଲ୍ମ ସର୍କସ

ରୋହିତ ଶେଟ୍ଟିଙ୍କ ଫିଲ୍ମ ସର୍କସ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂଙ୍କ ଫିଲ୍ମ 'ସର୍କସ' ଆଜି ରିଲିଜ ହୋଇଛି। ରଣବୀର ସିଂଙ୍କ ବ୍ୟତୀତ ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଏବଂ ପୂଜା ହେଗଡେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ରଣବୀର ସିଂହଙ୍କୁ ଆକସନରୁ ନେଇ କମେଡି ପର୍ଯ୍ୟନ୍ତ ଅନେକ ଚରିତ୍ରରେ ଦେଖିବାକୁ ମିଳିଛି। କିନ୍ତୁ ଏହି ସିନେମାରେ ରଣବୀର ନିଜର ନୂଆ ଢ଼ଙ୍ଗରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପୂରା ପ୍ରସ୍ତୁତ ଅଛନ୍ତି।

ରଣବୀର ସିଂହ ନିଜର ସିନେମା ‘ସର୍କସ’ ଜରିଆରେ ଦର୍ଶକଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି। ରୋହିତ ସେଟ୍ଟୀଙ୍କ ସିନେମା ସର୍କସ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେଉଛି। ପ୍ରାୟ ସାଢେ ତିନି ମିନିଟର ଟ୍ରେଲରରେ ବରୁଣ ଶର୍ମା, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍, ପୂଜା ହେଗଡେ, ଭ୍ରାଜେଶ ହିରଜୀ, ମୁକେଶ ତିୱାରୀ, ସଞ୍ଜୟ ମିଶ୍ର, ଜନି ଲିଭର, ସିଦ୍ଧାର୍ଥ ଯାଦବ ଏବଂ ଅଶ୍ୱିନୀ କାଲସେକରଙ୍କ ଭଳି ସମସ୍ତ ତାରକା ମଜା କରୁଥିବା ଦେଖିବାକୁ ମିଳିଛି। ରଣଭୀର ସିଂଙ୍କ ସହ ଜବରଦସ୍ତ ନୃତ୍ୟ କରୁଥିବା ନଜର ଆସିଥିବା ଟ୍ରେଲର ଶେଷରେ ଦୀପିକା ପାଦୁକୋନ ମଧ୍ୟ ନଜର ଆସିଛନ୍ତି। ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ୍ ଖୁସି ଅଛନ୍ତି।

ଖବର ଅନୁଯାୟୀ, ପ୍ରଥମ ଦିନର ଆଡଭାନ୍ସ ବୁକିଂ ଠାରୁ ସିର୍କସ୍ ଏପର୍ଯ୍ୟନ୍ତ ୧.୧୦ କୋଟି ଆୟ କରିଛି। ଆଶା କରାଯାଉଥିଲା ଯେ ଆଡଭାନ୍ସ ବୁକିଂରେ ଅତି କମରେ ୭-୮ କୋଟି ଟଙ୍କା ବ୍ୟବସାୟ ହେବ।
Published by:Soumyashree Mishra
First published: