ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»କଙ୍ଗନା ରାଣାୱତଙ୍କ ପାଇଁ ଏକ ନୂଆ ସମସ୍ୟା ଆସିଲା; ମୁମ୍ବାଇ ପୋଲିସ ମାମଲା ରୁଜୁ କଲା

କଙ୍ଗନା ରାଣାୱତଙ୍କ ପାଇଁ ଏକ ନୂଆ ସମସ୍ୟା ଆସିଲା; ମୁମ୍ବାଇ ପୋଲିସ ମାମଲା ରୁଜୁ କଲା

Case lodged against Kangana Ranawat by Mumbai Police | ଶିଖ ସମ୍ପ୍ରଦାୟକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ମୁମ୍ବାଇ ପୋଲିସ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ମାମଲା ରୁଜୁ କରିଛି । ତାଙ୍କୁ ଯେକୌଣସି ମୁହୂର୍ତ୍ତରେ ପଚରାଉଚରା ପାଇଁ ପୋଲିସ ଡାକିପାରେ ।

କଙ୍ଗନା ରାଣାୱତଙ୍କ ପାଇଁ ଏକ ନୂଆ ସମସ୍ୟା ଆସିଲା; ମୁମ୍ବାଇ ପୋଲିସ ମାମଲା ରୁଜୁ କଲା
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ
  • News18 Odia
  • Last Updated: November 23, 2021, 10:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ (Kangana Ranaut) ସମସ୍ୟା ପୁଣି ଥରେ ବଢ଼ିବାକୁ ଯାଉଛି । ବାସ୍ତବରେ କୃଷି ଆଇନ୍‌ (Farm Laws) ପ୍ରତ୍ୟାହାର ହେବା ପରେ ଶିଖ୍‌ ସମ୍ପ୍ରଦାୟକୁ ନେଇ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ମୁମ୍ବାଇ ପୋଲିସ (Mumbai Police) କଙ୍ଗନା ରାଣାୱତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ଶିଖ୍‌ ସମ୍ପ୍ରଦାୟର ଭାବନାକୁ ଆଘାତ ଦେବା ଓ ଆଇପିସିର ଦଫା ୨୯୫ (କ) ଅନୁଯାୟୀ ସେମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ମୁମ୍ବାଇର ଖାର୍‌ ପୋଲିସ ଷ୍ଟେସନରେ କଙ୍ଗନାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଅକାଳୀ ନେତା ମଞ୍ଜିନ୍ଦର ସିଂ ସିର୍ସାଙ୍କ ନେତୃତ୍ୱରେ ଶିଖ୍‌ ସମ୍ପ୍ରଦାୟର ଏକ ପ୍ରତିନିଧୀ ଦଳ ସୋମବାର ପ୍ରଥମେ ଖାର୍‌ ପୋଲିସ ଷ୍ଟେସନରେ ସିନିୟର ଇନ୍ସପେକ୍ଟରଙ୍କୁ ଭେଟିଥିଲେ ଓ ତା’ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଦିଲୀପ ୱଲ୍ସେ ପାଟିଲଙ୍କୁ ଭେଟିଥିଲେ । ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରୀ ଦିଲୀପ ୱଲ୍ସେ ପାଟିଲ୍‌ ମୁମ୍ବାଇ ପୋଲିସକୁ ଏକ ମାମଲାରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମାସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅ

ମୁମ୍ବାଇ ପୋଲିସ ଖାର୍‌ ପୋଲିସ ଷ୍ଟେସନରେ କଙ୍ଗନା ରାଣାୱତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାମଲା ପଞ୍ଜିକରଣ ହେବା ପରେ ମୁମ୍ବାଇ ପୋଲିସ କଙ୍ଗନା ରାଣାୱତଙ୍କୁ ଯେକୌଣସି ସମୟରେ ପଚରାଉଚରା ପାଇଁ ଡାକିପାରେ ।

କଙ୍ଗନା ରାଣାୱତଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍.ଆଇ.ଆର୍.


ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ

ଏହା ପୂର୍ବରୁ ବି କଙ୍ଗନା ରାଣାୱତ ଭାରତର ସ୍ୱାଧୀନତା ଓ ମହାତ୍ମା ଗାନ୍ଧୀଙ୍କ (Mahatma Gandhi) ବିଷୟରେ ଦେଇଥିବା ବିବୃତ୍ତି ଯୋଗୁଁ ଲଗାତାର ବିବାଦ ଭିତରେ ରହିଛନ୍ତି । କଙ୍ଗନା ଏକ ବିବୃତ୍ତିରେ କହିଥିଲେ ଯେ ୨୦୧୪ରେ ଦେଶ ସ୍ୱାଧୀନତା ପାଇଥିଲା, ୧୯୪୭ରେ ନୁହେଁ । ସେ କହିଥିଲେ ଯେ ୧୯୪୭ରେ ମିଳିଥିବା ସ୍ୱାଧୀନତା ଏକ ‘‘ଭିକ’’ (ଭିକ୍ଷା) ଥିଲା । ଏହି ବିବୃତିକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ।

କଙ୍ଗନା ରାଣାୱତଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍.ଆଇ.ଆର୍.


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

ମହାତ୍ମା ଗାନ୍ଧୀଙ୍କ ବିଷୟରେ କଙ୍ଗନା ରାଣାୱତ କହିଥିଲେ ଯେ ଉଭୟ ଗାଲକୁ ଆଗକୁ ଦେଖାଇଦେଲେ ସ୍ୱାଧୀନତା ନୁହେଁ, ଭିକ ମିଳେ । ଏହି ବିବୃତ୍ତି ଉପରେ ମଧ୍ୟ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା । ଶିଖ୍‌ ସମ୍ପ୍ରଦାୟ ବିଷୟରେ ବିବାଦୀୟ ମନ୍ତବ୍ୟ ଦେବା ପ୍ରସଙ୍ଗରେ ମୁମ୍ବାଇ ପୋଲିସ କେତେବେଳେ କଙ୍ଗନାଙ୍କୁ ପଚରାଉଚରା କରୁଛି ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ ହେବ ।
Published by: Anand S.T. Das
First published: November 23, 2021, 10:00 PM IST