News18 Odia Digital
ଦର୍ଶକମାନେ ସର୍ବଦା ଆଗ୍ରହୀ ଯେ ସେମାନଙ୍କର ପ୍ରିୟ ଚଳଚ୍ଚିତ୍ର ତାରକାମାନେ ସେମାନଙ୍କର ପିଲାଦିନରେ କିପରି ଦେଖାଯାଉଥିଲେ, ସେମାନଙ୍କର ପିଲାଦିନ କିପରି ଥିଲା? ଚଳଚ୍ଚିତ୍ର ତାରକାମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ପ୍ରଶଂସକମାନଙ୍କୁ ସେମାନଙ୍କର ପିଲାଦିନର ଝଲକ ଦେଇଥାଏ। ନିକଟରେ ଓଲିଉଡର ଜଣେ ଲୋକପ୍ରିୟ ଅଭିନେତାଙ୍କ ପିଲାଦିନର ଚିତ୍ର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କର ଏକ ଶାନ୍ତ ଚେହେରା ଦେଖିବାକୁ ମିଳିଛି । ଏବେ ଆପଣ କୁହନ୍ତୁ କିଏ ସେ ଅଭିନେତା?
ଫଟୋରେ ଥିବା ନିରୀହ ଝିଅ ଜଣଙ୍କ ଆଜି ଓଲିଉଡର ଲୋକପ୍ରିୟ ନାୟିକା; କୁହନ୍ତୁ କିଏ?ଫଟୋରେ ଦେଖାଯାଇଥିବା ପିଲାର ଠାଣି ଜଣେ ଓଲିଉଡର ଜଣେ ଚର୍ଚ୍ଚିତ ଅଭିନେତାଙ୍କୁ ମନେ ପକାଇଦେଉଛି। ତାଙ୍କୁ ସୁପରଷ୍ଟାର ଭାବେ ଅନେକ ଜାଣନ୍ତି। ବର୍ତ୍ତମାନ ସେ ଜଣେ ସାଂସଦ ମଧ୍ଯ ଅଛନ୍ତି। ୧୯୮୧ ଡିସେମ୍ୱର ୨୪ରେ ଜନ୍ମ ହୋଇଥିବା ଏହି ପିଲା ଜଣଙ୍କ ଜଣେ ଅଭିନେତା, ଲୋକସଭା ସଭ୍ୟ ତଥା ପୁର୍ବତନ ରାଜ୍ଯସଭା ସଭ୍ୟ । ୨୦୦୪ ମସିହାରେ ଆଇ ଲଭ ୟୁ ଚଳଚ୍ଚିତ୍ରରୁ ସେ ତାଙ୍କର ଫିଲ୍ମ ଜୀବନ ଅରମ୍ଭ କରିଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିକଟତମ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । କଟକ ନନ୍ଦୀସାହିରେ ତାଙ୍କ ଘର ।
କିଛି ଦିନ ପୂର୍ବେ ପାରିବାରିକ ବିବାଦକୁ ନେଇ ବେଶ ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତା ଜଣଙ୍କ । ପତ୍ନୀଙ୍କ ଛାଡ଼ପତ୍ର ଓ ଦିଲ୍ଲୀର ଜଣେ ବାନ୍ଧବୀଙ୍କୁ ନେଇ ତାଙ୍କୁ ଟ୍ରୋଲ ମଧ୍ଯ କରାଯାଇଥିଲା । ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଏହି ଅଭିନେତା ଜଣଙ୍କ ନିଜର ପ୍ରତିଟି ଖବର ଲୋକଙ୍କ ସବ ସେୟାର କରିଥାନ୍ତି । କହିବାକୁ ଗଲେ ଓଡ଼ିଶାର ପ୍ରାୟ ଫିଲ୍ମ ପ୍ରେମୀଙ୍କ ମନରେ ସେ ନିଜ ପାଇଁ ଏକ ପ୍ରକାର ସ୍ଥାନ ତିଆରି କରିସାରିଛନ୍ତି । ଅଭିନେତା ଶ୍ରେଷ୍ଠ ଅଭିନେତା ଆୱାର୍ଡ ମଧ୍ଯ ପାଇସାରିଛନ୍ତି ।
COLD DRINKS ପିଉଥିବା ନିରୀହ ବାଳକ ଆଜି ବଲିଉଡର ସୁପରଷ୍ଟାର; କୁହନ୍ତୁ କିଏ?୨୭ ଏପ୍ରିଲ ୨୦୧୩ରେ ଏହି ଓଡିଆ ଅଭିନେତା ଜଣଙ୍କ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଜୁନ ମାସ ୨୦୧୪ରେ ସେ ରାଜ୍ଯସଭା ସାଂସଦ ରୂପେ ନିର୍ବାଚିତ ହୋଇଥିଲେ ।
୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷ୍ୟରୁ ଅନୁଭବ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ବୈଜୟନ୍ତ ପଣ୍ଡାଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।