ଓଲିଉଡ ସୁପରଷ୍ଟାରଙ୍କ ପିଲାଦିନର ଫଟୋ; କହିପାରିବେ କାହାର ଏହି ଫଟୋ ?

ଓଲିଉଡକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଏହି ସୁପରଷ୍ଟାର । ଏହା ତାଙ୍କର ସ୍କୁଲରେ ପଢୁଥିବା ସମୟର ଏକ ଫଟୋ । ଆପଣ କହିପାରିବେ କିଏ ଏହି ଅଭିନେତା ?

ଓଲିଉଡ ସୁପରଷ୍ଟାରଙ୍କ ପିଲାଦିନର ଫଟୋ; କହିପାରିବେ କାହାର ଏହି ଫଟୋ ?

ଓଲିଉଡ ସୁପରଷ୍ଟାରଙ୍କ ପିଲାଦିନର ଫଟୋ; କହିପାରିବେ କାହାର ଏହି ଫଟୋ ?

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଟି ଜଣେ ଓଡ଼ିଆ ସୁପରଷ୍ଟାରଙ୍କର (Ollywood superstar) । ବର୍ତ୍ତମାନ ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ (Viral) ହେବାରେ ଲାଗିଛି । ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ତାହା ହେଉଛି କାହାର ଏହି ଫଟୋଟି ଆପଣ ଆମକୁ କମେଣ୍ଟ ବକ୍ସରେ ଜଣାଇବେ ।

ଯଦି ଫଟୋରୁ ଅନୁମାନ କରିବା ପାଇଁ ଆପଣଙ୍କୁ ଅସୁବିଧା ହେଉଛି ତେବେ ଅଭିନେତାଙ୍କ ବିଷୟରେ ଜାଣିବା ପାଇଁ ଆମେ ଆପଣଙ୍କୁ କିଛି ସୂଚନା (Information) ଦେଉଛୁ । ଯାହା ଫଳରେ ହୁଏତ ଆପଣ ସହଜରେ ଜାଣିପାରିବେ ଅଭିନେତା କିଏ ।

ସମ୍ୱଲପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା । ଜନ୍ମ ୧୯୮୫ ମସିହାରେ ଓ ବର୍ତ୍ତମାନ ତାଙ୍କର ବୟସ ୩୭ । ସେ ୨୦୦୨ ମସିହାରେ ଆଲବମ ଜଗତରେ ପାଦ ଦେଇଥିଲେ । ପରେ ୨୦୦୭ ମସିହାରେ ପ୍ରଥମ ସିନେମାରେ ଅଭିନୟ କରିଥିଲେ । ଦିବଂଗତ ନିର୍ଦ୍ଦେଶକ ହର ପଟ୍ଟନାୟକ ଏହି ଅଭିନେତା ଜଣଙ୍କୁ ସିନେମାରେ ସୁଯୋଗ ଦେଇଥିଲେ । ସିନେମାଟି ହିଟ୍ ହେବା ପରେ ଅଭିନେତା ଜଣଙ୍କୁ ଅନେକ ଫିଲ୍ମର ଅଫର ଆସିବାରେ ଲାଗିଥିଲା । ପାଗଳ ପ୍ରେମୀ ନାମରେ ସାରା ଓଡ଼ିଶାର ଦର୍ଶକମାନେ ଅଭିନେତାଙ୍କୁ ଜାଣିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ନାମ ବଦଳି ରିଲ୍ ହିରୋରୁ ରିୟଲ ହିରୋ ଭାବରେ ସେ ନୂଆ ପରିଚୟ ପାଇଛନ୍ତି ।

ଏହି ଖବର ପଢ଼ନ୍ତୁ - http://ଯୁବତୀଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ଘଟଣା; ୪ ମହିଳା ଗିରଫ

କରୋନା ସମୟରେ (Covid time) ଅଭିନେତା ଜଣକ ଓଡ଼ିଶାବାସୀଙ୍କୁ ଖୁବ ସାହାଯ୍ୟ କରିଥିଲେ । ଯେଉଁମାନେ ରାଜ୍ୟ ବାହାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେମାନଙ୍କୁ ସେ ନିଜ ରାଜ୍ୟକୁ ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ । ଏଥିସହ ଅନେକ ଜଣଙ୍କ ବିପଦ ସମୟରେ ସାଥିରେ ଛିଡା ହୋଇଥିଲେ ଏହି ଅଭିନେତା । ବିଶେଷ କରି ସାମ୍ୱାଦିକ ମାନଙ୍କ ସାହାଯ୍ୟ ନେଇ ଅବହେଳିତ ତଥା ଭୋକିଲା ଲୋକଙ୍କ ନିକଟରେ ଦାନା ପହଞ୍ଚାଉଥିଲେ ।

କେବଳ ସେତିକି ନୁହେଁ, ଯେଉଁମାନଙ୍କର ଆୟର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା ସେମାନଙ୍କ ନିକଟରେ ପହଞ୍ଚି ଅଭିନେତା ଜଣଙ୍କ ସେମାନଙ୍କୁ ନୂଆ ସମ୍ଭାବନାର ରାସ୍ତା ଦେଖାଇଥିଲେ । ଫଳରେ କିଛି ନିରାଶ ହୋଇଥିବା ଲୋକଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଅନେକ ଲୋକ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ତାଙ୍କ କାର୍ଯ୍ୟସବୁ ବେଶ୍ ପ୍ରସାରିତ ହୋଇଥିଲା । ଏଥିସହ ଅନେକ ଅନୁଷ୍ଠାନରୁ ତାଙ୍କୁ ଶୁଭେଚ୍ଛା ସହ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ଖବର ପଢ଼ନ୍ତୁ - http://ନବଦାସଙ୍କୁ ଗୁଳି କରି ହତ୍ୟା ପ୍ରସଙ୍ଗ; ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଲା ବିଜେଡି

କେବଳ ଓଡ଼ିଆ ସିନେମା ନୁହେଁ, ଅନ୍ୟ ଭାଷାର ସିନେମାରେ ମଧ୍ୟ ସେ ଅଭିନୟ କରିଛନ୍ତି । ଅଭିନୟ ପାଇଁ ଏକାଧିକ ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି । ଏହାସହ ଅନେକ ଘରୋଇ ଟିଭି ଚ୍ୟାନେଲରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ହାସଲ କରିଛନ୍ତି ଅଭିନେତା ଜଣଙ୍କ ।  ଓଡ଼ିଆ, ଇଂରାଜୀ, ହିନ୍ଦୀକୁ ଛାଡି ଅନ୍ୟ ଭାଷା ଶିଖିବା ଓ ସେ ଭାଷାରେ କଥାହେବାରେ ମଧ୍ୟ ରୁଚି ରଖନ୍ତି ଏହି ଅଭିନେତା ।

୨୦୨୧ ମସିହା ମାର୍ଚ୍ଚ ୧ତାରିଖରେ ଓଲିଉଡର ଚୁଲବୁଲି ନାୟିକାଙ୍କୁ ରାଜସ୍ଥାନରେ ବିବାହ କରିଥିଲେ ଆପଣଙ୍କର ପ୍ରିୟ ଏହି ଅଭିନେତା ଜଣଙ୍କ । ଏତେସବୁ କଥା ଜାଣିବା ପରେ ଏଥର ଆପଣ କୁହନ୍ତୁ ଯେ, ଏହି ଅଭିନେତା ଜଣଙ୍କ କିଏ ?
Published by:Soubhagya Mishra
First published: